ନୂଆଦିଲ୍ଲୀ: ବଢିଲା ଭାରତୀୟ ଷ୍ଟାଟଅପ୍ ନିବେଶ । ଚଳିତ ବର୍ଷର ଦ୍ବିତୀୟ ତ୍ରୟ ମାସରେ ଷ୍ଟାଟଅପ୍ କମ୍ପାନୀଗୁଡିକ ପ୍ରାୟ ୬.୫ ବିଲିୟନ ନିବେଶ ହାସଲ କରିଛି । Nasscom-PGA Labs ରିପୋର୍ଟରୁ ଏହା ଜଣାପଡିଛି । ଏହି କମ୍ପାନୀଗୁଡିକ ମଧ୍ୟରେ ୧୧ଟି କମ୍ପାନୀ ୟୁନିକର୍ନ କ୍ଲବରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି । ଅପ୍ରିଲ-ଜୁନ ମାସରେ ୧୬୦ ଫଣ୍ଡିଂ ଡିଲ୍ କ୍ଲୋଜ କରାଯାଇଛି । ଯାହା ଜାନୁୟାରୀ ଓ ଫେବୃୟାରୀ ତୁଳନାରେ ୨ ପ୍ରତିଶତ ଅଧିକ । ଫଳରେ ୨୦୨୧ର ଦ୍ବିତୀୟ ତ୍ରୟ ମାସ ଷ୍ଟାଟଅଫ ଅଭିବୃଦ୍ଧି କ୍ଷେତ୍ରରେ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଏହି ଅବଧି ମଧ୍ୟରେ କମ୍ପାନୀଗୁଡିକ ଅଧିକ ଫଣ୍ଡ ହାସଲ କରିବା ସଙ୍ଗେ ସଙ୍ଗେ ୟୁନିକର୍ନ ସଂଖ୍ୟା ମଧ୍ୟ ଅଧିକ ରହିଛି ।
ରିପୋର୍ଟ ଅନୁଯାୟୀ, କୋଭିଡ ଦ୍ବିତୀୟ ଲହର ସତ୍ତ୍ବେ ଅପ୍ରିଲ-ଜୁନରେ ଷ୍ଟାଟଅପ ଇକୋ-ସିଷ୍ଟମ ଭଲ ପ୍ରଦର୍ଶନ କରିଛି । କମ୍ପାନୀଗୁଡିକର ଫଣ୍ଡିଂ ୭୧ ପ୍ରତିଶତ ବୃଦ୍ଧି ସହ ୬.୫ ବିଲିୟନ ରହିଛି । ତ୍ରୟ ମାସ ମଧ୍ୟରେ ଫୁଡ୍ ଡେଲିଭରି ପ୍ଲାଟଫର୍ମ Swiggy ସବୁଠୁ ଅଧିକ ଫଣ୍ଡ 800 ମିଲିୟନ ହାତେଇଛି । Swiggy ପରେ ShareChat(502 ମିଲିୟନ), Byju (340 ମିଲିୟନ),PharmEasy (323 ମିଲିୟନ) ଏବଂ Meesho( 300 ମିଲିୟନ) ଅଧିକ ନିବେଶ ହାସଲ କରିଛି । ସେହିପରି Pine Labs ୨୮୫ ମିଲିୟନ, Delhivery ୨୭୭ ମିଲିୟନ, Zeta ୨୫୦ ମିଲିୟନ, Cred ୨୧୫ ମିଲିୟନ ଏବଂ ଅର୍ବାନ କମ୍ପାନୀ ୧୮୮ ମିଲିୟନ ଡଲାର ଫଣ୍ଡ ରେଜିଂ କରିଛି ।
PGA Labs ଡାଇରେକ୍ଟର competitive Intelligence ଅଭିଶେଖ ମାଇତି କହିଛନ୍ତି ଯେ, ୨୦୨୧ ଜୁନ ସୁଦ୍ଧା ୫୩ ୟୁନିକର୍ନ ବିଶିଷ୍ଟ ଭାରତୀୟ ଷ୍ଟାଟଅପ ଇକୋସିଷ୍ଟମ ଅପ୍ରିଲ-ଜୁନ ତ୍ରୟ ମାସରେ ହିଁ ବହୁତ ଭଲ ପ୍ରଦର୍ଶନ କରିଛି । ଏହି ଅବଧି ମଧ୍ୟରେ ଅଧିକ ସଂଖ୍ୟକ ୟୁନିକର୍ନ ଯୋଡି ହୋଇଛି ।
@PTI