ETV Bharat / business

ଆସନ୍ତା 6 ମାସରେ ଆୟ, ସଞ୍ଚୟ ଓ ଖର୍ଚ୍ଚ ବଢିବା ଆଶା ରହିଛି: ସର୍ଭେ

ଅନଲକ ଲାଗୁ ସହ ଗଡୁଛି ଅର୍ଥନୀତି । ଏଥିମଧ୍ୟରେ ଆୟ ବଢିବା ସହ ବ୍ୟକ୍ତିଗତ ଖର୍ଚ୍ଚ ବଢିବ ବୋଲି ଆଶା ରଖିଛନ୍ତି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ । ଅଧିକ ପଢନ୍ତୁ..

ଆସନ୍ତା 6 ମାସରେ ଆୟ, ସଞ୍ଚୟ ଓ ଖର୍ଚ୍ଚ ବଢିବା ଆଶା ରହିଛି : ସର୍ଭେ

author img

By

Published : Jun 30, 2020, 8:30 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ସଙ୍କଟ ଓ ପରେ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଏଥିମଧ୍ୟରେ ପ୍ରତି 4 ଭାରତୀୟଙ୍କ ପେଶାଦାର ମଧ୍ୟରେ ଜଣେ ଆଶା କରୁଛି କି ଆସନ୍ତା 6 ମାସରେ ଆୟ ଓ ସଞ୍ଚୟ ବଢିବ । ଏଥିସହ ସେମାନଙ୍କ ବ୍ୟକ୍ତିଗତ ଖର୍ଚ୍ଚ (ଉପଯୋଗୀତା) ମଧ୍ୟ ବୃଦ୍ଧି ହେବ । ଏକ ସର୍ଭେରେ ଏନେଇ ପ୍ରକାଶ ହୋଇଛି ।

ଏହି ସର୍ଭେରେ ଦେଶର 1,351 ପେଶାଦାର ସାମିଲ ହୋଇଥିଲେ । ଏହା ଜୁନ 1ରୁ 14 ମଧ୍ୟରେ କରାଯାଇଥିଲା । ଏଥିରେ ଦେଖିବାକୁ ମିଳିଛି କି ପେଶାଦାର ନିଜ ଆର୍ଥିକ ସ୍ଥିତିକୁ ନେଇ ଅଧିକ ବିଶ୍ବସ୍ତ ରହିଛି ।

ଠିକ ଏଭଳି ଏକ ସର୍ବେକ୍ଷଣ ମେ 4 ରୁ 17 ମଧ୍ୟରେ କରାଯାଇଥିଲା । ଏଥିସହ ବର୍ତ୍ତମାନର ସଦ୍ୟ ସର୍ଭେକୁ ତୁଳନା କରିବା ଦ୍ବାରା ଜଣାପଡିଛି କି ଭାରତୀୟ ପେଶାଦାରଙ୍କ ବିଶ୍ବାସ ମଜବୁତ ହୋଇଛି ।

ମେ ମାସର ଏହି ସର୍ଭେରେ 1,464 ପେଶାଦାର ସାମିଲ ହୋଇଥିଲେ । ଏଥିରେ 20 ପ୍ରତିଶତ ପେଶାଦାର ନିଜ ଆୟ ବୃଦ୍ଧି , 27 ପ୍ରତିଶତ ସଞ୍ଚୟ ବଢାଇବା ଓ 23 ପ୍ରତିଶତ ଘରୋଇ ଖର୍ଚ୍ଚ ବୃଦ୍ଧି ନେଇ ଆଶା ରଖିଛନ୍ତି ।

ସଦ୍ୟ ସର୍ଭେରେ ପ୍ରତି 4 ଜଣଙ୍କ ମଧ୍ୟରୁ ଜଣେ ପେଶାଦାର ଆସନ୍ତା 6 ମାସରେ ଆୟ ସହ ଖର୍ଚ୍ଚ ବୃଦ୍ଧି ନେଇ ଆଶା ରଖିଛି । ସେହିପରି ପ୍ରତି 3 ମଧ୍ୟରେ ଜଣଙ୍କ ବିଶ୍ବାସ ରହିଛି କି ସେମାନଙ୍କ ସଞ୍ଚୟ ମଧ୍ୟ ବଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.