ETV Bharat / business

14 ଏପ୍ରିଲ ଯାଏଁ ରେଳ ସେବା ବନ୍ଦ, ଗଡିବ ମାଲଗାଡି

ଦେଶ 21 ଦିନ ଲକଡାଉନ ଘୋଷଣା ପରେ ରେଳୱେ ତାର ସେବା ଏପ୍ରିଲ 14 ଯାଏଁ ବନ୍ଦ ରଖିଛି । ତେବେ ମାଲଗାଡି ସେବା ଜାରି ରହିବ ।

author img

By

Published : Mar 25, 2020, 10:31 AM IST

Suspension of Railway Services To be Extended Till April 14
14 ଏପ୍ରିଲ ଯାଏଁ ରେଳ ସେବା ବନ୍ଦ, ଗଡିବ ମାଲଗାଡି

ନୂଆଦିଲ୍ଲୀ: ପ୍ରାଣଘାତୀ କୋରୋନା ଲଢେଇ ପାଇଁ ଯୁଦ୍ଧ ମୁଡରେ ଦେଶ । 21 ଦିନ ଭାରତକୁ ଲକଡାଉନ ଘୋଷଣା କଲେ ପିଏମ । ଏଭଳି ସ୍ଥିତିରେ ରେଳୱେ ମଧ୍ୟ ତାର ମେଲ, ଏକ୍ସପ୍ରେସ ଓ ପାସେଞ୍ଜର ସେବାକୁ ଏପ୍ରିଲ 14 ଯାଏଁ ବନ୍ଦ ରଖିଛି ।

ଦେଶରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ପରେ ରେଳୱେ ପକ୍ଷରୁ ମଧ୍ୟ ସେବା ସ୍ଥଗିତ କରାଯାଇଛି । ତେବେ ମାଲଗାଡି ସେବା ଜାରି ରହିବ ବୋଲି ଅଧିକାରୀ ଜଣାଇଛନ୍ତି ।

ଏହା ପୂର୍ବରୁ ରେଲୱେ ମାର୍ଚ୍ଚ 22ରୁ 31 ପର୍ଯ୍ୟନ୍ତ ମାଲ ଗାଡିକୁ ବାଦ ଦେଇ ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସକୁ ବନ୍ଦ ନେଇ ଘୋଷଣା କରିଥିଲା । ଏଥି ମଧ୍ୟରେ ଆଇଆରସିଟିସି ପକ୍ଷରୁ ଯାତ୍ରୀଙ୍କୁ ଟ୍ରେନର ଅନଲାଇନ ଟିକେଟ ରଦ୍ଦ ନ କରିବାକୁ କୁହାଯାଇ ପୂରା ଟଙ୍କା ଫେରସ୍ତ ମିଳିବ ବୋଲି ଆଶ୍ବସ୍ତ କରାଯାଇଥିଲା ।

ମଙ୍ଗଳବାର ଭାରତୀୟ ରେଲୱେ କହିଛି ଯେ, କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସମସ୍ତ ଯାତ୍ରୀ ସେବା ବନ୍ଦ ରଖାଯାଇଛି । ହେଲେ ଦେଶର ଆବଶ୍ୟକୀୟ ବସ୍ତୁର ଯୋଗାଣକୁ ସୁନିଶ୍ଚିତ କରି ମାଲ ଗାଡି ଯାତାୟତ ଜାରି ରଖାଯାଇଛି । ମାର୍ଚ୍ଚ 31ରେ ଚାଉଳ, ଲୁଣ, ଖାଇବା ତେଲ, ଚିନି, କ୍ଷୀର, ଫଳ , ପନିପରିବା, ପିଆଜ, କୋଇଲା ଓ ପେଟ୍ରୋଲିୟମ ଉତ୍ପାଦ ଭଳି 474 ର୍ୟାକ ପ୍ରସ୍ତୁତ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.