ETV Bharat / business

1375 ପଏଣ୍ଟ ଖସିଲା ସେନସେକ୍ସ , 8300 ତଳେ ବନ୍ଦ ନିଫ୍ଟି - ସୋମବାର ବଜାର

ଲକଡାଉନ ମଧ୍ୟରେ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ କେନ୍ଦ୍ର ସରକାର ଓ ଆରବିଆଇର ଆର୍ଥିକ ପ୍ୟାକେଜ ଆଣିଲେ । ତଥାପି ବଜାରରେ ଦେଖାଦେଲନି ଉତ୍ସାହର ସଙ୍କେତ । ହ୍ରାସ ସହ ବନ୍ଦ ହୋଇଛି ସୋମବାର ସେୟାର ବଜାର ।

Closing Bell
1375 ପଏଣ୍ଟ ଖସିଲା ସେନସେକ୍ସ , 8300 ତଳେ ବନ୍ଦ ନିଫ୍ଟି
author img

By

Published : Mar 30, 2020, 6:21 PM IST

ନୂଆଦିଲ୍ଲ: କେନ୍ଦ୍ର ସରକାର ଓ ଆରବିଆଇର କୋରୋନା ପ୍ୟାକେଜ ଘୋଷଣା ପରେ ବି ଖୁସ ନାହାନ୍ତି ଘରୋଇ ନିବେଶକ । ସେପଟେ କୋରୋନା ସଂକ୍ରମଣ ଡରରେ ବିଶ୍ବ ବଜାରରେ ମଧ୍ୟ କୌଣସି ଉତ୍ସାହ ଦେଖିବାକୁ ମିଳିନି । ଫଳରେ ସୋମବାର ଭାରତୀୟ ସେୟାର ବଜାର ହ୍ରାସ ସହ ବନ୍ଦ ହୋଇଛି । ଏଥିଯୋଗୁଁ ନିବେଶକଙ୍କୁ ପ୍ରାୟ 2.74 ଲକ୍ଷ କୋଟି ଟଙ୍କ ହରାଇବାକୁ ପଡିଛି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 1,375.27 ପଏଣ୍ଟ ଖସି 28,440.32 ରେ କାରବାର ବନ୍ଦ କରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 370.60 ପଏଣ୍ଟ କମି 8,289.65ରେ ବନ୍ଦ ହୋଇଛି । ତେବେ ସର୍ବାଧିକ ହ୍ରାସ ବ୍ୟାଙ୍କିଙ୍ଗ ସେକ୍ଟର ସେୟାରରେ ଦେଖିବାକୁ ମିଳିଛି ।

ସୋମବାର କାରବାର ସମୟରେ ସିପଲା, ଟେକ ମହିନ୍ଦ୍ରା, ନେଷ୍ଟଲେ ଇଣ୍ଡିଆ, ଡକ୍ଟର ରେଡ୍ଡୀଙ୍କ ଲ୍ୟାବ୍ସ, ଆକ୍ସିସ୍ ବ୍ୟାଙ୍କ, ଟାଇଟନ କମ୍ପାନୀ ଏବଂ ହିନ୍ଦୁସ୍ତାନ ୟୁନିଲିଭରର ସେୟାର ସର୍ବାଧିକ ଲାଭଜନକ ଷ୍ଟକ ଥିଲା। ସେପଟେ ବଜାଜ ଫାଇନାନ୍ସ, , ଟାଟା ଷ୍ଟିଲ, HDFC ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସେୟାର ସବୁଠୁ ଅଧିକ କ୍ଷତିଗ୍ରସ୍ତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.