ମୁମ୍ବାଇ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଦେଶର ସବୁଠୁ ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 43 ତମ ବାର୍ଷିକ ସାଧାରଣ ବୈଠକ (AGM) ହୋଇଛି । ଏହି ବୈଠକକୁ ସମ୍ବୋଧନ କରି ଆରଆଇଏଲ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି କି, ଗୁଗୁଲ ଜିଓ ପ୍ଲାର୍ଟଫର୍ମର 7.7. ପ୍ରତିଶତ ଅଂଶଧନ ପାଇଁ 33,737 କୋଟି ଟଙ୍କା ନିବେଶ କରିବ ।
ଏଥିସହ ମୁକେଶ ଅମ୍ବାନୀ କହିଛନ୍ତି କି, ଆମେ ସ୍ବଦେଶୀ ସ୍ତରରେ ବିକଶିତ ପାଇଁ 5ଜି ସଲ୍ୟୁସନ ଟ୍ରାଏଲ ପାଇଁ ପ୍ରସ୍ତୁତ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଉତ୍ସର୍ଗୀକୃତ ହେବ ।
ଅମ୍ବାନୀ ନିଜ ନିବେଶକଙ୍କୁ ସ୍ବାଗତ କରିବା ସହ କହିଛନ୍ତି କି ନୂଆ ପାର୍ଟନରଙ୍କ ଠାରୁ ମୋଟ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଆସିଛି । ଯେଉଁଥିପାଇଁ ରିଲାଏନ୍ସ ଏବେ ସମ୍ପୂର୍ଣ୍ଣ ଋଣ ମୁକ୍ତ ହୋଇଯାଇଛି ।
ରିଲାଏ୍ସ ଜିଏର ଏହା ପ୍ରଥମ ଅନଲାଇନ ଭର୍ଚୁଆଲ ଏଜେିଏମ ଅନୁଷ୍ଠିତ ହୋଇଛି । ରିଲାଏନ୍ସ ଦେଶର ପ୍ରଥମ 12 ଲକ୍ଷ କୋଟି ଟଙ୍କାର କମ୍ପାନୀ ହୋଇଛି । ଆସନ୍ତା ବର୍ଷ ସୁଦ୍ଧା 5ଜି ଲଞ୍ଚ କରିପାରେ ।
ଜିଓ ଟିଭି
ଆକାଶ ଅମ୍ବାନୀ କହିଛନ୍ତି କି, ଜିଓ ଟିଭି +ରେ ଆପଣ 12 ଓଟିଟି କମ୍ପାନୀର ପ୍ରସ୍ତୁତ କାର୍ଯ୍ୟକ୍ରମ ଦେଖିପାରିବେ । ଏଥିରେ ସାମିଲ ରହିଛି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନି+, ହଟଷ୍ଟାର, ଭୁଟ, ସୋନିଲିଭ, ଜି ଫାଇବ, ଜିଓ ସିନେମା , ଜିଓ ସାବନ ଓ ୟୁଟ୍ୟୁବ ସମେତ ଅନ୍ୟ ବହୁ କମ୍ପାନୀ ।
ଦଶନ୍ଧି ଧରି, ଟିଭି ବିଷୟବସ୍ତୁ ପ୍ରସାରଣ ଉପରେ ନିର୍ଭରଶୀଳ ଥିଲା । ଯେଉଁଠାରେ କୌଣସି ପାରସ୍ପରିକ କ୍ରିୟା ନଥିଲା । ଜିଓ ଫାଇବର ମାଧ୍ୟମରେ ଟିଭିରେ ଇଣ୍ଟରାକ୍ଟିଭିଟି ଆଣି ଆମେ ଆପଣଙ୍କ ଅଭିଜ୍ଞତାକୁ ପରିବର୍ତ୍ତନ କରିଛୁ ।
ଜିଓ ହେଲଥ ହବ
ଇଶା ଅମ୍ବାନୀ କହିଛନ୍ତି କି ରିଲାଏନ୍ସ ହସ୍ପିଟାଲ ‘ଜିଓହେଲଥକ୍ଲବ’ ନାଁରେ ଏକ ପ୍ଲାର୍ଟଫର୍ମର ବ୍ୟବହାର କରି ଭର୍ଚୁଅସ ଓପିଡି ସେବା ଦେଉଛି । ଯେଉଁ ଲୋକମାନେ ଘରେ କ୍ବାରେଣ୍ଚାଇନରେ ଅଛନ୍ତି, ସେମାନଙ୍କୁ ଚିକିତ୍ସାରେ ସେବା ଯୋଗାଇବାକୁ ଜିଓ ବିଶେଷ ବ୍ୟବସ୍ଥା କରିଛି ।
ଜିଓ ହେଲଥ ପ୍ଲାର୍ଟଫର୍ମର ବ୍ୟବହାର କରି ଆମେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ସେବାକୁ ଇଣ୍ଟିଗ୍ରେଡ କରୁଛୁ । ଯେପରି ଆପଣ ଅନଲାଇନରେ ନିଜ କନ୍ସଲେଟସନ ବୁକ କରିପାରିବେ । ନିଜ ହେଲଥ କେୟାର ରେକର୍ଡ କରିପାରିବେ । ଲ୍ୟାବ ଟେଷ୍ଟ ବୁକ କରିପାରିବେ । ଏଥିସହ ଅନ୍ୟ ସ୍ବାସ୍ଥ୍ୟ ସେବାର ମଧ୍ୟ ଲାଭ ନେଇପାରିବେ ।
ଅନ୍ୟ ପ୍ରମୁଖ ଘୋଷଣା
- ଦେଶର ସବୁଠୁ ବଡ ଦୂରସଞ୍ଚାର କମ୍ପାନୀ ଭାବେ ଉଭା ହୋଇପାରିଛି ଜିଓ ।
- ଭାରତରେ 2 ଜି ଫ୍ରି କରିବ ।
- ଗୁଗୁଲ ସହ ମିଶି 4ଜି 5ଜି ଫୋନ ତିଆରି କରିବ ଜିଓ ।
- ବଜାର ପୁଞ୍ଜିକରଣ ମାମଲାରେ ରିଲାଏନ୍ସ ଦୁନିଆର ଟପ 60 ଦେଶରେ ସାମିଲ ।
- ଯେବେ କୋରୋନା ଭ୍ୟାକ୍ସିନ ତିଆରି ହେବ , ଆମେ ତାହାକୁ ସମସ୍ତ ଭାରତୀୟ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବୁ ।
- ରିଲାଏନ୍ସ ସେୟାର 43 ବର୍ଷରେ 31 ପ୍ରତିଶତ ସିଏଜିଆରରେ ବଢିଛି ।
- ରିଲାଏନ୍ସ ରିଟେଲନରେ ବୈଶ୍ବିକ ନିବେଶ ଶୀଘ୍ର ହେବ ।