ETV Bharat / business

ଭିସା ସ୍ଥଗିତ ପରେ ହ୍ରାସ ପାଇଲା ଆଇଟି ଷ୍ଟକ୍, ସେନସେକ୍ସ 150 ପଏଣ୍ଟ

author img

By

Published : Jun 23, 2020, 10:22 AM IST

Updated : Jun 23, 2020, 11:54 AM IST

ସେନ୍ସେକ୍ସ 150 ପଏଣ୍ଟରୁ ଅଧିକ, ନିଫ୍ଟି 10,350 ଉପରେ କାରବାର କରିଛି। ଟ୍ରମ୍ପ ସରକାର H-1B ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚାପରେ ଆଇଟି ଷ୍ଟକ୍।

ଭିସା ସ୍ଥଗିତ ପରେ ହ୍ରାସ ପାଇଲା ଆଇଟି ଷ୍ଟକ୍, ସେନସେକ୍ସ 150 ପଏଣ୍ଟ
ଭିସା ସ୍ଥଗିତ ପରେ ହ୍ରାସ ପାଇଲା ଆଇଟି ଷ୍ଟକ୍, ସେନସେକ୍ସ 150 ପଏଣ୍ଟ

ନୂଆଦିଲ୍ଲୀ: ସବୁଜ ସଙ୍କେତ ସହ ଖୋଲିଛି ସେୟାର ବଜାର। ମଙ୍ଗଳବାର ଦିନ ଭାରତୀୟ ଅଂଶଧନ ଅନ୍ୟ ଏସୀୟ ଅଂଶଧନକୁ ପିଛା କରି କାରବାର ଭଲ ହୋଇଛି। ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ସକରାତ୍ମକ ଭାବନା ଦେଖିବାକୁ ମିଳିଛି।

ତେବେ ଟ୍ରମ୍ପ ପ୍ରଶାସନ ସୋମବାର ବର୍ଷ ଶେଷ ପର୍ଯ୍ୟନ୍ତ H-1B ଭିସା ସ୍ଥଗିତ ରଖିବା ପରେ ଆଇଟି ଷ୍ଟକ୍ ହ୍ରାସ ପାଇଛି। ଆମେରିକା ପ୍ରଶାସନ ଏକ “ମେରିଟ୍-ଆଧାରିତ” ସଂସ୍କାର ଯୋଜନା ଘୋଷଣା କରିଛି ଯାହା ଆମେରିକାରେ ଟେକ୍ନୋଲୋଜି କର୍ମଚାରୀଙ୍କୁ ରଖୁଥିବା ଭାରତୀୟ ବୃତ୍ତିଗତ ତଥା କମ୍ପାନୀମାନଙ୍କୁ କ୍ଷତି ପହଞ୍ଚାଇପାରେ।

ସକାଳ 9:21 ସୁଦ୍ଧା, ସେନ୍ସେକ୍ସ 151.88 ପଏଣ୍ଟ 0.44% ବୃଦ୍ଧି ପାଇଥିବାବେଳେ ନିଫ୍ଟି 47.45 ପଏଣ୍ଟ ସହ 10,347.95 ବୃଦ୍ଧି ପାଇଛି। ବଜାରରେ ଲାଭ ବ୍ୟାଙ୍କିଙ୍ଗ୍ ଷ୍ଟକ୍ ଦ୍ୱାରା ପରିଚାଳିତ ହୋଇଥିଲା । ନିଫ୍ଟି ବ୍ୟାଙ୍କ, ଏନଏସଇ ର ବ୍ୟାଙ୍କିଙ୍ଗ ସବ୍-ଇଣ୍ଡେକ୍ସ 0.91% ବୃଦ୍ଧି ପାଇଛି ।

Last Updated : Jun 23, 2020, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.