ETV Bharat / business

ଲକଡାଉନ ପୂର୍ବରୁ ବିକ୍ରି ସରିଥିବା ବିଏସ-4 ଗାଡିର ହେବ ପଞ୍ଜୀକରଣ

author img

By

Published : Aug 14, 2020, 12:43 PM IST

ସୁପ୍ରିମକୋର୍ଟ କହିଛନ୍ତି କି, କେବଳ ସେହି ବିଏସ-4 ଗାଡିର ରେଜିଷ୍ଟ୍ରେସନ କରାଯାଇପାରିବ, ଯାହାକି ଦେଶବ୍ୟାପୀ ଲକଡାଉନ ପୂର୍ବରୁ ବିକ୍ରି କରାଯାଇଛି । ଆଉ ବାହାନ ଇ-ପୋର୍ଟାଲରେ ଅପଲୋଡ କରାଯାଇଛି । ଅଧିକ ପଢନ୍ତୁ...

ଲକଡାଉନ ପୂର୍ବରୁ ବିକ୍ରି ବିଏସ-4 ଗାଡିର ପଞ୍ଜୀକରଣ ହେବ

ନୂଆଦିଲ୍ଲୀ: ମାର୍ଚ୍ଚ 31 ପୂର୍ବରୁ ଯେଉଁମାନେ ନିଜ ଗାଡିର ପଞ୍ଜୀକରଣ କରିପାରିନାହାନ୍ତି, ସେମାନଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ବସ୍ତି ଦେଇଛନ୍ତି । କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ଦେଶବ୍ୟାପି ଲକଡାଉନ ଜାରି ରହିଥିଲା । ଏଥିଯୋଗୁଁ ଲକଡାଉନ ପୂର୍ବରୁ ବିକ୍ରି ହୋଇଥିବା ବିଏସ-4 ଗାଡିର ପଞ୍ଜୀକରଣ ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛି କି ଅସ୍ଥାୟୀ ପଞ୍ଜୀକରଣ ସମେତ ଇ-ପୋର୍ଟାଲରେ ସମସ୍ତ ପଞ୍ଜୀକରଣ ପାଇଁ ଅନୁମତି ରହିଛି । ତେବେ ଏହା ଦିଲ୍ଲୀ ଏନସିଆର ପାଇଁ ଲାଗୁ ହେବ ନାହିଁ ।

ସୁପ୍ରମକୋର୍ଟ କହିଛନ୍ତି କି, କେବଳ ସେହି ବିଏସ-4 ଗାଡିର ରେଜିଷ୍ଟ୍ରେସନ କରାଯାଇପାରିବ , ଯାହାକି ଦେଶବ୍ୟାପୀ ଲକଡାଉନ ପୂର୍ବରୁ ବିକ୍ରି କରାଯାଇଛି । ଆଉ ବାହାନ ଇ-ପୋର୍ଟାଲରେ ଅପଲୋଡ କରାଯାଇଛି । ଅର୍ଥାତ ଲକଡାଉନ ପରେ ବିକ୍ରି ହୋଇଥିବା ବିଏସ-4 ଗାଡି ପଞ୍ଜୀକରଣ ଉପରେ ରୋକ ଜାରି ରହିବ । କୋର୍ଟ କହିଛନ୍ତି କି ମାର୍ଚ୍ଚ 31 ପରେ ବିକ୍ରି ବିଏସ-4 ଗାଡିର ପଞ୍ଜୀକରଣ ହେବ ନାହିଁ ।

ତେବେ ଯେଉଁ ଗାଡିଗୁଡକର ବିବରଣୀ ବାହାନ ପୋର୍ଟାଲରେ ନାହିଁ , ତାହା ପଞ୍ଜୀକରଣ ହେବ ନାହିଁ । ଦେଶରେ ଲକଡାଉନ ଲାଗୁ ପରେ 39 ହଜାର ବିଏସ-4 ଗାଡି ବିକ୍ରି ହୋଇଥିଲା । ଆଉ ଏସବୁର ବିବରଣୀ ଇ-ବାହାନରେ ଅପଲୋଡ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.