ହାଇଦ୍ରାବାଦ: ଅକ୍ଷୟ ଉର୍ଜା ବା ନବୀକରଣ ଯୋଗ୍ୟ ଶକ୍ତିରେ ସମସ୍ତ ଶକ୍ତି ଅନ୍ତର୍ଭୁକ୍ତ । ଯାହାକି ପ୍ରଦୂଷଣ ମୁକ୍ତ ସହ ଅସରନ୍ତି ଉତ୍ସ ପୁର୍ଣ୍ଣ ଭରଣ ହୋଇଥାଏ । ସୌର ଶକ୍ତି, ପବନ ଶକ୍ତି, ଜଳ ବଦ୍ୟୁତ ଶକ୍ତି, ଜୁଆର ଭଟ୍ଟାରୁ ମିଳୁଥିବା ଶକ୍ତି, ବାୟୋଗ୍ୟାସ, ଜୈବ ଇନ୍ଧନ ଇତ୍ୟାଦି ଅକ୍ଷୟ ଶକ୍ତିର କିଛି ଉଦାହରଣ ଅଟେ । ଆଉ ଏହାର ଖର୍ଚ୍ଚକୁ ଦେଖିବାକୁ ଗଲେ କୋଭିଡ-19 ରୁ ପୁନରୁଦ୍ଧାର ପାଇଁ ନବୀକରଣ ଯୋଗ୍ୟ ଶସ୍ତା ବିକଳ୍ପ ହେବ ।
କୋଇଲା ଚାଳିତ କଳକାରଖାନା ଶସ୍ତା ବୋଲି ମନେକରାଯାଏ । ହେଲେ ଅକ୍ଷୟ ଉର୍ଜା କିମ୍ବା ନବୀକରଣଯୋଗ୍ୟ ଶକ୍ତି କୋଇଲାରୁ ଚାଲୁଥିବା ବର୍ତ୍ତମାନର କରଖାନା ସବୁଠୁ ଶସ୍ତା । ଆନ୍ତର୍ଜାତୀୟ ନବୀକରଣ ଯୋଗ୍ୟ ଶକ୍ତି ଏଜେନ୍ସି (IRENA)ଏକ ରିପୋର୍ଟରେ ଏହାର ମୂଲ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଛି ।
2019 ରେ ଯୋଡି ହୋଇଥିବା ତଥ୍ୟ ଉପରେ ଆଧାର କରି କୁହାଯାଇଛି କି, ଅକ୍ଷୟ ଶକ୍ତି କୋଇଲା ତୁଳନାରେ କମ ମୂଲ୍ୟ ହାସଲ କରିଛି । ନୂତନ ସୌର ଓ ପବନ ପ୍ରକଳ୍ପ କୋଇଲାରୁ ଚାଲୁଥିବା ବର୍ତ୍ତମାନ କାରଖାନା ସବୁଠୁ ଶସ୍ତା ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏଥି ସହିତ, ବାୟୋଏନେର୍ଜି , ଜିଓଥର୍ମାଲ ଏବଂ ଜଳ ବିଦ୍ୟୁତ ପ୍ରକଳ୍ପରେ ସୌର ଏବଂ ପବନ ଶକ୍ତିର କଷ୍ଟରେ ହ୍ରାସ ଜାରି ରହିଛି । 2010–2019 ରେ ସୌର ଫଟୋଭୋଲ୍ଟିକ୍ସ (PV) 82 ପ୍ରତିଶତରୁ ରୁ ଅଧିକ ମୂଲ୍ୟର ହ୍ରାସକୁ ପ୍ରତିପାଦିତ କରେ । ତାପରେ 47% ସହିତ ସୌର ଶକ୍ତି (CSP), ସମୁଦ୍ର ପବନ 40 ପ୍ରତିଶତ ଏବଂ offshore wind 29 ପ୍ରତିଶତ ରେ ରହିଛି ।
2019 ରେ ୟୁଟିଲିଟି-ସ୍କେଲ୍ ସୌର PV ରୁ ବିଦ୍ୟୁତ କଷ୍ଟ 13% ହ୍ରାସ ପାଇଥିଲା । ଯାହା 2019 ରେ କିଲୋୱାଟ ଘଣ୍ଟା ପ୍ରତି 7 ସେଣ୍ଟ (0.068 ଡଲାର) ରେ ପହଞ୍ଚିଛି । ଉଭୟ ତଟୀୟ ଓ ଉପତଟୀୟ ପବନ ପାଖାପାଖୀ 9 ପ୍ରତିଶତ ହାରରେ ହ୍ରାସ ପାଇଛି । ନୂଆ କମିଶନ ପ୍ରୋଜେକ୍ଟସ ପାଇଁ ଏହି 2 ଶକ୍ତି କ୍ରମଶଃ USD 0.053 / kWh ଓ USD 0.115 / kWh ଅଛି. । CSP ପାଇଁ କଷ୍ଟ ତଥାପି ସୌର ଏବଂ ପବନ ପ୍ରଯୁକ୍ତିବିଦ୍ୟା ମଧ୍ୟରେ କମ ବିକଶିତ ହୋଇଛି, ଯାହା 1 ପ୍ରତିଶତ ହ୍ରାସ ପାଇ 0.182 / kWhh ଆମେରକୀୟ ଡଲାର ହୋଇଛି ।
କୋଇଲା କ୍ଷମତାର 500 ଗିଗିୱାଟ କଷ୍ଟକୁ ସୌର ଓ ପବନ ସହ ବଦଳାଇବା ଦ୍ବାରା ବାର୍ଷିକ ପ୍ରଣାଳୀ କଷ୍ଟରେ ପ୍ରତିବର୍ଷ 23 ଅରବ ଡଲାର ପର୍ଯ୍ୟନ୍ତ ହ୍ରାସ ହେବ । ଏଥିସହ 940 ଅରବ ଡଲାର ବା ବୈଶ୍ବିକ ଜିଡିପିରେ ପାଖାପାଖୀ 1 ପ୍ରତିଶତ ପ୍ରୋତ୍ସାହନ ମିଳିବ ।
2021 ବର୍ଷ ପର୍ଯ୍ୟନ୍ତ , କୋଇଲା ଚାଳିତ କ୍ଷମତାର 1,200 GW ପାଇଁ ନୂତନ ୟୁଟିଲିଟି-ସ୍କେଲ୍ ସୋଲାର PV ଚଳାଇବା ପାଇଁ ଅଧିକ ଖର୍ଚ୍ଚ ହେବ ।
ଏଥିରୁ ସ୍ପଷ୍ଟ କି ନବୀକରଣଯୋଗ୍ୟ ଶକ୍ତି ଅନ୍ୟ ଜୀବାଶ୍ମ ଇନ୍ଧନ ଉପରେ ଆଧାରିତ ବିଦ୍ୟୁତ କ୍ଷମତା ଠାରୁ ଶସ୍ତା । ଏପରି ସ୍ଥିତିରେ ଏହା ଅଧିକ ପୁଞ୍ଜି ନିବେଶକୁ ଆକର୍ଷିତ କରିଥାଏ । ଯାହାକି କୋଭିଡ-19ରେ ପ୍ରଭାବିତ ଅର୍ଥନୀତିର ପୁନଃଉଦ୍ଧାରରେ ସାହାଯ୍ୟ କରିବ ।
ଅର୍ଥାତ ଅକ୍ଷୟ ଶକ୍ତି ପ୍ରତିଷ୍ଠାନ କୋଭିଡ-19 ମହାମାରୀକୁ ନଜରରେ ରଖି ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜର ଏକ ପ୍ରମୁଖ ଉପାଦାନ ଗଠନ କରିପାରିବେ ।