ନୂଆଦିଲ୍ଲୀ: କିଛି ଦିନ ଧରି ମାଇକ୍ରୋସଫ୍ଟ -ଟିକଟକ ଚୁକ୍ତିକୁ ନେଇ ଖବର ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର ଏହି ଡିଲ ଉପରେ ରହିଛି । ଏଥିମଧ୍ଯରେ ଭାରତର ଆଞ୍ଚଳିକ ଭାଷାର ସୋସିଆଲ ମିଡିଆ ଆପ ସେୟାର ଚାର୍ଟରେ ପ୍ରାୟ 10 କୋଟି ଡଲାର ନିବେଶ କରିବା ପାଇଁ ପ୍ରସ୍ତୁତ ହେଉଛି ।
ଏହି ମାମଲା ସହ ଜଡିତ କିଛି ଲୋକ ଆଇଏଏନଏସକୁ କହିଛନ୍ତି , ଏହି ଚୁକ୍ତି ପାଇଁ କଥାବାର୍ତ୍ତା ପ୍ରଥମ ପର୍ଯ୍ୟାୟରେ ଚାଲିଛି । ଏବଂ ମାଇକ୍ରୋସଫ୍ଟର ନିବେଶ ସେୟାରଚାଟ ଆପ ମୂଲ୍ୟର ପ୍ରାୟ ତିନିଭାଗ ହେବ ।
ସେୟାରଚାଟ ପାଖରେ ଦେଶର 14 କୋଟିରୁ ଅଧିକ ମାସିକ ଆକ୍ଟିଭ ଉପଭୋକ୍ତାଙ୍କର ୟୁଜର୍ସ ବେସ ଅଛି । ଆପ 15 ଟି ଭାଷା , ଯେପରିକି ହିନ୍ଦୀ, ମାଲାୟଲମ, ଗୁଜୁରାତି, ମରାଠୀ, ପଞ୍ଜାବୀ, ତେଲୁଗୁ, ବଙ୍ଗାଳୀ, ଓଡିଆ , କନ୍ନଡ, ଆସାମିସ, ହରିୟାଣୀ, ରାଜସ୍ଥାନୀ, ଭୋଜପୁରୀ ଏବଂ ଉର୍ଦ୍ଦୁ ସାମିଲ ଅଛି ।
ସେୟାରଚାଟ ଏକ ଦେଶୀ ଆପ । ଯାହା ସମୁଦାୟ 15 ଟି ସ୍ଥାନୀୟ ଭାଷାରେ ଉପଲବ୍ଧ ଏବଂ ଏହା ବେଶ୍ ବିଖ୍ୟାତ । ଏହି କାରଣରୁ ମାଇକ୍ରୋସଫ୍ଟ ପୂର୍ବରୁ ଟ୍ବିଟର ମଧ୍ୟ ସେୟାରଚାଟରେ 10 କୋଟି ଡଲାର ନିବେଶ କରିଛି । ସେୟାରଚାଟ ଗତମାସରେ କହିଥିଲା କି, ଏହାର ସର୍ଟ ଭିଡିଓ ସେୟାରିଂ ପ୍ଲାର୍ଟଫର୍ମ ମୋଜ ( Moj)ଗୁଗୁଲ ପ୍ଲେ ଷ୍ଟୋରରୁ ମାତ୍ର ସପ୍ତାହରେ 50 ଲକ୍ଷରୁ ଅଧିକ ଡାଉନଲୋଡ ହୋଇଛି ।
ଟିକଟକ ବ୍ୟାନ ହେବା ପରେ ଏହି ଆପ ବଜାରରେ ଲଞ୍ଚ ହୋଇଥିଲା । ଆଞ୍ଚଳିକ ଭାଷାର ଏହି ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ନିଜର ଦକ୍ଷତା ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ଗୁଗୁଲ କ୍ଲାଉଡକୁ ଏହାର ଭିତ୍ତିଭୂମି(infrastructure)କୁ ସମ୍ପୁର୍ଣ୍ଣ ରୂପେ ସ୍ଥାନାନ୍ତରିତ ବା ମାଇଗ୍ରେଡ କରିଦେଇଥିଲା ।
ଏହି ଆପର ଆକ୍ଟିଭ ୟୁଜର୍ସଙ୍କ ଏକ ବଡ ଭାଗ ଟିୟର-2 ଓ ଟିୟର-3 ସହରରେ ରହିଛି । ଯେଉଁଥିରେ ଅଧିକାଂଶ 2 ଜି ନେଟୱର୍କ ନିର୍ଭରଶୀଳ ।
ତେବେ ଏହି ଖବର ଏଭଳି ସମୟରେ ଆସିଛି , ଯେବେ ମାଇକ୍ରୋସଫ୍ଟ କଥିତ ଭାବେ ଚୀନ ସର୍ଟ ଭିଡିଓ ମେକିଂ ଆପ ଟିକଟକକୁ ବୈଶ୍ବିକ କାରବାର ହାସଲ କରିବା ଲକ୍ଷ୍ୟ ରଖିଛି । ଯେଉଁଥିରେ ଭାରତ ମଧ୍ୟ ସାମିଲ ଅଛି । ଯେଉଁଠିକି ଏହି ଆପ ସମ୍ପୁର୍ଣ୍ଣ ନିଷେଧ ।
ସେପଟେ ମାଇକ୍ରୋସଫ୍ଟ ପୂର୍ବରୁ ସୁନିଶ୍ଚିତ କରିସାରିଛି ଯେ ଟିକଟକ ର ଆମେରିକୀୟ ବ୍ୟବସାୟ କିଣିବା ପାଇଁ କଥାବାର୍ତ୍ତା ସହ ଆଗକୁ ବଢିବାକୁ ଚାହୁଁଛି । ତେବେ ମାଇକ୍ରୋସଫ୍ଟ ସିଇଓ ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ପରେ ସେପ୍ଟେମ୍ବର 15 ପାଖାପାଖୀ ଏହି ଚୁକ୍ତିନାମା ହୋଇପାରେ ।