ETV Bharat / business

ଅର୍ଥବ୍ୟବସ୍ଥାକୁ ଗତିଶୀଳ ପାଇଁ ସବୁ ଦିଗରୁ ପ୍ରସ୍ତୁତ ଆରବିଆଇ: ଗଭର୍ଣ୍ଣର

author img

By

Published : Sep 16, 2020, 1:09 PM IST

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଉଦ୍ୟୋଗ ସଙ୍ଗଠନ FICCIର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି। ଆରବିଆଇ ମୁଖ୍ୟ କହିଛନ୍ତି ଯେ ଅର୍ଥନୈତିକ ପୁନରୁଦ୍ଧାର ସମ୍ପୂର୍ଣ୍ଣ ଭାବେ ଗତିଶୀଳ ନୁହେଁ , ଏହା ଧୀରେ ଧୀରେ ହେବାର ସମ୍ଭାବନା ରହିଛି। ଆଉ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ପ୍ରସ୍ତୁତି ପାଇଁ ଆରବିଆଇ ପ୍ରସ୍ତୁତ । ଅଧିକ ପଢନ୍ତୁ..

ଅର୍ଥବ୍ୟବସ୍ଥାକୁ ଗତିଶୀଳ ପାଇଁ ସବୁ ଦିଗରୁ ତୟାର ଆରବିଆଇ : ଗଭର୍ଣ୍ଣର

ନୂଆଦିଲ୍ଲୀ: କୋରୋନାରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇ ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରୟାସ ଜାରି ରଖିଛି । ଏ ନେଇ ରବିବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ଅର୍ଥବ୍ୟବସ୍ଥାକୁ ପୁଣି ମଜବୁତ କରିବା ପାଇଁ ଯେକୌଣସି ପଦକ୍ଷେପ ଜରୁରୀ, ସେ ନେଇ ସମ୍ପୁର୍ଣ୍ଣ ରୂପେ ଆରବିଆଇ ପ୍ରସ୍ତୁତ ରହିଛି ।

ଉଦ୍ୟୋଗ ସଙ୍ଗଠନ ଫିକ୍କିର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶକ୍ତିକାନ୍ତ କହିଛନ୍ତି କି, ଅର୍ଥବ୍ୟବସ୍ଥାରେ ସୁଧାର ଏବେ ସମ୍ପୁର୍ଣ୍ଣ ଗତିକୁ ଫେରିନି । ଏହା ଧୀରେ ଧୀରେ ଗତିଶୀଳ ହେବ । ଆଉ ଏଥିପାଇଁ ଦୃଢ ଯୋଗଦାନ ସହ ଘରୋଇ ସେକ୍ଟକୁ ଆଗକୁ ବଢାଇ ଅର୍ଥବ୍ୟସ୍ଥାକୁ ପୁର୍ନଜୀବିତ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି ।

ଆରବିଆଇ ଦ୍ୱାରା ବିପୁଳ ପରିମାଣର କ୍ରମାଗତ ନଗଦ ଉପଲବ୍ଧତା ଦ୍ବାରା ସରକାରଙ୍କ ପାଇଁ ସ୍ୱଳ୍ପ ହାରରେ ଏବଂ ବିନା କୌଣସି ସମସ୍ୟାରେ ବଡ଼ ଆକାରରେ ଋଣ ପ୍ରଦାନ ସୁନିଶ୍ଚିତ ହୋଇପାରିଛି । ଗତ 1 ଦଶକରେ ଅତ୍ୟଧିକ ନଗଦ ଉପଲବ୍ଧତା ହେତୁ ପ୍ରଥମ ଥର ପାଇଁ ଋଣ ଖର୍ଚ୍ଚ ଏତେ କମ ହୋଇଛି ଏବଂ ଗତ 10 ବର୍ଷ ମଧ୍ୟରେ ବଣ୍ଡ ପ୍ରତିଫଳ (Bond consideration)ବର୍ତ୍ତମାନ ନିମ୍ନ ସ୍ତରରେ ରହିଛି।

କୋଭିଡ -19 ପରେ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘରୋଇ କ୍ଷେତ୍ରକୁ ଅନୁସନ୍ଧାନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ଆଉ ଘରୋଇ କ୍ଷେତ୍ର ଏହାର ଫାଇଦା ନେବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.