ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ରିଟେଲକୁ ଆମେରିକାର ଘରୋଇ ଇକ୍ୟୁଟି କମ୍ପାନୀ ସିଲଭରଲେକ ପାର୍ଟନର୍ସରୁ 7500 କୋଟି ଟଙ୍କା ମିଳିଛି । ଏହା ବଦଳରେ ରିଲାଏନ୍ସ ରିଟେଲ ନିଜର 1.75 ପ୍ରତିଶତ ଅଂଶଧନ ବିକ୍ରି କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେପ୍ଟେମ୍ବର 9 ତାରିଖରେ ଏହି ଚୁକ୍ତି ନେଇ ଘୋଷଣା କରିଥିଲା । ଏହାକୁ ମିଶାଇ ଲଗାତାର ଦ୍ବିତୀୟ ଥର ପାଇଁ ସିଲଭର ଲେକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୟୁନିଟରେ ନିବେଶ କରିଛି । ଏହା ପୂର୍ବରୁ ରିଲାଏନ୍ସ ଜିଓ ପ୍ଲାର୍ଟଫର୍ମର ପାଖାପାଖି 10 ହଜାର କୋଟି ଟଙ୍କାର ଅଂଶଧନ କିଣିଛି କମ୍ପାନୀ ।
ନିକଟରେ ଆମେରିକା ଇକ୍ୟୁଟି ଫାର୍ମ କେକେଆର ମଧ୍ୟ ରିଲାଏନ୍ସ ରିଟେଲରେ 5,550 କୋଟି ଟଙ୍କା ନିବେଶର ଘୋଷଣା କରିଛି । ସିଲଭର ଲେକ ଭଳି କେକେଆରର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଗ୍ରୁପରେ ଏହା ଦ୍ବିତୀୟ ନିବେଶ । ଏହା ପୂର୍ବରୁ ରିଲାଏନ୍ସର ଜିଓ ପ୍ଲାର୍ଟଫର୍ମରେ ମଧ୍ୟ କେକେଆର ଅଂଶଧନ କିଣିଛି । ତେବେ ଏଥିସହ ରିଲାଏନ୍ସ ରିଟେୱଲରେ କେକଆରର 1.28 ପ୍ରତିଶତ ଅଂଶଧନ ରହିବ ।