ETV Bharat / business

ଏୟାରଟେଲର ନୂଆ ‘ଏକ୍ସଟ୍ରିମ’ ବ୍ରଡବ୍ୟାଣ୍ଡ ପ୍ଲାନ, 499 ଟଙ୍କାରୁ ଆରମ୍ଭ

ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଏକ ଅନଲିମିଟେଡ ବ୍ରଡବ୍ୟାଣ୍ଡ ପ୍ଲାନ ଆରମ୍ଭ କରିଛି। ମାସିକ 499 ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ ଅନୁଯାୟୀ କମ୍ପାନୀ ଭିଡିଓ ଏଣ୍ଟରଟେନମେଣ୍ଟ ଆପ ଏବଂ ହାଇ ଡେଫିନେସନ ସେଟ-ଟପ (STB) କୁ ସବସ୍କ୍ରିପସନ ମଧ୍ୟ ପ୍ରଦାନ କରିବ। ଅଧିକ ପଢନ୍ତୁ..

author img

By

Published : Sep 7, 2020, 12:54 PM IST

Airtel offers new Xstream broadband plans starting at Rs 499

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ରବିବାର ଏକ ନୂଆ ଏକ୍ଟ୍ରିମ ବଣ୍ଡଲ ପ୍ଲାନ ଲଞ୍ଚ କରିଛି । ଏୟାରଟେଲର ଏହି ନୂଆ ଅଫର 499 ଟଙ୍କାରୁ ଆରମ୍ଭ । ଏକ୍ସଟ୍ରିମ ବଣ୍ଡଲ ପ୍ଲାନ ଏୟାରଟେଲ ଏକ୍ସଟ୍ରିମ ଫାଇବର ସହ ଆସିବ । ଯେଉଁଥିରେ 1 ଜିବିପିଏସ ସ୍ପିଡ, ଅନଲିମିଟେଡ ଡାଟା ‘ ଏୟାରଟେଲ ଏକ୍ସଟ୍ରିମ ଆଣ୍ଡ୍ରଏଡ 4କେ ଟିଭି ବକ୍ସ ସହିତ ଏଥିରେ ସମସ୍ତ OTT କଣ୍ଟେଟ ସୁବିଧା ଉପଲବ୍ଧ ରହିଛି ।

ଏୟାରଟେଲ ଏକ୍ସଷ୍ଟ୍ରିମ ବଣ୍ଡଲ, ଏୟାରଟେଲ ଏକ୍ସଷ୍ଟ୍ରିମ ବକ୍ସ ମାଧ୍ୟମରେ ଡିଜନି ପ୍ଲସ, ହଟଷ୍ଟାର, ଆମାଜନ ପ୍ରାଇମ ଭିଡିଓ ଏବଂ G5 ଭଳି ସମସ୍ତ ଭିଡିଓ ପ୍ରିମିୟର ଆପକୁ ମାଗଣାରେ ସୁବିଧା ପ୍ରଦାନ କରିଥାଏ। ଏୟାରଟେଲ ଏକ୍ସଷ୍ଟ୍ରିମ ବଣ୍ଡଲ ଆଜି ଠାରୁ (ସେପ୍ଟେମ୍ବର7) ରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।

‘‘ଏୟାରଟେଲ ଏକ୍ସଟ୍ରିମ ଭାରତର ପ୍ରମୁଖ ମନୋରଞ୍ଜନ ପ୍ଲାର୍ଟଫର୍ମ । ଯାହା ଗୋଟିଏ ହିଁ ସଲ୍ୟୁସନରେ ଅନଲିମିଟେଡ ହାଇସ୍ପିଡ ବ୍ରଣ୍ଡବ୍ୟାଣ୍ଡ କନେକ୍ଟିଭିଟି ସହ ମନୋରଞ୍ଜନର ବେଷ୍ଟ ମାଧ୍ୟମ ଯୋଗାଇଥାଏ ।’’ଏ ନେଇ ଭାରତୀ ଏୟାରଟେଲର ହୋମ୍ସ ନିର୍ଦ୍ଦେଶକ ସୁନିଲ ତଲଦାର ନିଜ ବିବୃତ୍ତିରେ କହିଛନ୍ତି।

କମ୍ପାନୀ ଅନୁସାରେ ସମସ୍ତ ଏୟାରଟେଲ ଏକ୍ସଟ୍ରିମ ଫାଇବର ପ୍ଲାନ ଏବେ ଅନଲିମିଟେଡ ଡାଟା ସହ ଆସିଥାଏ । ଆଉ ଏଥିରେ ଏୟାରଟେଲ ଏକ୍ସଟ୍ରିମ ବକ୍ସ ସାମିଲ ରହିଛି । ଯାହାର ଦାମ 3999 ଟଙ୍କା ।

ଗ୍ରାହକଙ୍କୁ ସମସ୍ତ ଲାଇଭ ଟିଭି ଚ୍ୟାନେଲର ସୁବିଧା ସହ ଭିଡିଓ ଷ୍ଟ୍ରିମିଂ ଆପ ଜରିଆରେ ଘରେ ଏକାଧିକ ମନୋରଞ୍ଜନ ଉପକରଣର ଆବଶ୍ୟକତାକୁ ଦୂର କରିବାରେ ସାହାଯ୍ୟ କରିବ ।

ଏହି ଆଣ୍ଡ୍ରଏଡ୍ 9.0 ଚାଳିତ ସ୍ମାର୍ଟ ବକ୍ସ ଗୁଗୁଲ ଆସିଷ୍ଟାଣ୍ଟ ଭଏସ ସର୍ଚ୍ଚ ସୁବିଧା ସହିତ ଏକ ଇଣ୍ଟେଲିଜେଣ୍ଟ ରିମୋଟ ମଧ୍ୟ ଆସିଥାଏ ଏବଂ ପ୍ଲେଷ୍ଟୋରରେ ହଜାର ହଜାର ଆପ୍ଲିକେସନ ଏବଂ ଅନଲାଇନ ଗେମିଙ୍ଗ ସୁବିଧା ମଧ୍ୟ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.