ନୂଆଦିଲ୍ଲୀ: କର୍ପୋରେଟ କର ହ୍ରାସର ଲକ୍ଷ୍ୟ ହେଉଛି ନିବେଶକୁ ପ୍ରୋତ୍ସାହନ ଦେବା । କାରଣ ଦେଶର ଆର୍ଥିକ ବୃଦ୍ଧି ପାଇଁ ଘରୋଇ ନିବେଶ ଗୁରୁତ୍ବପୂର୍ଣ୍ଣ । ସୋମବାର ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଏନେଇ କହିଛନ୍ତି ।
ଉଦ୍ୟୋଗ ଜଗତ ପ୍ରତିନିଧି ଫେଡେରେଶନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ(ଫିକ୍କି)ର ୟଙ୍ଗ ଲିର୍ଡରସିପ ସମ୍ମିଳନୀକୁ ସମ୍ବୋଧନ କରି ସୁବ୍ରମଣ୍ୟମ ଉଦବୋଧନ ଦେଇଛନ୍ତି ଯେ, ‘‘ନିବେଶ ବୃଦ୍ଧି ଦ୍ବାରା ଅଭିବୃଦ୍ଧି ସମ୍ଭବ । ଆମେ ଯେଉଁସବୁ ପଦକ୍ଷେପ ଉଠାଉଛି, ସେ କର୍ପୋରେଟ କରରେ ରିହାତି ହେଉକି ବେତନ ଏବଂ ଉଦୌଗିକ ସମ୍ବନ୍ଧ ଉପରେ ସଂହିତା, ଏହାର ଉଦ୍ଦେଶ୍ୟ ହେଉଛି ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ ।
ଏହାକୁ କାର୍ଯ୍ୟକାରୀ ପାଇଁ ବହୁ ବିଚାର ବିମର୍ଶ ପରେ ଏନେଇ ଏଜେଣ୍ଡା ତିଆରି ହୋଇଛି । ଶୀଘ୍ର ଏହାର ଫଳାଫଳ ଦେଖିବେ ବୋଲି ସୁବ୍ରମଣ୍ୟଣ ଜଣାଇଛନ୍ତି । ପ୍ରକାଶ ଯେ, ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ସରକାର ସେପ୍ଟେମ୍ବରରେ କର୍ପୋରେଟ ଟିକସକୁ 30ରୁ 22 ପ୍ରତିଶତକୁ କମାଇଛନ୍ତି । ଏହା ବ୍ୟତୀତ ଦେଶ ବିଦେଶରେ ନିବେଶ ହାସଲ ପାଇଁ ନୂଆ ବିନିର୍ମାଣ କମ୍ପାନୀଙ୍କ ପାଇଁ ଟିକସ ଦର 15 ପ୍ରତିଶତକୁ ହ୍ରାସ କରିଛନ୍ତି ।