ETV Bharat / business

ଜି-20ରେ ସୀତାରମଣ, କହିଲେ କୋରୋନା ମୁକାବିଲାରେ ଭାରତର ସଫଳତା - ଭାରତର କୋରୋନା ମୁକାବିଲା

ଜି-20 ସମ୍ମିଳନୀରେ ଅର୍ଥମନ୍ତ୍ରୀ ବଖାଣିଲେ କୋରୋନା ମୁକାବିଲାରେ ଭାରତର ଯୋଗଦାନ । ଭାରତର ଘରୋଇ ନୀତି ବ୍ୟାପକ ଭାବେ ନାଗରିକଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ରୀଭୂତ ବୋଲି କହିଛନ୍ତି ସୀତାରମଣ । ଅଧିକ ପଢନ୍ତୁ...

ଜି-20ରେ ସୀତାରମଣ ,  କହିଲେ କୋରୋନା ମୁକାବିଲାରେ ଭାରତ ସଫଳତା

author img

By

Published : Feb 27, 2021, 7:46 PM IST

ନୂଆଦିଲ୍ଲୀ: ଜି-20 ଦେଶର ଅର୍ଥମନ୍ତ୍ରୀ ବୈଠକରେ କୋଭିଡ-19 ମୁକାବିଲା ପାଇଁ ଭାରତର ନୀତି ତଥା ଦୁନିଆର ସବୁଠୁ ବଡ ଟୀକାକରଣ ଅଭିଯାନ ନେଇ ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଜି-20 ଦେଶର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅନଲାଇନ ବୈଠକକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ଭାରତର ଘରୋଇ ନୀତି ବ୍ୟାପକ ଭାବେ ନାଗରିକଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ରୀଭୂତ । ଏଥିଲାଗି ଋଣ ଗ୍ୟାରେଣ୍ଟି , ସିଧା ଖାତାରେ ହସ୍ତାନ୍ତରଣ, ଖାଦ୍ୟ ସାମଗ୍ରୀର ଗ୍ୟାରେଣ୍ଟି, ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଓ ଗଠନମୂଳକ ସୁଧାରରେ ତୀବ୍ରତା ଭଳି ପଦକ୍ଷେପ ନିଆଯାଇଛି ।

ସରକାରୀ ବିବୃତ୍ତି ଅନୁସାରେ ସୀତାରମଣ ଭାରତରେ ଜାରି ଟୀକାକରଣ କାର୍ଯ୍ୟକ୍ରମର ମଧ୍ୟ କଥା ଉଠାଇଛନ୍ତି । ଏହା ଦୁନିଆର ସବୁଠୁ ବଡ ଓ ମହତ୍ବକାଂକ୍ଷୀ ଟୀକାକରଣ ଅଭିଯାନ ରହିଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଭାରତ ଅନେକ ଦେଶକୁ ଟୀକା ଉପଲବ୍ଧ କରିବାକୁ ସାହାଯ୍ୟ କରିଛି ।

ଇଟାଲୀର ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ ଥିଲା । ଆଉ ଏଥିରେ ସମାନତା ସହ ପୁନଃରୁଦ୍ଧାର ସମେତ ଏଜେଣ୍ଡା ସାମିଲ ଅନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଛି । ଏଥିସହ ବୈଶ୍ବିକ ଆର୍ଥିକ ଦୃଷ୍ଟିକୋଣ , ଆର୍ଥିକ କ୍ଷେତ୍ରର ମାମଲା, ଆର୍ଥିକ ସମାବେଶ ଓ ବିଶ୍ବସ୍ତ ଅର୍ଥ ସାମିଲ ଅଛି । ବୈଠକରେ ଆର୍ଥିକ ସ୍ଥିରତା ଉପରେ ବୈଶ୍ବିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ଚର୍ଚ୍ଚା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.