ETV Bharat / business

ଆଉ ମିଳିବନି ଏଲପିଜି ସବସିଡି - ସିଲିଣ୍ଡର ଦାମ

ସେପ୍ଟେମ୍ବର ପହିଲାରୁ ବିନା ସବସିଡି ଓ ଅଣ ସବସିଡିଯୁକ୍ତ 14.2 କିଲୋର ରନ୍ଧନ ଗ୍ୟାସ ପିଛା ଦାମ 594 ଟଙ୍କା ରହିଛି । ଏହାର ଅର୍ଥ କି ସରକାରଙ୍କୁ ଏବେ ହିତାଧିକାରୀଙ୍କ ଖାତାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ଅଧିନରେ ସବସିଡି ପୈଠ କରିବା ଆଉ ଆବଶ୍ଯକ ନାହିଁ । ଅଧିକ ପଢନ୍ତୁ..

ଆଉ ମିଳିବନି ଏଲପିଜି ସବସିଡି
ଆଉ ମିଳିବନି ଏଲପିଜି ସବସିଡି
author img

By

Published : Sep 2, 2020, 12:59 PM IST

ନୂଆଦିଲ୍ଲୀ:ସରକାର ଘରୋଇ ରନ୍ଧନ ଗ୍ୟାସ ଉପରେ ପ୍ରଦାନ କରୁଥିବା ସବସିଡିକୁ ସମାପ୍ତ କରିଦେଇଛନ୍ତି । କାରଣ ତେଲ ଦାମରେ ବୈଶ୍ବିକ ହ୍ରାସ ଓ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ ଲଗାତାର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଇନ୍ଧନ ଦର ଏବେ ବଜାର ଦାମ ପାଖାପାଖୀ ହୋଇଛି ।

ସେପ୍ଟେମ୍ବର ପହିଲାରୁ ବିନା ସବସିଡି ଓ ଅଣ ସବସିଡିଯୁକ୍ତ 14.2 କିଲୋର ରନ୍ଧନ ଗ୍ୟାସ ପିଛା ଦାମ 594 ଟଙ୍କା ରହିଛି । ଏହାର ଅର୍ଥ କି ସରକାରଙ୍କୁ ଏବେ ହିତାଧିକାରୀଙ୍କ ଖାତାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ଅଧିନରେ ସବସିଡି ପୈଠ କରିବା ଆଉ ଆବଶ୍ଯକ ନାହିଁ ।

ବାସ୍ତବରେ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ସବସିଡି ଓ ଅଣ ସବସିଡି ଗ୍ୟାସ ସିଲିଣ୍ଡର ଦାମ ମଧ୍ୟରେ ପାର୍ଥକ୍ୟ କମ ରହିଛି । ସରକାର ଗତ 4 ମାସରେ ହିତାଧିକାରୀଙ୍କ ଖାତାରେ କୌଣସି ନଗଦ ସ୍ଥାନାନ୍ତରଣ କରିନାହାନ୍ତି ।

ସରକାର ସହଜରେ ଆର୍ଥିକ ବର୍ଷ 21ରେ ଏଲପିଜି ସିଲିଣ୍ଡର ପାଇଁ 20,000 କୋଟି ଟଙ୍କାରୁ ଅଧିକ ସଞ୍ଚୟ କରିଛନ୍ତି । ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ଭାବେ 40,915 କୋଟି ଟଙ୍କା ବଣ୍ଟନ କରିଛନ୍ତି । ଗତ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ 38,569 କୋଟି ଟଙ୍କାର 6 ପ୍ରତିଶତ ବୃଦ୍ଧି ହୋଇଛି । ଏଥିରୁ ଏଲପିଜି ସବସିଡି ବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ପାଇଁ ବଢାଇ 37,256.21 କୋଟି ଟଙ୍କା କରିଦିଆଯାଇଛି । ହେଲେ ଏବେ ସୁଦ୍ଧା ପ୍ରଥମ ତ୍ରୟମାସରେ ସରକାରଙ୍କୁ ସବସିଡି ବ୍ୟବବସ୍ଥାରୁ ପାଖାପାଖୀ 1,900 କୋଟି ଟଙ୍କା ବାହାର କରିବା ଥିଲା ।

ଭାରତରେ ପାଖାପାଖୀ 27.76 କୋଟି ଏଲପିଜି ଉପଭୋକ୍ତା ଅଛନ୍ତି । ଏଥିରୁ ପାଖାପାଖୀ 2016 ଡିସେମ୍ବରରୁ 15 କୋଟି ସବସିଡି ପଇବାକୁ ଯୋଗ୍ୟ ନୁହନ୍ତି । କାରଣ ସେମାନଙ୍କ ବାର୍ଷିକ କର ଯୋଗ୍ୟ ଆୟ 10 ଲକ୍ଷ ଟଙ୍କାରୁ ଅଧିକ । ନୂଆ ରିପୋର୍ଟ ଅନୁସାରେ 18 କୋଟି ଉପଭୋକ୍ତାଙ୍କୁ କୌଣସି ସବସିଡି ପାଉନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.