ମୁମ୍ବାଇ: ଲାଲ ସଙ୍କେତରେ ଖୋଲିଲା ସେୟାର ବଜାର। ଆରମ୍ଭରୁ ସେନସେକ୍ସ 250 ପଏଣ୍ଟ ଖସିବା ସହ ନିବେଶକ ମାନେ କ୍ଷତି ସହିଛନ୍ତି। ବିଶ୍ବ ବଜାରରୁ ନକାରାତ୍ମକ ସୂତ୍ର ମଧ୍ୟରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ଷ୍ଟକ୍ ଶୁକ୍ରବାର ମାନ୍ଦା ବ୍ୟବସାୟ କରିଛି।
ବିଏସଇ ସେନସେକ୍ସ 281.86 ଖିସ 51,042.83ରେ କାରବାର ବନ୍ଦ କରିଥିଲା। ସେହିପରି ଏନଏସଇ ନିଫ୍ଟି 87.25 ଖସି 15,031.70 ରେ କାରବାର ବନ୍ଦ କରିଛି। ସେନସେକ୍ସ ପ୍ୟାକରେ ସର୍ବାଧିକ କ୍ଷତି ସହିଥିବା କମ୍ପାନୀ ଗୁଡିକ ହେଲା ଆଇସିଆଇସିଆଇ ବ୍ୟାଙ୍କ, ଏନଟିପିସି, ବଜାଜ ଅଟୋ, ମାରୁତୀ, ବଜାଜ ଫାଇନାନ୍ସ ଓ ଏସବିଆଇ। ଲାଭରେ ଥିବା କମ୍ପାନୀଗୁଡିକ ହେଲେ ହଲ,ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍, ଭାରତୀ ଏୟାରଟେଲ, ଏଲ ଆଣ୍ଡ ଟି, ଏମ ଆଣ୍ଡ ଏମ୍ ଓ ଏଚସିଏଲ୍ ଟେକ୍ ।
ପୂର୍ବ ଅଧିବେଶନରେ ସେନସେକ୍ସ 379.14 ପଏଣ୍ଟ କାରବାର କରି 51.324.69ରେ ପହଁଞ୍ଚିଥିବା ବେଳେ ନିଫ୍ଟି 89.95 ପଏଣ୍ଟ ଖସି 15,118.95ରେ କାରବାର ବନ୍ଦ କରିଥିଲା।