ETV Bharat / business

ବେଙ୍ଗାଲୁର ବିମାନ ବନ୍ଦରକୁ ମିଳିଲା ୱାଲର୍ଡ ଏୟାରପୋର୍ଟ ଆୱାର୍ଡ

author img

By

Published : May 12, 2020, 10:49 AM IST

ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପୁଣି ଥରେ ହାତେଇଲା ବିଶ୍ବ ଏୟାରପୋର୍ଟ ଆୱାର୍ଡ 2020 । ଚତୁର୍ଥ ବର୍ଷରେ ଏହା 3ୟ ଥର ପାଇଁ ସର୍ବୋତ୍ତମ ଆଞ୍ଚଳିକ ବିମାନବନ୍ଦର ହୋଇପାରିଛି । ଅଧିକ ପଢନ୍ତୁ...

କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର
କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର

ନୂଆଦିଲ୍ଲୀ: ପୁଣି ଥରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଏସିଆର ସର୍ବୋତ୍ତମ ଆଞ୍ଚଳିକ ବିମାନବନ୍ଦର ହୋଇ ପାରିଛି । ଚତୁର୍ଥ ବର୍ଷରେ ତୃତୀୟ ଥର ପାଇଁ ଭାରତ ଓ ମଧ୍ୟ ଏସିଆର ପାଇଁ ବିଶ୍ବ ଏୟାରପୋର୍ଟ ଆୱାର୍ଡ 2020ର ତାଜ୍ ହାତେଇଛି । 11 ବର୍ଷ ପୁରୁଣା ବିମାନବନ୍ଦରଟି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ସୂଚନା ଦେଇଛନ୍ତି କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦ୍ଦେଶକ ଦେଇଛନ୍ତି ।

ଏହି ବିମାନବନ୍ଦରେ ଯାତ୍ରୀମାନଙ୍କୁ ବିଶ୍ବ ସ୍ତରୀୟ ସେବା ଯୋଗାଇବା ସହ ବହୁ ଟେକ୍ନୋଲାଜି ଓ ଅଗ୍ରଣୀ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଥିବା କହିଛନ୍ତି BLR ବିମାନବନ୍ଦର ସିଇଓ । ବର୍ତ୍ତମାନ ପରିସ୍ଥିତି ଏହି ଶିଳ୍ପ ସଂସ୍ଥା ବହୁ କ୍ଷତିରେ ଚାଲୁଥିବାବେଳେ, ଏପରି ଆୱାର୍ଡ BLR ବିମାନବନ୍ଦର କର୍ମଚାରୀଙ୍କ ମନୋବଳକୁ ଦୃଢ କରିବ ବୋଲି ସେ କହିଛନ୍ତି ।

ବିଶ୍ବ ବିମାନବନ୍ଦର ପୁରସ୍କାର ବିମାନବନ୍ଦର ଶିଳ୍ପ ପାଇଁ ସବୁଠାରୁ ସମ୍ମାନଜନକ ପୁରସ୍କାର । ଯାହା ପ୍ରତି ବର୍ଷ ଗ୍ରାହକଙ୍କ ଦ୍ବାରା ଭୋଟ କରାଯାଇଥାଏ । 550 ବିମାନବନ୍ଦର ଓ ଗ୍ରାହକଙ୍କୁ ଦିଆଯାଉଥିବା ସେବାକୁ ନେଇ ଏହି ଆୱାର୍ଡ ସର୍ଭେକ୍ଷଣ କରାଯାଇଥାଏ । ଏହି ସର୍ଭେ ଓ ପୁରସ୍କାର ଯେ କୌଣସି ବିମାନବନ୍ଦର କଣ୍ଟ୍ରୋଲ ଓ ଇନପୁଟ ଅଧିନରେ ଥାଏ । ଏହି ପୁରସ୍କାର ବିଶ୍ୱ ବିମାନବନ୍ଦର ସର୍ବେକ୍ଷଣ ପ୍ରଶ୍ନପତ୍ର ଉପରେ ଆଧାରିତ । ଯାହା ଗତ 6 ମାସର ସର୍ଭେ ଅବଧିରେ 100 ଟି ଦେଶର ଗ୍ରାହକଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ ।

ବିମାନବନ୍ଦର ସେବା ଓ ଉତ୍ପାଦର ପ୍ରମୁଖ କାର୍ଯ୍ୟଦକ୍ଷତା (ଚେକ୍ ଇନ୍, ଆଗମନ, ସ୍ଥାନାନ୍ତର, ସପିଂ, ସୁରକ୍ଷା ଏବଂ ଇମିଗ୍ରେସନ୍ ଠାରୁ ଆରମ୍ଭ କରି ଗେଟ୍ ଛାଡିବା ପର୍ଯ୍ୟନ୍ତ) ଗ୍ରାହକଙ୍କ ଅନୁଭବ ଓ ଅଭିଜ୍ଞତା ନେଇ ଏହି ସର୍ଭେର ମୂଲ୍ୟାଙ୍କନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.