ETV Bharat / business

ସୋସିଆଲ ମିଡିଆ ସର୍ଭର ଡାଉନ, ୬ ଘଣ୍ଟାରେ ୫୨ ହଜାର କୋଟି ହରାଇଲେ ମାର୍କ ଜୁକରବର୍ଗ - ମାର୍କ ଜୁକରବର୍ଗ କ୍ଷତି

ସୋମବାର ଦୀର୍ଘ ୬ ଘଣ୍ଟା ଧରି ବିଶ୍ବବ୍ୟାପୀ ଅଚଳ ହୋଇଯାଇଥିଲା ସୋସିଆଲ ମିଡିଆ । ଯାହାର ଗୁରୁତର ପ୍ରଭାବ ଭୋଗିଛନ୍ତି ଫେସବୁକ CEO ମାର୍କ ଜୁକରବର୍ଗ । ୬ ଘଣ୍ଟା ମଧ୍ୟରେ ୫୨, ୨୧୭ କୋଟି ଟଙ୍କା ହରାଇଛନ୍ତି ଜୁକରବର୍ଗ । ଅଧିକ ପଢନ୍ତୁ...

ସୋସିଆଲ ମିଡିଆ ସର୍ଭର ଡାଉନ, ୬ ଘଣ୍ଟାରେ ୫୨, ୨୧୭ କୋଟି ହରାଇଲେ ମାର୍କ ଜୁକରବର୍ଗ

author img

By

Published : Oct 6, 2021, 8:13 AM IST

ନୂଆଦିଲ୍ଲୀ: ସୋମବାର ରାତିରେ ଦୀର୍ଘ ୬ ଘଣ୍ଟା ଧରି ବିଶ୍ବବ୍ୟାପୀ ଅଚଳ ହୋଇଯାଇଥିଲା ସୋସିଆଲ ମିଡିଆ ସେବା । ରାତି ୯ଟା ପରେ ହଠାତ୍ ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଥିଲା । ଯେଉଁ କାରଣରୁ ୟୁଜରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏହି ସୋସିଆଲ ମିଡିଆ ସର୍ଭର ଡାଉନ ହେବା ପରେ ଏହାର କୋ-ଫାଉଣ୍ଡର ବା CEO ମାର୍କ ଜୁକରବର୍ଗଙ୍କୁ ସହିବାକୁ ପଡିଛି ବିପୁଳ କ୍ଷତି । ତାଙ୍କ Networth ୬ ଘଣ୍ଟା ମଧ୍ୟରେ ୭ ବିଲିୟନ ଡଲାର(୫୨, ୨୧୭ କୋଟି)କୁ ଖସି ଆସିଛି । ଅର୍ଥାତ୍ ପ୍ରତି ଘଣ୍ଟାରେ ସେ ୮,୭୦୦ କୋଟି ଟଙ୍କା ହରାଇଛନ୍ତି । ଏହି ବଡ ହ୍ରାସ ସହ ଅରବପତି ଲିଷ୍ଟରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଜୁକରବର୍ଗ ।

ସେହିପରି ଆମେରିକୀୟ ସେୟାର ବଜାରରେ ଫେସବୁକ ସେୟାରରେ ଭାରି ହ୍ରାସ ଆସିଛି । ଗୋଟିଏ ଦିନରେ ସେୟାର ୫ ପ୍ରତିଶତ ଖସିଛି । ସେପ୍ଟେମ୍ବର ମଧ୍ୟଭାଗରୁ ଆଜିସୁଦ୍ଧା ଫେସବୁକ ସେୟାରରେ ୧୫ ପ୍ରତିଶତ ହ୍ରାସ ରେକର୍ଡ ହୋଇଥିବା ଜଣାପଡିଛି ।

Bloomberg ବିଲିନିୟର ଇଣ୍ଡେକ୍ସ ମୁତାବକ, ଜୁକରବର୍ଗଙ୍କ Networth କମି ୧୨୦.୯ ବିଲିୟନ ଡଲାରରେ ପହଞ୍ଚିଛି ଏବଂ ସେ ବିଲ ଗେଟଙ୍କ ତଳେ ପଞ୍ଚମ ସ୍ଥାନରେ ରହିଛନ୍ତି । ଜୁକରବର୍ଗ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିଲେ । ଗତ ୧୩ ତାରିଖ ଠାରୁ ତାଙ୍କ Networthରେ ୧୯ ବିଲିୟନ ଡଲାରର ହ୍ରାସ ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.