ETV Bharat / business

ଅର୍ଥମନ୍ତ୍ରୀଙ୍କ ‘ଆକ୍ଟ ଅଫ ଗଡ’ ମନ୍ତବ୍ୟକୁ ଚିଦାମ୍ବରମଙ୍କ କଟାକ୍ଷ, ପଚାରିଲେ ଏଭଳି ପ୍ରଶ୍ନ

କୋଭିଡ-19 ମହାମାରୀ ପୂର୍ବରୁ ଅର୍ଥନୀତିର ତ୍ରୁଟିପୂର୍ଣ୍ଣ ପରିଚାଳନାକୁ କିପରି ବର୍ଣ୍ଣନା କରାଯିବ, ଅର୍ଥମନ୍ତ୍ରୀ ଉତ୍ତର ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ । ଅଧିକ ପଢନ୍ତୁ..

author img

By

Published : Aug 29, 2020, 1:43 PM IST

ଅର୍ଥମନ୍ତ୍ରୀଙ୍କ ‘ଆକ୍ଟ ଅଫ ଗଡ’ ମନ୍ତବ୍ୟକୁ ଚିଦାମ୍ବରମଙ୍କ କଟାକ୍ଷ, ପଚାରିଲେ ଏଭଳି ପ୍ରଶ୍ନ
ଅର୍ଥମନ୍ତ୍ରୀଙ୍କ ‘ଆକ୍ଟ ଅଫ ଗଡ’ ମନ୍ତବ୍ୟକୁ ଚିଦାମ୍ବରମଙ୍କ କଟାକ୍ଷ, ପଚାରିଲେ ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତି ଉପରେ ଦେଇଥିବା 'ଆକ୍ଟ ଅଫ୍ ଗଡ' ମନ୍ତବ୍ୟକୁ କଟାକ୍ଷ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ସେ ଲଗାତାର ଟ୍ବିଟ ଜରିଆରେ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ଯେ, କୋରୋନା ମହାମାରୀ ପୂର୍ବରୁ ଅର୍ଥନୀତି 'ଅବ୍ୟବସ୍ଥା' କୁ କିପରି ବ୍ୟାଖ୍ୟା କରାଯିବ, ସେ ନେଇ ଅର୍ଥମନ୍ତ୍ରୀ ଇଶ୍ବରଙ୍କ ଦୂତ ଭାବେ ଜବାବ ଦେବେ କି ?

ଜିଏସଟି କ୍ଷତିପୂରଣ ନେଇ ରାଜ୍ୟ ସମ୍ମୁଖରେ ଋଣ ନେବା ପାଇଁ ରଖାଯାଇଥିବା 2 ବିକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଚିଦାମ୍ବରମ । ସେ ନିର୍ମଳା ସୀତାରମଣଙ୍କ ମନ୍ତବ୍ୟରେ ଟ୍ୱିଟ କରି କହିଛନ୍ତି ଯେ ଯଦି ମହାମାରୀ ଏକ 'ଇଶ୍ୱରୀୟ ଘଟଣା' । ତେବେ 2017-18, 2018-19 ଏବଂ 2019-2020 ବର୍ଷ ମଧ୍ୟରେ ଅର୍ଥନୀତିର ଅବ୍ୟବସ୍ଥାକୁ ଆମେ କିପରି ବ୍ୟାଖ୍ୟା କରିବୁ ? ଅର୍ଥମନ୍ତ୍ରୀ କଣ ଇଶ୍ବରଙ୍କ ଦୂତ ଭାବରେ ଏହାର ଉତ୍ତର ଦେବେ କି? "

ପ୍ରକାଶ ଯେ, ଜିଏସଟି ପରିଷଦର 41 ତମ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ କି, ଅର୍ଥବ୍ୟବସ୍ଥା କୋଭିଡ-19 ମହାମାରୀରେ ପ୍ରଭାବିତ ହୋଇଛି । ଆଉ ଏହା ଭଗବାନଙ୍କ ସୃଷ୍ଟ ବିପତ୍ତି । ଯେଉଁଥିପାଇଁ ଚଳିତ ଆର୍ଥିକ ବର୍ଷ ଅର୍ଥନୀତି ସଙ୍କୁଚିତ ହେବ ।

ସେହିପରି ଚଳିତ ଆର୍ଥିକ ବର୍ଷ ଜିଏସଟି ରାଜସ୍ବ ପ୍ରାପ୍ତିରେ 2.35 ଲକ୍ଷ କୋଟି ଟଙ୍କା କ୍ଷତି ହେବା ଅନୁମାନ ରହିଛି ।

ଜିଏସଟି କ୍ଷତିପୂରଣ ପ୍ରସଙ୍ଗରେ କେନ୍ଦ୍ର ଦେଇଥିବା ବିକଳ୍ପକୁ ପ୍ରତ୍ୟାଖ୍ୟାନ ସହ ଗୋଟିଏ ସ୍ୱରରେ କ୍ଷତିପୂରଣ ଦାବି କରିବାକୁ ଚିଦାମ୍ବରମ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.