ETV Bharat / business

3 ମାସରେ ସରକାରୀ ବ୍ୟାଙ୍କରୁ ଗାଏବ 20 ହଜାର କୋଟି - bank fraud

ଦେଶର ସରକାରୀ ବ୍ୟାଙ୍କରେ ମାତ୍ର 3 ମାସରେ 2,867 ଠକେଇ ମାମଲା ରହିଛି । ଯାହାର ପରିମାଣ ପ୍ରାୟ 20 ହଜାର କୋଟି ଟଙ୍କା । ଜାଣନ୍ତୁ କେଉଁ ବ୍ୟାଙ୍କରେ କେତେ କୋଟିର ହୋଇଛି ଠକେଇ । ଅଧିକ ପଢନ୍ତୁ..

3 ମାସରେ  ସରକାରୀ ବ୍ୟାଙ୍କକୁ ଲାଗିଲା ପ୍ରାୟ 20 ହଜାର କୋଟିର ଚୂନା

author img

By

Published : Sep 20, 2020, 8:00 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଏପ୍ରିଲ-ଜୁନରେ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ (PSBs)ରେ 19,964 କୋଟି ଟଙ୍କା ଠକେଇର 2,867 ମାମଲା ସାମ୍ନାକୁ ଆସିଛି । ଆରଟିଆଇ ଅଧିନରେ ମଗାଯାଇଥିବା ସୂଚନାରୁ ଏହି ତଥ୍ୟର ଖୁଲାସା ହୋଇଛି ।

ଆରଟିଆଇ କର୍ମୀ ଚନ୍ଦ୍ର ଶେଖର ଗୌର ସୂଚନା ଅଧିକାର ଆଇନ ଅଧିନରେ ଆରବିଆଇକୁ ଏ ନେଇ ତଥ୍ୟ ମାଗିଥିଲେ । ତେବେ ଏହି ତଥ୍ୟ ଅନୁସାରେ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଫ୍ରଡ ମାମଲାର ସଂଖ୍ୟା ସର୍ବାଧିକ ରହିଛି । ସେହିପରି ମୂଲ୍ୟର ସର୍ତ୍ତାବଳୀ (terms of value) ହିସାବରେ ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ) ଠକେଇ ଦ୍ବାରା ଅଧିକ ପ୍ରଭାବିତ ହୋଇଛି ।

ସୂଚନା ମୁତାବକ, 2020 ଏପ୍ରିଲ-ଜୁନରେ ସାର୍ବଜନୀକ କ୍ଷେତ୍ରରେ 12 ବ୍ୟାଙ୍କରେ ଏସବିଆଇରେ ସର୍ବାଧିକ 2,050 ଠକେଇ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଜଡିତ ରାଶି 2,325.88 କୋଟି ଟଙ୍କା ଅଛି । ମୂଲ୍ୟ ହିସାବରେ ବ୍ୟାଙ୍କ ଅଫ ଇଣ୍ଡିଆକୁ ଠକେଇ ଦ୍ବାରା ଅଧିକ କ୍ଷତି ପହଞ୍ଚିଛି । ଏହି ଅବଧିରେ ବ୍ୟାଙ୍କ ଅଫ ଇଣ୍ଡିଆରେ 5,124.87 କୋଟି ଟଙ୍କା ଠକେଇର 47 ମାମଲାର ଜଣାପଡିଛି ।

ଏହା ବ୍ୟତିତ କାନାରା ବ୍ୟାଙ୍କରେ 3,885.26 କୋଟି ଟଙ୍କାର ଠକେଇର 33 , ବ୍ୟାଙ୍କ ଅଫ ବରୋଦାରେ 2,842.94 କୋଟି ଟଙ୍କା ଠକେଇର 60 , ଇଣ୍ଡିଆନ ବ୍ୟାହଙ୍କରେ 1,469.79 କୋଟି ଟଙ୍କାର 45 , ଇଣ୍ଡିଆନ ଓଭରସିଜ ବ୍ଯାଙ୍କରେ 1,207.65 କୋଟି ଟଙ୍କା ଫ୍ରଡର 37 ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ 1,140.37 କୋଟି ଟଙ୍କା ଠକେଇର 9 ମାମଲା ସାମ୍ନାକୁ ଆସିଛି ।

ଏହି ସମୟରେ ଦ୍ବିତୀୟ ସର୍ବବୃହତ୍ତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ କେବଳ 270.65 କୋଟି ଟଙ୍କାର ଠକେଇର 240 ମାମଲା ସାମ୍ନାକୁ ଆସିଛି ।

ଅନ୍ୟ ବ୍ୟାଙ୍କଗୁଡିକ ବିଷୟରେ କହିବାକୁ ଗଲେ, ୟୁକୋ ବ୍ୟାଙ୍କରେ 831.35 କୋଟି ଟଙ୍କା ଠକେଇର 130 , ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ 655.84 କୋଟି ଟଙ୍କାର 149 ଟି, ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କରେ 163.3 କୋଟି ଟଙ୍କା ଠକେଇର 18 ଏବଂ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର 46.52 କୋଟି ଟଙ୍କା ଠକେଇର 49 ଟି ମାମଲା ଚିହ୍ନଟ ହୋଇଛି। ରିଜର୍ଭ ବ୍ୟାଙ୍କ ଏହାର ଉତ୍ତରରେ କହିଛି ଯେ ଏହା ବ୍ୟାଙ୍କଗୁଡିକ ଦେଇଥିବା ପ୍ରାଥମିକ ଆକଳନ ସେମାନେ ପରିବର୍ତ୍ତନ କିମ୍ବା ସୁଧାରି କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.