ନୂଆଦିଲ୍ଲୀ: କାରବାର ସପ୍ତାହର ଶେଷ ଦିନ ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଏଥିସହ କମ୍ପାନୀର ବଜାର ପୁଞ୍ଜିକରଣ ସୀମା 14 ଲକ୍ଷ କୋଟି ଟଙ୍କା ଡେଇଁଛି ।
କାରବାର ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର 4 ପ୍ରତିଶତ ବୃଦ୍ଧି ସହ ନିଜର ସବୁ ରେକର୍ଡ ଭାଙ୍ଗି ସର୍ବକାଳୀନ ସ୍ତରରେ ପହଞ୍ଚିଛି । କମ୍ପାନୀର ପୃଥକ ଭାବରେ ତାଲିକାଭୁକ୍ତ ଆଂଶିକ ପେଡଅପ ସେୟାରଗୁଡିକର ବଜାର ପୁଞ୍ଜିକରଣ 53,821 କୋଟି ଟଙ୍କା ରହିଛି । ଏଭଳି କମ୍ପାନୀର ମୋଟ ବଜାର ପୁଞ୍ଜିକରଣ ଏବେ 14,07,854.41 କୋଟି ଟଙ୍କା ରହିଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସରେ ଦେଶର ସବୁଠୁ ମୁଲ୍ୟବାନ କମ୍ପାନୀ ସେୟାପର 4.32 ପ୍ରତିଶତ ବୃଦ୍ଧି ସହ 2,149.70 ଟଙ୍କାର ପହଞ୍ଚିଛି । ଯାହାକି ଏହାର ଐତିହାସିକ ସ୍ତର । ଏହା ଦ୍ବାରା ବିଏସଇରେ କମ୍ପାନୀର ବଜାର ପୁଞ୍ଜିକରଣ 13,54,033.41 କୋଟି ଟଙ୍କାରେ ପହଞ୍ଚିାଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟିରେ କମ୍ପାନୀର ସେୟାର ମୁଲ୍ୟ 4.47 ପ୍ରତିଶତ ବଢି ନିଜର ସର୍ବୋଚ୍ଚ ସ୍ତର 2,149.90 ଟଙ୍କାରେ ପହଞ୍ଚିଛି ।