ETV Bharat / business

ଘରୋଇ ବିମାନ ଅପରେଟରଙ୍କ ଅପିଲ, କର୍ମଚାରୀଙ୍କୁ ଦିଆଯାଉ ପ୍ରାଥମିକତା ଭ୍ୟାକ୍ସିନ - ବିମାନ ବନ୍ଦର କର୍ମଚାରୀ

ସମସ୍ତ ବିମାନବନ୍ଦର କର୍ମଚାରୀଙ୍କୁ କୋଭିଡ-19 ଟିକାକରଣ ଅଭିଯାନ ଅଧିନରେ ସାମିଲ କରାଯାଉ ।ଆସୋସିଏସନ ଅଫ ପ୍ରାଇଭେଟ ଏୟାରପୋର୍ଟ ଅପରେଟର୍ସ (APAO)ବୁଧବାର ଏ ନେଇ କେନ୍ଦ୍ରୀୟ ମନ୍ତ୍ରାଳୟକୁ ଅପିଲ କରିଛି । ଅଧିକ ପଢନ୍ତୁ..

ଘରୋଇ ବିମାନ ଅପରେଟରଙ୍କ ଅପିଲ, କର୍ମଚାରୀଙ୍କୁ ଦିଆଯାଉ ପ୍ରାଥମିକତା ଭ୍ୟାକ୍ସିନ

author img

By

Published : Jan 20, 2021, 10:52 PM IST

ନୂଆଦିଲ୍ଲୀ: କୋଭିଡ-19 ଟିକାକରଣ ଅଭିଯାନ ଅଧିନରେ ସମସ୍ତ ବିମାନବନ୍ଦର କର୍ମଚାରୀଙ୍କୁ ମଧ୍ୟ ପ୍ରାଥମିକତା ସୂଚୀରେ ସାମିଲ କରାଯାଉ । କାରଣ ସେମାନେ ସମଗ୍ର ଦେଶରେ ବିମାନ ବନ୍ଦରରେ ଯାତ୍ରୀଙ୍କ ସେବା ପାଇଁ 24 ଘଣ୍ଟା କାମ କରୁଛନ୍ତି । ଆସୋସିଏସନ ଅଫ ପ୍ରାଇଭେଟ ଏୟାରପୋର୍ଟ ଅପରେଟର୍ସ (APAO)ବୁଧବାର ଏ ନେଇ କେନ୍ଦ୍ରୀୟ ମନ୍ତ୍ରାଳୟକୁ ଅପିଲ କରିଛି ।

APAOର ମହାସଚିବ ସତ୍ୟନ ନାୟର କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି କହିଛନ୍ତି କି, ‘‘ ଏପିଓ ଆପମଙ୍କୁ ଅନୁରୋଧ କରୁଛି କି , ସମସ୍ତ ବିମାନ ବନ୍ଦର ଷ୍ଟାଫଙ୍କୁ ମନ୍ତ୍ରାଳୟର କୋଭିଡ-19 ଟିକାକରଣ ଅଭିଯାନ ଅଧିନରେ ପ୍ରାଥମିକତା ସୂଚୀରେ ସାମିଲ କରାଯାଉ ।’’

ଘରୋଇ ବିମାନ ବନ୍ଦର ସଂଘର କହିଛି କି , ଭାରତୀୟ ବିମାନ ବନ୍ଦରରେ କାମ କରୁଥିବା କର୍ମଚାରୀ ସଦସ୍ୟ 2020 ଜାନୁଆରୀରେ ମହାମାରୀ ଆରମ୍ଭ ଦିନରୁ ଦେଶ ପାଇଁ ଆଗ ଧାଡିରେ ରହି ଯୁଦ୍ଧ କରି ଆସୁଛନ୍ତି । ‘‘ ସମଗ୍ର ଦେଶର ବିମାନ ବନ୍ଦର କର୍ମଚାରୀ ମହାମାରୀ ସମୟରେ ନିଜ କର୍ତ୍ତବ୍ୟ ନିର୍ବାହନ କରିଆସୁଛନ୍ତି । ଏପରିକି ସେମାନେ ସଂକ୍ରମଣ ବିପଦର ମଧ୍ୟ ସାମ୍ନା କରିଛନ୍ତି । ଆଉ ସମୟ ସହିତ ବ୍ୟାପକ ସମାଜର ଦୁର୍ଦ୍ଦଶାକୁ ଦେଖି ସେମାନେ ସାମାଜିକ ଅସ୍ଥିରତାର ମଧ୍ୟ ସାମ୍ନା କରିଛନ୍ତି ।

ଏପଏଓରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ମୁଖ୍ୟ ବିମାନ ଗେଟୱେ ପରିଚାଳନା କରୁଥିବା କମ୍ପାନୀ ସାମିଲ ଅଛନ୍ତି । ଏପିଓର ସଦସ୍ୟ ବିମାନ ବନ୍ଦର 60 ପ୍ରତିଶତରୁ ଅଧିକ ବିମାନ ଯାତ୍ରୀ ଯାତାୟତ ଓ 70 ପ୍ରତିଶତ ବିମାନ ମାଲ ଯାତାୟତର ସଂଚାଳନ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.