ETV Bharat / business

5,400 କୋଟି କ୍ଷତି ସହିବ ଭାରତୀୟ ବିମାନ ବନ୍ଦର: ଇକ୍ରା - ବିମାନ କ୍ଷେତ୍ର

ଇକ୍ରା କହିଛି କି ଆର୍ଥିକ ବର୍ଷ 2021ରେ ଏହି କ୍ଷେତ୍ରରେ 5,400 କୋଟି ଟଙ୍କାରେ ନିଟ ଘାଟା ଓ 3,500 କୋଟି ଟଙ୍କାର ନଗଦ କ୍ଷତି ହେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

5,400 କୋଟି କ୍ଷତି ସହିବ ଭାରତୀୟ ବିମାନ ବନ୍ଦର : ଇକ୍ରା

author img

By

Published : Mar 16, 2021, 8:20 AM IST

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2021 ରେ ଭାରତୀୟ ବିମାନ ବନ୍ଦରକୁ 5,400 କୋଟି ଟଙ୍କାର ନିଟ ଘାଟା ଓ 3,500 କୋଟି ଟଙ୍କାର ନଗଦ କ୍ଷତି ହୋଇପାରେ । ଏ ନେଇ ରେଟିଂ ଏଜେନ୍ସି ଇକ୍ରା ଅନୁମାନ କରିଛି । ଇକ୍ରା ଅନୁସାରେ ବୈଶ୍ବିକ ମହାମାରୀ କୋଭିଡ ଯୋଗୁଁ ବିମାନ ଯାତ୍ରୀଙ୍କ ଯାତାୟତ ସଂଖ୍ୟା ହ୍ରାସ ହୋଇଛି ।

ଇକ୍ରା ଅନୁସାରେ ଆର୍ଥିକ ବର୍ଷ 21 ରେ ବର୍ଷାନୁକ୍ରମିକ ତୁଳନାରେ ଘରୋଇ ଯାତ୍ରୀ ଟ୍ରାଫିକ 61 ପ୍ରତିଶତ ଓ ଅନ୍ତରାଷ୍ଟ୍ରୀୟ ଟ୍ରାଫିକ 85 ହ୍ରାସ ସମ୍ଭାବନା ରହିଛି ।ଇକ୍ରା କହିଛି କି ଆର୍ଥିକ ବର୍ଷ 2021ରେ ଏହି କ୍ଷେତ୍ରରେ 5,400 କୋଟି ଟଙ୍କାରେ ନିଟ ଘାଟା ଓ 3,500 କୋଟି ଟଙ୍କାର ନଗଦ କ୍ଷତି ହେବା ସମ୍ଭାବନା ରହିଛି ।

ଇକ୍ରାର ବରିଷ୍ଠ ଉପସଭାପତି ତଥା ଗ୍ରୁପ ପ୍ରମୁଖ ଶୁଭମ ଜୈନ କହିଛନ୍ତି କି, ‘ଘରୋଇ ଟ୍ରାଫିକ ତୁଳନାରେ ଅନ୍ତରାଷ୍ଟ୍ରୀୟ ଟ୍ରାଫିକ (ଯାହା ଦ୍ବାରା ଯାତ୍ରୀ ପିଛା ଅଧିକ ଆଦାୟ ହୁଏ) ଅଧିକ ଯୋଗୁଁ ଆର୍ଥିକ ବର୍ଷ 2021ରେ ରାଜସ୍ବ ଓ ଲାଭ ଉପରେ ପ୍ରତିକୂଳ ପ୍ରଭାବ ପଡିଛି ।

ଆର୍ଥିକ ବର୍ଷ 2021ରେ ପ୍ରାୟ 1,700 କୋଟି ଟଙ୍କା ଓ 5,400 କୋଟି ଟଙ୍କା ନିଟ ହାନି ଯୋଗୁଁ ଏହି କ୍ଷେତ୍ରରେ ପରିଚାଳନା ଆୟରେ 61% ରୁ 8,400 କୋଟି ଟଙ୍କା ହ୍ରାସ ଦେଖିବାକୁ ମିଳିପାରେ । ଇକ୍ରା ଅନୁସାରେ କୋଭିଡ-19 ଯୋଗୁଁ ଉପୁଜିଥିବା ରାଜସ୍ବ ହାନିକୁ ପିପିପି ଆଧାରରେ ବିକଶିତ ବିମାନବନ୍ଦର ପାଇଁ

ପରବର୍ତ୍ତୀ ନିୟନ୍ତ୍ରଣ ଅବଧିରେ ବଡ଼ ଆକାରର ପୁନରୁଦ୍ଧାର ଆଶା କରାଯାଏ ।

ତଥ୍ୟ ଅନୁସାରେ , ସରକାର ଅତିରିକ୍ତ ସମ୍ବଳ ଯୋଗାଡ ପାଇଁ ଚିହ୍ନଟ ହୋଇଥିବା 2.5 ଲକ୍ଷ କୋଟି ଟଙ୍କା ସମ୍ପତ୍ତି ମୁଦ୍ରୀକରଣ ପାଇପଲାଇନର ଅଂଶ ଭାବରେ ପୂର୍ବରୁ ଘରୋଇକରଣ ହୋଇଥିବା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବିମାନବନ୍ଦରରେ ଏହାର ଅବଶିଷ୍ଟ ଅଂଶ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.