ETV Bharat / business

55 ପ୍ରତିଶତ ଉଛୁଳିଲା SBIର ପ୍ରଫିଟ - ଏସବିଆଇ ଦ୍ବିତୀୟ ତ୍ରୟମାସର ନିଟ ଲାଭ

ଅନଲକ ପର୍ଯ୍ୟାୟ ବଢିବା ସହ ଅର୍ଥନୀତିରେ ଦେଖାଦେଇଛି ସୁଧାର । ଏଥିସହ ବ୍ୟାଙ୍କିଙ୍ଗ ସେକ୍ଟର ପ୍ରଫିଟ ରହିଛି ଉପରମୁହାଁ । ଏସବିଆଇର ଦ୍ବିତୀୟ ତ୍ରୟମାସରେ ପ୍ରଫିଟ 55 ପ୍ରତିଶତ ବଢିଛି । ଅଧିକ ପଢନ୍ତୁ..

55 ପ୍ରତିଶତ ଉଛୁଳିଲା  SBI ର ପ୍ରଫିଟ
55 ପ୍ରତିଶତ ଉଛୁଳିଲା SBI ର ପ୍ରଫିଟ
author img

By

Published : Nov 4, 2020, 4:13 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର 30ରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିଟ ଲାଭ 55 ପ୍ରତିଶତ ବଢି 5,246.88 କୋଟି ଟଙ୍କା ହୋଇଛି । ଏଥିସହ ବ୍ୟାଙ୍କର ଫସି ରହିଥିବା ଋଣ ପରିମାଣ ମଧ୍ୟ ହ୍ରାସ ହୋଇଛି । ଏ ନେଇ ଏସବିଆଇ ବୁଧବାର ସୂଚନା ଦେଇଛି ।

ଏସବିଆଇ ସେୟାର ବଜାରକୁ ଜଣାଇଛି କି ଗତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସ ସମୟରେ ଏହାର ନିଟ ଲାଭ 3,375.40 କୋଟି ଟଙ୍କା ଥିଲା ।

ଏସବିଆଇ ଗ୍ରୁପର ମୋଟ ଆୟ ସମୀକ୍ଷାଧୀନ ତ୍ରୟମାସରେ ବୃଦ୍ଧି ହୋଇ 95,373.50 କୋଟି ଟଙ୍କା ହୋଇଛି । ଯାହାକି ଏ ବର୍ଷ ପୂର୍ବରୁ ସମାନ ଅବଧିରେ 89,347.91 କୋଟି ଟଙ୍କା ଥିଲା ।

ବ୍ୟାଙ୍କ କହିଛି କି 2020 ସେପ୍ଟେମ୍ବର 30 ପର୍ଯ୍ୟନ୍ତ ମୋଟ ଋଣ ତୁଳନାରେ ଏହାର ମୋଟ ଏନପିଏ ହ୍ରାସ ହୋଇ 5.28 ପ୍ରତିଶତ ରହିଛି । ଯାହାକି 1 ବର୍ଷ ତଳେ ସମାନ ଅବଧିରେ 7.19 ପ୍ରତିଶତ ଥିଲା । ଏହି ମଧ୍ୟରେ ନିଟ ଏନପିଏ ହ୍ରାସ ହୋଇ 1.59 ପ୍ରତିଶତ ରହିଛି । ଯାହାକି 1 ବର୍ଷ ପୂର୍ବର ସମାନ ଅବଧିରେ 2.79 ପ୍ରତିଶତ ଥିଲା ।

ମୋଟ ଆଧାରରେ ବ୍ୟାଙ୍କର ନିଟ ଲାଭ ପାଖାପାଖୀ 52 ପ୍ରତିଶତ ବଢି 4,574.16 କୋଟି ଟଙ୍କା ରହିଛି । ଯାହାକି 1 ବର୍ଷ ପୂର୍ବରୁ ସମାନ ଅବଧିରେ 3,011.73 କୋଟି ଟଙ୍କା ଥିଲା । ବ୍ୟାଙ୍କର ମୋଟ ଆୟ 2020 ସେପ୍ଟେମ୍ବରରେ ବୃଦ୍ଧି ହୋଇ 75,341.80 କୋଟି ଟଙ୍କା ରହିଛି । ଯାହାକି 1 ବର୍ଷ ପୂର୍ବରୁ ସମାନ ଅବଧିରେ 72,850.78 କୋଟି ଟଙ୍କା ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.