ETV Bharat / business

ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ଦୁଇ ଅଙ୍କ ଖସିପାରେ : ରିପୋର୍ଟ

କୋଭିଡ -19 ମହାମାରୀ ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ବାଧାପ୍ରାପ୍ତ । ଏଥିଯୋଗୁଁ ଅଭିବୃଦ୍ଧି ହାର ମଧ୍ୟ ପ୍ରବଳ ହ୍ରାସ ପାଇବ ବୋଲି ଅନୁମାନ ରହିଛି । ଅଧିକ ପଢନ୍ତୁ..

author img

By

Published : Jul 7, 2020, 8:24 PM IST

ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ଦୁଇ ଅଙ୍କ ଖସିପାରେ : ରିପୋର୍ଟ
ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ଦୁଇ ଅଙ୍କ ଖସିପାରେ : ରିପୋର୍ଟ

ମୁମ୍ବାଇ: ଏପ୍ରିଲ-ଜୁନ୍ ତ୍ରୟମାସରେ ଦେଶର ଅର୍ଥନୀତି 10 ପ୍ରତିଶତ କିମ୍ବା ଅଧିକ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କୋଭିଡ -19 ମହାମାରୀ ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେଉଛି । ଏଥିଯୋଗୁଁ ଅଭିବୃଦ୍ଧି ହାର ମଧ୍ୟ ପ୍ରବଳ ହ୍ରାସ ପାଇବ ବୋଲି ଏକ ଆନୁମାନିକ ରିପୋର୍ଟରେ ପ୍ରକାଶ ପାଇଛି ।

ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ବୃଦ୍ଧି ଦର 3.1 ପ୍ରତିଶତ ରହିଥିଲା । ସିଙ୍ଗାପୁରର ବ୍ୟାଙ୍କିଙ୍ଗ୍ ଗ୍ରୁପ DBS ର ଏକ ରିପୋର୍ଟରେ କୁହାଯାଇଛି, ‘‘ଆମର ଆଭ୍ୟନ୍ତରୀଣ ଜିଡିପି ଗଣନା ମଡେଲ ଜରିଆରେ ବର୍ତ୍ତମାନ ଏବଂ ଭବିଷ୍ୟତ ତ୍ରୟମାସିକ ପାଇଁ ଜିଡିପି ଆକଳନ ତତ୍କାଳ ଆଧାରରେ ଆକଳନ କରାଯାଇଥାଏ । ଏହି ମୂଲ୍ୟାଙ୍କନରୁ ଜଣାପଡିଛି କି 2020 ର ଦ୍ୱିତୀୟ ତ୍ରୟମାସ ଅର୍ଥାତ ଏପ୍ରିଲ-ଜୁନରେ ଜିଡିପିରେ ଦୁଇ ଅଙ୍କ ହ୍ରାସ ଘଟିବ। ଏହା ପରେ ଜୁଲାଇ-ସେପ୍ଟେମ୍ବର ତୃତୀୟ ତ୍ରୟମାସରେ ଅର୍ଥନୀତିରେ ସାମାନ୍ୟ ସୁଧାର ରେକର୍ଡ ହୋଇପାରେ । ’’

DBS ଗ୍ରୁପ ରିସର୍ଚ୍ଚର ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି କି, ଅଚାନକ ଅର୍ଥନୀତିରେ ଏତେ ବଡ ହ୍ରାସର କାରଣ ହେଉଛି କୋଭିଡ-19 ମହାମାରୀ । ଏଥିଯୋଗୁଁ ଉତ୍ପାଦନରେ ଯେଉଁ ହ୍ରାସ ଆସିଛି ତାହାର ଅବଶିଷ୍ଟ କ୍ଷତିପୂରଣ ପୂରା ବର୍ଷ ପୂରଣ କରିବା କଷ୍ଟକର ହେବ । ରିପୋର୍ଟରେ କୁହାଯାଇଛି ଯେ ଅର୍ଥନୀତି ଖୋଲିବା ଏବଂ ସଂକ୍ରମଣରେ ନିୟନ୍ତ୍ରଣ ନହେବା କାରଣରୁ 2020 ର ଦ୍ବିତୀୟ ତ୍ରୟମାସରେ ଅନିଶ୍ଚିତତା ଜାରି ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.