ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କୋରୋନା ବିରୋଧରେ ‘ସୁଚିନ୍ତିତ ଲଢେଇ’ ଭାରତକୁ ସମସ୍ୟା ଗାତକୁ ଠେଲି ଦେଇଛି । ଏହା ଫଳରେ ଜିଡିପିରେ ପାଖାପାଖି 24 ପ୍ରତିଶତ ହ୍ରାସ, 12 କୋଟି ନିଯୁକ୍ତି, 15.5 କୋଟି ଟଙ୍କାର ଅତିରିକ୍ତ ଷ୍ଟ୍ରେସଡ ଲୋନ ଏବଂ ବିଶ୍ବରେ କୋରୋନାର ଦୈନିକ ସର୍ବାଧିକ ମାମଲା ଓ ମୃତ୍ୟୁର ତଥ୍ୟ ସାମ୍ନାକୁ ଆସିଛି ।
କୋରୋନାର ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଓ ସଠିକ ଉପାୟରେ ମହାମାରୀକୁ ସମ୍ଭଳାଯାଇ ନଥିବା ଦୋଷ ମୋଦି ସରକାରଙ୍କ ଉପରେ ଲଗାଇଛି କଂଗ୍ରେସ । ରାହୁଲ ଟ୍ବିଟ କରି ଦର୍ଶାଇଛନ୍ତି ଯେ , କୋରୋନା ବିରୋଧରେ ସରକାରଙ୍କ ଲଢେଇ ଭାରତକୁ ସମସ୍ୟାର ଗାତକୁ ଠେଲି ଦେଇଛି।
ଏଥିସହ ସେ ଗଣମାଧ୍ୟମକୁ କଟାକ୍ଷ କରି କହିଛନ୍ତି ଯେ, ଏତେ ସବୁ ପରେ ବି ଭାରତ ସରକାର ଏବଂ ମିଡିଆରେ ସବୁ ଠିକ ଅଛି ବୋଲି କୁହାଯାଉଛି ।