ମୁମ୍ବାଇ: ନିବେଶକଙ୍କ ପ୍ରଫିଟ ବୁକିଂ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ବ୍ୟାଙ୍କ ଓ ଇମ୍ଫୋସିସ ସେୟାରର ହ୍ରାସ ହୋଇଛି । ଫଳରେ ମଙ୍ଗଳବାର ସେନସେକ୍ସ 186 ପଏଣ୍ଟ ହ୍ରାସ ହୋଇଥିଲା ବେଳେ ନିଫ୍ଟି 15,800 ପଏଣ୍ଟ ତଳେ ରହିଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 185.93 ପଏଣ୍ଟ ହ୍ରାସ ହୋଇ 52,549.66 ପଏଣ୍ଟରେ ପହଞ୍ଚିଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 66.25 ପ୍ରତିଶତ କମି 15,748.45 ପଏଣ୍ଟରେ ପହଞ୍ଚିଛି ।
ସେନସେକ୍ସ କମ୍ପାନୀରେ କୋଟାକ ବ୍ୟାଙ୍କ ସେୟାରରେ ସବୁଠୁ ଅଧିକ ହ୍ରାସ ହୋଇଛି । ଆଇସିଆଇସିଆଇ ବ୍ୟାଙ୍କ, ଟେକ ମହିନ୍ଦ୍ରା, ବଜାଜ ଅଟୋ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏସବିଆଇ ତଥା ଆକ୍ସିସ ବ୍ୟାଙ୍କ ସେୟାର ବି କ୍ଷତିରେ ଅଛି । ମହଙ୍ଗା ମାଡ, ସୁଧ ହାର ନେଇ ବିଗିଡିଛି ଦଲାଲ ଷ୍ଟ୍ରିଟ ମୁଡ । ସେପଟେ ଅନ୍ୟପଟେ ପାୱରଗ୍ରୀଡ ,ହିନ୍ଦୁସ୍ତାନ ୟୁନିଲିଭର , ଏନଟିପିସି, ଡ. ରେଡ୍ଡୀଜ ତଥା ନେସଲେ ଇଣ୍ଡିଆର ସେୟାର ଲାଭରେ ଅଛି ।
ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା ରିଲିଫ ପ୍ୟାକେଜ ଘୋଷଣା କରିଥିଲେ । ହେଲେ ତାର ପ୍ରଭାବ ପୁଞ୍ଜି ବଜାରରେ ଦେଖିବାକୁ ମିଳିନି ।
ସେପଟେ ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ଅଶୋଧିତ ତୈଳ 0.22 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 73.94 ଡଲାରରେ କାରବାର କରୁଛି ।