ETV Bharat / business

620 କୋଟି ଟଙ୍କାରେ ନେଟମେଡ୍ସ ସେୟାର କିଣିଲା ରିଲାଏନ୍ସ ରିଟେଲ - ଅନଲାଇନ ମାର୍କେଟରେ ରିଲାଏନ୍ସ

ନେଟମେଡ୍ସ ଖୁବ କମ ସମୟ ମଧ୍ୟରେ ଦେଶ ମଧ୍ୟରେ ଏହାର ଅନଲାଇନ ବ୍ୟବସାୟକୁ ବିସ୍ତାର କରିଛି ଏବଂ ଆମେ ଏହା ଦ୍ୱାରା ବହୁତ ପ୍ରଭାବିତ। ଆମର ନିବେଶ ଏବଂ ସହଭାଗୀତା ସହିତ ଏହାର ବ୍ୟବସାୟ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଇଶା ଅମ୍ବାନୀ କହିଛନ୍ତି । ଅଧିକ ପଢନ୍ତୁ..

620 କୋଟି ଟଙ୍କାରେ ନେଟମେଡସର ସେୟାର କିଣିଲା ରିଲାଏନ୍ସ ରିଟେଲ

author img

By

Published : Aug 19, 2020, 12:48 PM IST

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିଜର ରିଟେଲ ବ୍ୟବସାୟକୁ ଆହୁରି ବିସ୍ତାର କରିବା ସହ ଅନଲାଇନ ମାର୍କେଟରେ ମଧ୍ୟ କାରବାରକୁ ଆହୁରି ବଢାଇବା ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ ମଙ୍ଗଳବାର ରିଲାଏନ୍ସ ନିଜର ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ମାଧ୍ୟମରେ ଚେନ୍ନାଇ ସ୍ଥିତ ଭିଟାଲିକ ହେଲଥ ପ୍ରାଇଭେଟ ଲିମିଟେଡ ଏବଂ ଏହାର ସହାୟକ ଅନଲାଇନ ଫାର୍ମାସୀ କମ୍ପାନୀ ନେଟମେଡସର ଏକ ବଡ ଅଶଂଧନ କିଣିଛି ।

ରିଲାଏନ୍ସ ଏହି ସେୟାରକୁ ପ୍ରାୟ 620 କୋଟି ଟଙ୍କାରେ କିଣିଛି । ରିଲାଏନ୍ସ ରିଟେଲ ଭିଟାଲିକ ହେଲଥ ପ୍ରାଇଭେଟ ଲିମିଟେଡର ଇକ୍ୱିଟି ସେୟାର କ୍ୟାପିଟାଲରେ 60 ପ୍ରତିଶତ ହୋଲଡିଂ ସହ ଏହାର ସହାୟକ କମ୍ପାନୀ ଟ୍ରେସାରା, ନେଟମେଡସ ଏବଂ ଧାଡା ଫାର୍ମାର 100 ପ୍ରତିଶତ ପ୍ରତ୍ୟକ୍ଷ ଇକ୍ୱିଟି ମାଲିକାନା ହାସଲ କରିଛି।

RRVL ନିର୍ଦ୍ଦେଶ ଇଶା ଅମ୍ବାନୀ କହିଛନ୍ତି କି, ଏହି ନିବେଶ ଭାରତରେ ସମସ୍ତଙ୍କୁ ଡିଜିଟାଲ ସୁବିଧା ଯୋଗାଇବା ନେଇ ଆମର ପ୍ରତିବନ୍ଧତା ସହ ଯୋଡି ହୋଇଛି । ଆମର ଶସ୍ତା -ସୁଲଭ ସ୍ୱାସ୍ଥ୍ୟସେବା ଉତ୍ପାଦ ଏବଂ ସେବା ବିସ୍ତାର କରିବାରେ ନେଟମେଡ୍ସ ବହୁତ ସହାୟକ ହେବ । ଏହା ବ୍ୟତୀତ ଏହାର ଡିଜିଟାଲ୍ ପ୍ଲାଟଫର୍ମ ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଭଲ ଭାବେ ବ୍ୟବହୃତ ହେବ ବୋଲି ଇଶା କହିଥଛନ୍ତି ।

ନେଟମେଡସ ଖୁବ କମ ସମୟ ମଧ୍ୟରେ ଦେଶ ମଧ୍ୟରେ ଏହାର ଅନଲାଇନ ବ୍ୟବସାୟକୁ ବିସ୍ତାର କରିଛି ଏବଂ ଆମେ ଏହା ଦ୍ୱାରା ବହୁତ ପ୍ରଭାବିତ। ଆମର ନିବେଶ ଏବଂ ସହଭାଗୀତା ସହିତ ଏହାର ବ୍ୟବସାୟ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.