ETV Bharat / business

jio ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ରିଚାର୍ଜ ପ୍ଲାନ - ରିଲାଏନ୍ସ ଜିଓ ନ୍ୟୁଜ

ଏୟାରଟେଲ ଓ ଭୋଡାଫୋନ ପରେ ରିଲାଏନ୍ସ ଜିଓ (Reliance Jio) ପ୍ରିପେଡ୍ ପ୍ଲାନ ବୃଦ୍ଧି କରିବାକୁ ଘୋଷଣା କରିଛି। ରିଲାଏନ୍ସ ଜିଓ ପକ୍ଷରୁ ତାର ସମସ୍ତ ପ୍ଲାନ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଡିସେମ୍ବର ପହିଲାରୁ ଏହି ନୂଆ ଦର ଲାଗୁ ହେବ । ଅଧିକ ପଢନ୍ତୁ

jio ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ରିଚାର୍ଜ ପ୍ଲାନ

author img

By

Published : Nov 29, 2021, 7:46 AM IST

ନୂଆଦିଲ୍ଲୀ: ମୋବାଇଲ ସେବାକୁ (mobile phone service) ମହଙ୍ଗା ମାଡ । ଜିଓ ଉପଭୋକ୍ତାଙ୍କୁ ଝଟକା । ଏୟାରଟେଲ ଓ ଭୋଡାଫୋନ ପରେ ରିଲାଏନ୍ସ ଜିଓ (Reliance Jio) ପ୍ରିପେଡ୍ ପ୍ଲାନ ବୃଦ୍ଧି କରିବାକୁ ଘୋଷଣା କରିଛି। ରିଲାଏନ୍ସ ଜିଓ ପକ୍ଷରୁ ତାର ସମସ୍ତ ପ୍ଲାନ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଡିସେମ୍ବର ପହିଲାରୁ ଏହି ନୂଆ ଦର ଲାଗୁ ହେବ ।

jio ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ରିଚାର୍ଜ ପ୍ଲାନ
jio ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ରିଚାର୍ଜ ପ୍ଲାନ

କମ୍ପାନୀ ପକ୍ଷରୁ ଏହି ଘୋଷଣା ହେବା ପରେ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାଶ ନିରାଶ ଭାବ ଦେଖିବାକୁ ମିଳିଛି । ଜିଓ ତାର କିଛି ବଛା ବଛା ପ୍ଲାନ ବଢାଇବାକୁ ଘୋଷଣା କରିଛି । ଜିଓର 75 ଟଙ୍କା ବିଶିଷ୍ଟ ଜିଓଫୋନ୍ ପ୍ଲାନ୍ ଏବେ ୯୧ ଟଙ୍କା ହେବ। 129 ଟଙ୍କା ପ୍ଲାନ ବଢ଼ିକି 155 ଟଙ୍କା, 149 ଟଙ୍କାର ପ୍ଲାନ୍ 179 ଟଙ୍କା, 199 ଟଙ୍କାର ପ୍ଲାନର ଦର 239 ଟଙ୍କା, 249 ଟଙ୍କାର ପ୍ଲାନ୍ 299 ଟଙ୍କା ହେବ। 399 ଟଙ୍କାର ପ୍ଲାନ୍ 479 ଟଙ୍କା, 444 ଟଙ୍କାର ପ୍ଲାନ୍ 433 ଟଙ୍କା, 329 ଟଙ୍କାର ପ୍ଲାନର ଦର 395 ଟଙ୍କା, 555 ଟଙ୍କାର ପ୍ଲାନ୍ 666 ଟଙ୍କା, 599 ଟଙ୍କାର ପ୍ଲାନ୍ 719 ଟଙ୍କା, 1299 ଟଙ୍କାର ପ୍ଲାନ୍ 1599 ଟଙ୍କା ହେବ। ଶେଷରେ 2399 ଟଙ୍କାର ପ୍ଲାନର ଦର 2879 ଟଙ୍କାରେ ପହଞ୍ଚିଛି ।

ଜିଓ ତା’ର ଟପ୍-ଅପ୍ ପ୍ଲାନ୍ ପାଇଁ ଟାରିଫ୍ ମଧ୍ୟ ବଢ଼ାଇଛି। ୫୧ ଟଙ୍କାରେ ୬ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ଏବେ ୬୧ ଟଙ୍କା ହେବ। ୧୦୧ ଟଙ୍କାରେ ୧୨ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୧୨୧ ଟଙ୍କା ଏବଂ ୨୫୧ ଟଙ୍କାର ୫୦ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୩୦୧ ଟଙ୍କା ହେବ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.