ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଘୋଷଣାର 4 ଦିନ ପରେ ବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତାରେ କୋଭିଡ-19 ଇକୋନୋମିକ ରେସପନ୍ସ ଟାକ୍ସଫୋର୍ସ ସ୍ଥାପନା କରାଯାଇନାହିଁ । ଏନେଇ ଚିନ୍ତା ପ୍ରକାଶ କରି ମଙ୍ଗଳବାର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ ।
ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେ, ‘‘ ଆଶ୍ଚର୍ଯ୍ୟ କରି ରଖିଥିବା ଖବର ପଢିବାକୁ ଜାଗ୍ରତ ହୁଏ, ପିଏମଙ୍କ ଘୋଷଣା ପରେ ବି ସରକାରଙ୍କ ଦ୍ବାରା ପ୍ରତିଶ୍ରୁତି ଦିଆଯାଇଥିବା ଆର୍ଥିକ ଟାକ୍ସଫୋର୍ସ ସ୍ଥାପନ କରାଯାଇନାହିଁ ।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଆହ୍ବାନ ଦେବା ଦିନ ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ଇକୋନୋମିକ ରେସପନ୍ସ ଟାକ୍ସଫୋର୍ସ ଗଠନ ନେଇ ଘୋଷଣା ଦେଇଥିଲ ସେ । ଅର୍ଥମନ୍ତ୍ରୀଙ୍କ ନେତୃତ୍ବରେ ଏହାକୁ ଗଠନ ପାଇଁ ନିର୍ଣ୍ଣୟ ନିଆଯାଇଥିଲା । ଏହି ଟାକ୍ସ ଫୋର୍ସ ସୁନିଶ୍ଚିତ କରିବ ଯେ, ଆର୍ଥିକ ସମସ୍ୟାରୁ ସୁଧାରିବ ପାଇଁ ସମସ୍ତ ପଦକ୍ଷେପ ଉଠାଯିବ । ଏହା ସମସ୍ତ ହିତଧାରକଙ୍କ ସହ ନିୟମିତ ସମ୍ପର୍କ କରିବ । ସେମାନଙ୍କ ପ୍ରତିକ୍ରିୟା ନେବ ଆଉ ସେଅନୁସାରେ ନିର୍ଣ୍ଣୟ ନିଆଯିବ ।