ETV Bharat / business

ଭାରତର ଅଭିବୃଦ୍ଧି ହାର ଅନୁମାନକୁ ଆହୁରି କମାଇପାରେ ବିଶ୍ବବ୍ୟାଙ୍କ - Indian economy for FY 21

ଦେଶର ବାସ୍ତର ଜିଡିପି ( ମୋଟ ଘରୋଇ ଉତ୍ପାଦ) 2017-18 ରେ 7 ପ୍ରତିଶତ ବୃଦ୍ଧି ପାଇଥିଲା । ଯାହାକି 2018-29 ରେ ହ୍ରାସ ପାଇ 6.1 ପ୍ରତିଶତ ଓ 2019-20 ରେ 4.2 ପ୍ରତିଶତକୁ ଖସିଛି । ଅଧିକ ପଢନ୍ତୁ..

ଭାରତର ଅଭିବୃଦ୍ଧି ହାର ଅନୁମାନକୁ ଆହରୀ କମାଇପାରେ ବିଶ୍ବବ୍ୟାଙ୍କ

author img

By

Published : Aug 20, 2020, 6:50 PM IST

ନୂଆଦିଲ୍ଲୀ: ଭାରତ ପାଇଁ ଆର୍ଥିକ ଅଭିବୃଦ୍ଧି ଅନୁମାନକୁ ଆହୁରୀ ହ୍ରାସ ହ୍ରାସ କରିପାରେ ବିଶ୍ବବ୍ୟାଙ୍କ । ଏ ନେଇ ସଙ୍କେତ ଦେଇଛି ବିଶ୍ବବ୍ୟାଙ୍କ । ଏହା କହିଛି କି , କୋଭିଡ-19 ସଙ୍କଟରୁ ମୁକୁଳିବା ପାଇଁ ସ୍ବାସ୍ଥ୍ୟ, ଶ୍ରମ , ଭୂମି, କୌଶଳ ଓ ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସୁଧାରକୁ ଆଗକୁ ବଢାଇବା ଜରୁରୀ ।

ମେ ମାସରେ ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଥିଲା ​​ଯେ 2020-21 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 3.2 ପ୍ରତିଶତ ହ୍ରାସ ପାଇବ ଏବଂ ଆଗାମୀ ଆର୍ଥିକ ବର୍ଷରେ ଏହା ଧୀରେ ଧୀରେ ଟ୍ରାକକୁ ଫେରିବ ।

ବହୁପକ୍ଷୀୟ ଅନୁଷ୍ଠାନ ବୁଧବାର ଭାରତ ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି କି , ‘‘ଗତ କେଇ ସପ୍ତାହରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାର ପ୍ରଭାବ ନିକଟ ଭବିଷ୍ୟତରେ ଉପରେ ପଡିପାରେ। ଏହି ବିପଦରେ ସମୟରେ ଲଗାତାର ଭାଇରସ ବିସ୍ତାର, ବିଶ୍ବ ଦୃଶ୍ୟପଟ୍ଟ ଏବଂ ଆର୍ଥିକ କ୍ଷେତ୍ରର ଅବନତିକୁ ଅନ୍ତର୍ଭୁକ୍ତ କରିପାରେ। କିନ୍ତୁ ଅତିରିକ୍ତ ଚାପର ଆକଳନ ଅନ୍ତର୍ଭୂକ୍ତ କରାଯାଇଛି। ଏହିସବୁ ଦୃଷ୍ଟିରେ ରଖି ସଂଶୋଧିତ ଦୃଶ୍ୟପଟ୍ଟ ତୀବ୍ର ହ୍ରାସ ଆଶା କରାଯାଇପାରେ। ତେବେ ସଂଶୋଧିତ ତଥ୍ୟ 2020 ଅକ୍ଟୋବର ଉପଲବ୍ଧ ହେବ।’’

ବିଶ୍ବ ବ୍ୟାଙ୍କର ଅନୁମାନ ରହିଛି କି , ଭାରତର ଆର୍ଥିକ ଘାଟା ଚଳିତ ଆର୍ଥିକ ବର୍ଷ ବୃଦ୍ଧି ପାଇ 6.6 ପ୍ରତିଶତ ହୋଇପାରେ । ଆଉ ପରବର୍ତ୍ତୀ ବର୍ଷରେ 5.5 ପ୍ରତିଶତ ସହ ସର୍ବୋଚ୍ଚ ସ୍ତରରେ ବଜାୟ ରହିପାରେ ।

ରିପୋର୍ଟ ମୁତାବକ ମହାମାରୀ ଏଭଳି ସମୟରେ ପ୍ରଭାବ ପକାଇଛି , ଯେବେ ଅର୍ଥବ୍ୟବସ୍ଥା ପୂର୍ବରୁ ହିଁ ମାନ୍ଦା ଥିଲା ।

ଦେଶର ବାସ୍ତର ଜିଡିପି ( ମୋଟ ଘରୋଇ ଉତ୍ପାଦ) 2017-18 ରେ 7 ପ୍ରତିଶତ ବୃଦ୍ଧି ପାଇଥିଲା । ଯାହାକି 2018-29 ରେ ହ୍ରାସ ପାଇ 6.1 ପ୍ରତିଶତ ଓ 2019-20 ରେ 4.2 ପ୍ରତିଶତକୁ ଖସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.