ETV Bharat / business

କୋରୋନା କବଳରେ ଅର୍ଥବ୍ୟବସ୍ଥା , 1930 ମହାମାନ୍ଦାବସ୍ଥାକୁ ଫେରାଇପାରେ 2020

ଆଜି ଦୁନିଆ ଏଭଳି ସଙ୍କଟ ମଧ୍ୟରେ ଜୁଝୁଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନି । କୋଭିଡ-19 ଆମର ଆର୍ଥିକ ଓ ସାମାଜିକ ସ୍ଥିତିକୁ ତୀବ୍ର ବେଗରେ ପ୍ରଭାବିତ କରିଛି । ଏହା ପୂର୍ବରୁ ମୁଁ କେବେ ଏଭଳି ଦେଖିନି ବୋଲି ଆଇଏମଏଫ ପ୍ରମୁଖ କହିଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Apr 9, 2020, 10:45 PM IST

covid-19
କୋରୋନା କବଳରେ ଅର୍ଥବ୍ୟବସ୍ଥା

ୱାସିଂଟନ: ଅର୍ଥବ୍ୟବସ୍ଥା ପାଇଁ 2020 ଅତ୍ୟନ୍ତ ଖରାପ ରହିବ । 1930 ଦଶକର ମହାମାନ୍ଦାବସ୍ଥା ପରେ ଏ ବର୍ଷ ବୈଶ୍ବିକ ଅର୍ଥବ୍ୟବସ୍ଥାରେ ସର୍ବାଧିକ ହ୍ରାସ ଦେଖାଦେବ । ସ୍ଥିତିରୁ ପରଖି ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଏ ନେଇ ପୂର୍ବାନୁମାନ କରିଛି ।

ଏ ବର୍ଷ ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶର ବ୍ୟକ୍ତିଗତ ଆୟ ଭାରି ମାତ୍ରାରେ ଖସିବ । ଜୀବନ ସହ ଜୀବିକା ପ୍ରଭାବିତ ହେବ । ଆଇଏମଏର ପ୍ରମୁଖ କ୍ରିଷ୍ଟଲିନା ଜର୍ଜିଭା ଗୁରୁବାର ଏ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ଆସନ୍ତା ସପ୍ତାହରେ ଆଇଏମଏଫ ଓ ବିଶ୍ବ ବ୍ୟାଙ୍କ ମଧ୍ୟରେ ବୈଠକ ବସିବ । ଏହା ପୂର୍ବରୁ ‘ସଙ୍କଟ ସହ ମୁକାବିଲା, ବୈଶ୍ବିକ ଅର୍ଥବ୍ୟବସ୍ଥା ପାଇଁ ପ୍ରାଥମିକତା ’ବିଷୟରେ ଜର୍ଜିଭା କହିଛନ୍ତି ଯେ, ‘‘ଆଜି ଦୁନିଆ ଏଭଳି ସଙ୍କଟ ମଧ୍ୟରେ ଜୁଝୁଛି , ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନି । କୋଭିଡ-19 ଆମର ଆର୍ଥିକ ଓ ସାମାଜିକ ସ୍ଥିତିକୁ ତୀବ୍ର ବେଗରେ ପ୍ରଭାବିତ କରିଛି । ଏହା ପୂର୍ବରୁ ମୁଁ କେବେ ଏଭଳି ଦେଖିନି । ’’

ଏହି ମାରାତ୍ମକ ମାହାମାରୀକୁ ରୋକିବା ପାଇଁ ଲକଡାଉନ ଜାରି କରିବାକୁ ପଡୁଛି । ଯାହା ଦ୍ବାରା କୋଟି କୋଟି ଲୋକ ପ୍ରଭାବିତ । କିଛି ସପ୍ତାହ ପୂର୍ବରୁ ସବୁ କିଛି ସ୍ବାଭାବିତ ଥିଲା, ପିଲା ସ୍କୁଲ ଯାଉଥିଲେ, ଲୋକ କାମକୁ ଯାଉଥିଲେ, ଆମେ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ କାଟୁଥିଲେ, ହେଲ ଆଜି ଏ ସବୁ କରିବା ବିପଦ ପାଲଟିଛି ।

ଦୁନିଆ ଏହି ସଙ୍କଟର ଅବଧିକୁ ନେଇ ଅସାଧାରଣ ରୂପରେ ଅନିଶ୍ଚିତ ରହିଛି । ହେଲେ ଏହା ପୂର୍ବରୁ ସ୍ପଷ୍ଟ ହୋଇଯାଇଛି ଯେ, 2020 ବୈଶ୍ବିକ ଅଭିବୃଦ୍ଧି ଦରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି । ଅନୁମାନ ହେଉଛି ଯେ, ମହାମାନ୍ଦାବସ୍ଥା ପରେ ଆମେ ଗଭୀର ହ୍ରାସର ସାମ୍ନା କରିବା ବୋଲି ଜର୍ଜିଭା କହିଛନ୍ତି ।

ମହାମାନ୍ଦାବସ୍ଥାର ବିଶ୍ବ ଅର୍ଥନୀତି ପାଇଁ ସବୁଠି ଖରାପ ପର୍ଯ୍ୟାୟ ଭାବେ ଜଣାଯାଏ । ଏହା 1929 ମସିହାରେ ଆମେରିକାର ୱାଲଷ୍ଟ୍ରିଟ ଉପରେ ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜର ପତନ ସହିତ ଆରମ୍ଭ ହୋଇଥିଲା । ଏହି ମହାମାନ୍ଦାବସ୍ଥା ପ୍ରାୟ 10 ବର୍ଷ ଧରି ଚାଲିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.