ETV Bharat / business

ଚମକିଲା ଫାଇନାନ୍ସ କମ୍ପାନୀ ସେୟାର, 848 ପଏଣ୍ଟ ଉଛୁଳିଲା ସେନସେକ୍ସ - ମାର୍କେଟ ଅପଡେଟ

ଦେଶରେ କୋଭିଡ-19 ସଂକ୍ରମଣର ଦୈନିକ ମାମଲା ହ୍ରାସ ହେବା ସହ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । 848 ପଏଣ୍ଟ ଉଛୁଳିଲା ସେନସେକ୍ସ । ଅଧିକ ପଢନ୍ତୁ..

ଚମକିଲା ଫାଇନାନ୍ସ କମ୍ପାନୀ ସେୟାର, 848 ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : May 17, 2021, 7:52 PM IST

ମୁମ୍ବାଇ: ବ୍ୟାଙ୍କ ସେୟାରରେ ମଜବୁତ ସେଲଅଫ ଯୋଗୁଁ ଉଛୁଳିଲା କାରବାର । ସୋମବାର ସେୟାର ବଜାର ପ୍ରଫିଟରେ ହୋଇଛି ବନ୍ଦ । ଦେଶରେ କୋଭିଡ-19 ସଂକ୍ରମଣର ଦୈନିକ ମାମଲା ହ୍ରାସ ହେବା ସହ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 848.18 ପଏଣ୍ଟ ବୃଦ୍ଧି ହୋଇ 49,580.73 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 245.35 ପଏଣ୍ଟ ସୁଦୃଢ ହୋଇ 14,923.15ରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ 7 ପ୍ରତିଶତରୁ ଊର୍ଦ୍ଧ୍ବ ବୃଦ୍ଧି ସହ ଇଣ୍ଡସଇଣ୍ଡ ବ୍ୟାଙ୍କ ଶୀର୍ଷରେ ରହିଛି । ଏହା ବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ , ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ବଜାଜ ଫିନସର୍ଭ ଓ ଅଲ୍ଟ୍ରାଟେକ ସିମେଣ୍ଟ ସେୟାର ବି ଉପରମୁହାଁ ଅଛି ।

ଅନ୍ୟପଟେ ଏଲ ଆଣ୍ଡ ଟି, ଭାରତୀ ଏୟାରଟେଲ , ନେସଲେ ଇଣ୍ଡିଆ , ସନ ଫାର୍ମା ଓ ପାୱାରଗ୍ରୀଡ ଆଦି ସେୟାର ହ୍ରାସ ହୋଇଛି । ରିଲାଏନ୍ସ ସିକ୍ୟୁରିଟିଜର ରଣନୀତି ପ୍ରମୁଖ ଅନୁସାରେ କମ୍ପାନୀର ଚତୁର୍ଥ ତ୍ରୟମାସର ଆର୍ଥିକ ପରିମାଣ ଭଲ ରହିବା ତଥା କୋରୋନା ସଂକ୍ରମଣର ଦୈନିକ ମାମଲାରେ ହ୍ରାସ ସୂଚନା ଦ୍ବାରା ନିବେଶକଙ୍କ ବିଶ୍ବାସ ବଢିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.06 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 68.75 ଡଲାର ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.