ନୂଆଦିଲ୍ଲୀ: ଆସନ୍ତା ସାଢେ 4 ବର୍ଷ ଭିତରେ କେନ୍ଦ୍ର ସରକାର ସମସ୍ତ ଟ୍ରେନରେ ମାଗଣା ୱାଇଫାଇ ସେବା ଦେବେ । ସ୍ବିଡେନ ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏ ନେଇ ସୁନିଶ୍ଚିତ କରାଇଛନ୍ତି ।
ସେ କହିଛନ୍ତି ଯେ, ଭାରତରେ ପାଖାପାଖି 5150 ରେଲୱେ ଷ୍ଟେସନରେ ୱାଇଫାଇ ସେବା ଉପଲବ୍ଧ ରହିଛି । ଏପରି ଭାବେ ଆସନ୍ତା ବର୍ଷ ଶେଷ ସୁଦ୍ଧା ସମସ୍ତ 6500 ଷ୍ଟେସନରେ ମାଗଣା ଇଣ୍ଟରନେଟ ଯୋଗାଇବାକୁ ଯୋଜନା କରୁଛୁ ।
ସେହିପରି ଗାଡି ଭିତରେ ୱାଇଫାଇ ସେବା ଯୋଗାଇବା ପ୍ରଶ୍ନର ଉତ୍ତର ଗୋଏଲ କହିଛନ୍ତି ଯେ, ‘ଏହା ଅଧିକ ଜଟିଳ ଟେକ୍ନୋଲୋଜିର ବିଷୟ । ଦୌଡୁଥିବା ଟ୍ରେନରେ ୱାଇଫାଇ ଦେବା ଫଳରେ ନିବେଶ ଦରକାର ପଡେ । ଟାୱାର ବସାଇବାକୁ ହେବ । ଆଉ ଗାଡି ଭିତରେ ଉପରକରଣ ରହିବା ଆବଶ୍ୟକ । ଏଥିପାଇଁ ବିଦେଶୀ ଟେକ୍ନୋଲୋଜି ଓ ନିବେଶଙ୍କୁ ଆଣିକୁ ପଡିବ ।
ଏହି ବ୍ୟବସ୍ଥା ଯାତ୍ରୀ ହାଇ କ୍ଵାଲିଟିରେ ଇଣ୍ଟରନେଟ ମଜା ଉଠାଇବେ । ଏଥିସହ ସେମାନେ ସୁରକ୍ଷିତ ମଧ୍ୟ ରହିପାରିବେ । କାରଣ ପ୍ରତି ଡବାରେ ସିସିଟିଭି ରହିବ । ଯାହାର ଲାଇଭ ଫିଡ ସିଧାସଳଖ ପୋଲିସ ଷ୍ଟେସନକୁ କନେକ୍ଟ କରିବ । ସିଗ୍ରଲିଙ୍ଗ ସିଷ୍ଟମ ୱାଇଫାଇ ସୁବିଧା ମାଧ୍ୟମରେ ଉତ୍ତମ ଭାବେ କାମ କରିବ । ଆସନ୍ତା ସାଢେ 4 ବର୍ଷ ଭିତରେ ଏ ସୁବିଧା ମଧ୍ୟ ଆରମ୍ଭ ହୋଇଯିବ । ଏହା ବ୍ୟତୀତ ସରକାର ଭୂମିର ମୁଦ୍ରୀକରଣ ସହ ଷ୍ଟେସନଗୁଡିକର ଆଧୁନିକରଣକୁ ଅଲଗା କରିବାକୁ ଯୋଜନା ଚାଲିଛି ବୋଲି ଗୋଏଲ କହିଛନ୍ତି ।