ETV Bharat / business

ଜାଣନ୍ତୁ କିପରି କରିବେ ଜୀବନ ବୀମା କ୍ଲେମ୍ - ଜୀବନ ବୀମା କ୍ଲେମ

ଆଜିକାଲି ପ୍ରାୟ ପ୍ରତିଟି ବ୍ୟକ୍ତି ଜୀବନ ବୀମା ନେଇଥାନ୍ତି । ହେଲେ ସାମାନ୍ୟ ଭୁଲବଶତଃ ଅନେକ ସମୟରେ ବୀମାଧାରକ ନିଜ ବୀମା ରାଶି ପାଇବାରୁ ବଞ୍ଚିତ ହୋଇପାରଥାନ୍ତି । ଏପରିକି ଅନେକ ପରିସ୍ଥିତିରେ ପଲିସିଧାରକଙ୍କ ମୃତ୍ୟୁ ପରେ ନୋମିନିଙ୍କୁ କ୍ଲେମ୍ ମିଳିନଥାଏ । ଜାଣନ୍ତୁ କ'ଣ ସେସବୁ

ଜାଣନ୍ତୁ କିପରି କରିବେ ଜୀବନ ବୀମା କ୍ଲେମ୍ ?
ଜାଣନ୍ତୁ କିପରି କରିବେ ଜୀବନ ବୀମା କ୍ଲେମ୍ ?
author img

By

Published : Dec 19, 2021, 4:19 PM IST

ହାଇଦ୍ରାବାଦ: ଆଜିକାଲି ପ୍ରାୟ ସମସ୍ତ ଲୋକେ ଜୀବନ ବୀମା(life insurance policy) ନେଇଥାନ୍ତି । ଜୀବନ ବୀମା ବା ଲାଇଫ ଇନସ୍ୟୁରାନ୍ସ ଦୁର୍ଘଟଣା, ମାରାତ୍ମକ ରୋଗ ଏବଂ ବାର୍ଦ୍ଧକ୍ୟଜନିତ ମୃତ୍ୟୁରୁ ଆପଣଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଯେତେବେଳେ କୌଣସି କାରଣ ଯୋଗୁଁ ପଲିସିଧାରକ(policyholder)ଙ୍କ ମୃତ୍ୟୁ ଘଟେ, କମ୍ପାନୀ ବ୍ୟକ୍ତିଙ୍କ ବୀମା ପଲିସିର ଟର୍ମ ଅନୁଯାୟୀ ହିତାଧିକାରୀ ବା ନୋମିନିଙ୍କୁ କ୍ଲେମ ଦେଇଥାଏ । ହେଲେ ଦେଖାଯାଏ, ପଲିସିଧାରକ(policyholder)ଙ୍କ ମୃତ୍ୟୁ ପରେ ଅନେକ ବୀମା କମ୍ପାନୀ ଏହି କ୍ଲେମ ଦେଇନଥାନ୍ତି । ତେଣୁ ଏଥିପାଇଁ ଇନସ୍ୟୁରାନ୍ସ ସୁରକ୍ଷା କଭର ଲାଭ କରିବା ଜରୁରୀ । ଯାହା ଆପଣଙ୍କ ମୃତ୍ୟୁ ପରେ ବି ପ୍ରିୟଜନଙ୍କୁ ଯେପରି କୌଣସି ଆର୍ଥିକ ଦୂରାବସ୍ଥା ଦେଇ ଗତି କରିବାକୁ ନ ପଡେ ତାହା ସୁନିଶ୍ଚିତ କରିଥାଏ ।

ଧ୍ୟାନ ରଖନ୍ତୁ:

କେବଳ ଇନସ୍ୟୁରାନ୍ସ ନେବା ଯଥେଷ୍ଟ ନୁହେଁ, କୌଣସି ସମସ୍ୟା ବିନା ଯେପରି ହିତାଧିକାରୀଙ୍କୁ କ୍ଲେମ୍ ମିଳିପାରିବ ସେନେଇ ଯତ୍ନବାନ ହେବା ମଧ୍ୟ ଆବଶ୍ୟକ । ଲାଇଫ ଇନସ୍ୟୁରାନ୍ସ ପଲିସି ଜଣେ ବ୍ୟକ୍ତି ଏବଂ ଇନସ୍ୟୁରାନ୍ସ ପ୍ରଦାନକାରୀଙ୍କ କରାଯାଇଥିବା ଏକ କଣ୍ଟ୍ରାକ୍ଟ ଅଟେ, ଯେଉଁଥିରେ କମ୍ପାନୀ ପଲିସିଧାରକଙ୍କୁ ମାସିକ ଦେୟ ବଦଳରେ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଯେ ପର୍ଯ୍ୟନ୍ତ ଆପଣ ସମୟାନୁଯାୟୀ ଇନସ୍ୟୁରାନ୍ସ ପ୍ରିମିୟମ ଠିକ୍ ସମୟରେ ପଇଠ କରିଥାନ୍ତି, ସେ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସମୟ ଯାଏଁ ଆପଣଙ୍କ ଜୀବନ ବୀମା ପଲିସି ସୁରକ୍ଷିତ ରହିଥାଏ । ତେଣୁ କମ୍ପାନୀର ପଲିସି ସମ୍ପର୍କରେ ପଲିସିଧାରକ(policyholder) ସମ୍ପୂର୍ଣ୍ଣ ସ୍ପଷ୍ଟ ହେବା ଆବଶ୍ୟକ । ଭ୍ରାନ୍ତ ସୂଚନା ଦ୍ବାରା ଏହି ଜୀବନ ବୀମା ପଲିସି କେବଳ ବାଟବଣା ହୁଏ ନାହିଁ, ଇନସ୍ୟୁରାନ୍ସ କମ୍ପାନୀ କ୍ଲେମ୍ ପ୍ରଦାନ କରିବାକୁ ମଧ୍ୟ ପ୍ରତ୍ୟାଖାନ କରିଦେଇଥାଏ ।

  • ଜୀବନ ବୀମା ପଲିସିଧାରକ(policyholder)ଙ୍କ କ୍ଲେମ୍, ସେ କେଉଁ ପ୍ରକାର ପଲିସି ନେଇଛନ୍ତି ତାହା ଉପରେ ନିର୍ଭର କରେ । ପଲିସିର ପ୍ରକାର(type) ଆଧାରରେ ମୃତ୍ୟୁ, ଗୁରୁତର ଅସୁସ୍ଥତା ଏବଂ ଦୁର୍ଘଟଣା ଭଳି ଅନେକ କ୍ଷେତ୍ରରେ ପଲିସି କ୍ଲେମ୍ କରିବା ସମ୍ଭବପର ହୋଇଥାଏ । ବୀମା ରାଶି କ୍ଲେମ୍ କରିବା ଲାଗି ଆପଣ ସମୟ ସମୟରେ ନିଜର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ବୀମା କମ୍ପାନୀକୁ ସୂଚୀତ କରିବା ଆବଶ୍ୟକ । ସଠିକ୍ ବିବରଣୀ ସହ ଯଥାସମୟରେ ପ୍ରିମିୟମ ରାଶି ପଇଠ କରିବା ମଧ୍ୟ ଜରୁରୀ ଅଟେ । ତାହାହେଲେ ଆପଣ ପସିଲି କ୍ଲେମ୍ ପାଇପାରିବେ ।
  • ଜୀବନ ବୀମା(life insurance policy) ନେବାର ମୁଖ୍ୟ ଉଦ୍ଦେଶ୍ୟ, କୌଣସି ଅଘଟଣ ଯୋଗୁଁ ଯଦି ପଲିସିଧାରକ(policyholder)ଙ୍କ ମୃତ୍ୟୁ ଘଟୁଛି, ତେବେ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିବ । ତେଣୁ ପଲିସି ନେବା ସମୟରେ ଆପଣ ଇନସ୍ୟୁରାନ୍ସ କମ୍ପାନୀକୁ ଦେଉଥିବା ସମସ୍ତ ତଥ୍ୟ ଯେପରି ସଠିକ୍ ଏବଂ ସ୍ପଷ୍ଟ ହେବ ତାହା ସୁନିଶ୍ଚିତ କରନ୍ତୁ । ଯାହାଫଳରେ ଯଦି ପଲିସିଧାରକଙ୍କ ମୃତ୍ୟୁ ଘଟେ କିମ୍ବା ଏହାର ଟର୍ମ ପୂରଣ ହୋଇଯାଏ ତେବେ ହିତାଧିକାରୀ ବା ନୋମିନୀ ବିନା କୌଣସି ସମସ୍ୟାରେ ବୀମାର କ୍ଲେମ୍ କରିପାରିବେ । ଯଦି ପଲିସିଧାରକ ଭୁଲ୍ ବିବରଣୀ ଦେଇଥାନ୍ତି କିମ୍ବା କ୍ଲେମ୍ ସମୟରେ ବିବରଣୀ ଭୁଲ୍ ବୋଲି ଜଣାପଡେ, ତେବେ କମ୍ପାନୀ କ୍ଲେମ୍ ଦେବାକୁ ମନା କରିଦେଇଥାନ୍ତି ।
  • ଜଣେ ବ୍ୟକ୍ତି ଜୀବନ ବୀମା ପଲିସି କରିବା ସମୟରେ ସମ୍ପୃକ୍ତ ଇନସ୍ୟୁରାନ୍ସ କମ୍ପାନୀ ପଲିସିଧାରକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥାଏ । ତେଣୁ ବୀମାଧାରୀ ନିଜର କୌଣସି ରୋଗ ଲୁଚାଇବା ଉଚିତ୍ ନୁହେଁ । ଯଦି ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଲିସିଧାରକ କମ୍ପାନୀଙ୍କୁ ଅବଗତ ନ କରି ପଲିସି ନିଏ ଏବଂ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଜଣାପଡେ ତେବେ କମ୍ପାନୀ ନିକଟରେ ତାଙ୍କ ବୀମା ରଦ୍ଦ କରିବାର ସମ୍ପୂର୍ଣ୍ଣ କ୍ଷମତା ରହିଛି । ପଲିସି ନେବା ପୂର୍ବରୁ ଧୂମ୍ରପାନ ସେବନ କରୁଥିବା ବ୍ୟକ୍ତି ମଧ୍ୟ ନିଜର ଏହି ଅଭ୍ୟାସ ସମ୍ପର୍କରେ ଅବଗତ କରିବା ଜରୁରୀ । ଯଦ୍ବାରା କ୍ଲେମ୍ ମିଳିପାରେ ସହଜ ହୋଇଥାଏ ।
  • ଯଦି ଆପଣ ଲାଇଫ ଇନସ୍ୟୁରାନ୍ସ ପଲିସି ଗ୍ରହଣ କରିବା ପରେ ନିଜ ଫୋନ ନମ୍ବର, ଇମେଲ କମ୍ବା ଘର ଠିକଣା ପରିବର୍ତ୍ତନ କରୁଛନ୍ତି, ତେବେ ଏ ବାବଦରେ ସମ୍ପୃକ୍ତ ଇନସ୍ୟୁରାନ୍ସ କମ୍ପାନୀକୁ ଅବଗତ କରିବା ଆବଶ୍ୟକ । ଯଦି ଏସବୁ ବିବରଣୀ ଆପଣ କମ୍ପାନୀକୁ ନ ଦିଅନ୍ତୁ ତେବେ ପଲିସି କ୍ଲେମ୍ ପ୍ରତ୍ୟାଖାନର ସମ୍ଭାବନା ଅଧିକ । ଏପରିକି ଯଦି ଆପଣ ଅନଲାଇନରେ ପସିଲି ନେଇଛନ୍ତି ତଥାପି ଆପଣ ଏହାର ହାର୍ଡକପି ଏବଂ ପ୍ରିମିୟମର ପଇଠର ରସିଦ୍ ସଂଲଗ୍ନ କରିବା ଉଚିତ୍ ।
  • ଏଥିସହ ଅପ୍ରତ୍ୟାଶିତ ସ୍ଥିତିରେ କିଏ ପଲିସି କ୍ଲେମ୍ କରିବ ଅର୍ଥାତ୍ ନୋମିନିଙ୍କ ନାମ ସ୍ପଷ୍ଟ କରିବା ଜରୁରୀ । ଏବେ ବି ବହୁ ଲୋକେ ନୋମିନି ବିବରଣୀ ପ୍ରଦାନରେ ଅବହେଳାର କରୁଥିବାର ଦେଖାଯାଏ । ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ପଲିସିରେ ନୋମିନିଙ୍କ ନାମ୍ ସଠିକ୍ ହେବା ଜରୁରୀ । ତାଙ୍କର ଆଧାର ଏବଂ ପାନକାର୍ଡ ନାମ ଜନ୍ମ ପ୍ରମାଣପତ୍ର ସହ ମେଳ ଖାଉଥିବା ଆବଶ୍ୟକ । ଏପରିକି ଯଦି କୌଣସି କାରଣ ଯୋଗୁଁ ବ୍ୟାଙ୍କ ଆକାଉଣ୍ଟ ବିବରଣୀରେ ପରିବର୍ତ୍ତନ ହୁଏ ତାହା ମଧ୍ୟ କମ୍ପାନୀକୁ ଜଣାଇବା ଆବଶ୍ୟକ ।
  • ଯଦି ପଲିସିଧାରକଙ୍କ ମୃତକଙ୍କ ମୃତ୍ୟୁ ସ୍ବାଭାବିକ ହୋଇନଥାଏ ତେବେ ଆପଣ ତୁରନ୍ତ ଏଫଆଇର ଫାଇଲ କରନ୍ତୁ ଏବଂ ଏହାର କପି ସାଇତି ରଖନ୍ତୁ । ମୃତ୍ୟୁ ଯଦି ହସ୍ପିଟାଲରେ ଘଟିଥାଏ ତେବେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ମୃତ୍ୟୁ ପ୍ରମାଣପତ୍ର ରଖିବା ସହ ଏ ସମ୍ପର୍କରେ ଇନସ୍ୟୁରାନ୍ସ କମ୍ପାନୀକୁ ଅବଗତ କରିବା ଆବଶ୍ୟକ । ପଲିସିଧାରକଙ୍କ ମୃତ୍ୟୁର ୧୮୦ ଦିନ ମଧ୍ୟରେ ନୋମିନି କ୍ଲେମ୍ କରିପାରିବେ । ଏଥିପାଇଁ କିଛି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଜରୁରୀ । କ୍ଲେମ୍ ପାଇଁ ଆଫ୍ଲିକେସନ ଫର୍ମ ସହ ମୃତ୍ୟୁପ୍ରମାଣ ପତ୍ର, ଅସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ପୋଲିସ ରିପୋର୍ଟ, ହସ୍ପିଟାଲ ରିପୋର୍ଟ ଏବଂ ନୋମିନିଙ୍କ ଡକ୍ୟୁମେଣ୍ଟ ସମେତ ପ୍ରିମିୟର ରସିଦ ଏବଂ ପଲିସି ସମୟରେ ଗ୍ରହଣ କରିଥିବା ବଣ୍ଡ ପେପର ଆପ୍ଲିକେସନ ଫର୍ମ ସହ କମ୍ପାନୀରେ ଜମା କରିବା ଆବଶ୍ୟକ । ଧ୍ୟାନ ରଖିବେ ଯେପରି ସମସ୍ତ ଡକ୍ୟୁମେଣ୍ଟରେ ମୃତ ପଲିସିଧାରକଙ୍କ ନାମ ସମାନ ଥିବା ଦରକାର ।
  • କ୍ଲେମ୍ ସମୟରେ ବୀମା କମ୍ପାନୀ ନୋମିନିଙ୍କ ପରିଚୟପତ୍ର ଯାଞ୍ଚ କରିବା ସହ ତାଙ୍କୁ କିଛି ପ୍ରଶ୍ନ କରିଥାଏ । କ୍ଷତିପୂରଣ ବା କ୍ଲେମ୍ ରାଶି ଜାଲିଆତିକାରୀଙ୍କ ହାତକୁ ନ ଯିବା ପାଇଁ ଏହି ସତର୍କତା ଅବଲମ୍ବନ କରାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.