ETV Bharat / business

ସବୁଜ ସଙ୍କେତରେ ଖୋଲିଲା ବଜାର, 179 ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : Jun 10, 2020, 12:06 PM IST

Updated : Jun 10, 2020, 12:34 PM IST

ସବୁଜ ସଙ୍କେତରେ ବଜାର କାରବାର ଆରମ୍ଭ। ବୁଧବାର ବ୍ୟାଙ୍କିଙ୍ଗ ଷ୍ଟକରେ ସକରାତ୍ମକ ପ୍ରଭାବ ଦେଖାଯିବା ସହ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲିଛି। ବିଏସଇ ସେନସେକ୍ସ 179.83 ପଏଣ୍ଟ ବଢି 34, 136.52 ବୃଦ୍ଧି ପାଇଥିବା ବେଳେ ନିଫ୍ଟିଂ 47.30 ପଏଣ୍ଟ ବଢି 10,093.95ରେ ପହଁଞ୍ଚିଛି।

ସବୁଜ ସଙ୍କେତ ସହ ସେନସେକ୍ସ କାରବାର 179 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ସବୁଜ ସଙ୍କେତରେ ବଜାର କାରବାର ଆରମ୍ଭ। ବୁଧବାର ବ୍ୟାଙ୍କିଙ୍ଗ ଷ୍ଟକରେ ସକରାତ୍ମକ ପ୍ରଭାବ ଦେଖାଯିବା ସହ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲିଛି। ବିଏସଇ ସେନସେକ୍ସ 179.83 ପଏଣ୍ଟ ବଢି 34, 136.52 ବୃଦ୍ଧି ପାଇଥିବା ବେଳେ ନିଫ୍ଟିଂ 47.30 ପଏଣ୍ଟ ବଢି 10,093.95ରେ ପହଁଞ୍ଚିଛି।

ସେନ୍ସେକ୍ସ ବୃଦ୍ଧିରେ ପ୍ରମୁଖ ଲାଭକାରୀମାନେ ହେଲେ ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, HDFC, କୋଟାକ୍ ବ୍ୟାଙ୍କ, HCL ଟେକ୍, ଅଲଟ୍ରାକେମ୍, ଏସିଆନ୍ ପେଣ୍ଟ୍, ସନ୍ ଫାର୍ମା, ଆଇଟିସି, ଏନଟିପିସି, ଟିଏସ୍, ନେଷ୍ଟଲ୍ ଏବଂ ଆରଏଲ୍ 2.33 ପ୍ରତିଶତକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଟାଟା ଷ୍ଟିଲ, ହିରୋ ମୋଟୋକର୍ପ, ଏଲଟି, ବଜାଜ ଅଟୋ, ବଜାଜ ଫାଇନାନ୍ସ, ଏମ ଆଣ୍ଡ ଏମ, ଇନଫୋସିସ, ଆକ୍ସିସ ବ୍ୟାଙ୍କ, ଓଏନଜିସି, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଟାଇଟାନ 2.39 ପ୍ରତିଶତକୁ ଖସି ଆସିଛି।

ଏହି ସମୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା 12 ପଇସା ବୃଦ୍ଧି ପାଇ 75.49ରେ ପହଁଞ୍ଚିଛି। ମଙ୍ଗଳବାର ପୂର୍ବ ଅଧିବେଶନରେ,ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 414 ପଏଣ୍ଟ ହ୍ରାସ ପାଇ 33,957ରେ ବନ୍ଦ ହୋଇଛି ।

ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 121 ପଏଣ୍ଚ ଖସି 10,047ରେ କାରବାର ବନ୍ଦ କରିଛି । ବିଏସଇ ମିଡକ୍ୟାପ ଇଣ୍ଡେକ୍ସ ଏକ-ଚତୁର୍ଥାଂଶ ଓ ସ୍ମଲକ୍ୟାପ ଇଣ୍ଡେକ୍ସ 1 ପ୍ରତିଶତ ପର୍ଯ୍ୟନ୍ତ ଖସି ବନ୍ଦ ହୋଇଛି ।

Last Updated : Jun 10, 2020, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.