ETV Bharat / business

କୃଷକଙ୍କ ତୁଳନାରେ ଅଧିକ ବେକାରୀଙ୍କ ଆତ୍ମହତ୍ୟା: NCRB - ବେକାରୀ ମୃତ୍ୟୁହାର

ଦେଶରେ ବେକାରୀ ସମସ୍ୟା ନେଉଛି ଜୀବନ। ଏପରିକି କୃଷକଙ୍କ ତୁଳନାରେ ମଧ୍ୟ ବେକାରୀ ଓ ସ୍ବନିୟୋଜିତ ଲୋକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB) ରିପୋର୍ଟରେ ଏନେଇ ଦର୍ଶାଯାଇଛି।

more unemployed self employed committed suicide than farmers in 2018
କୃଷକଙ୍କୁ ଅଧିକ ବେକାରୀ ଆତ୍ମହତ୍ୟା ସଂଖ୍ୟା
author img

By

Published : Jan 18, 2020, 6:23 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଚାକିରୀ ଚିନ୍ତା। ବିଶେଷ କରି ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରୋଜଗାର ନଥିବାରୁ ଅନେକ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାଁନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ 2018ରେ ଦୈନିକ ହାରାହାରି 35 ଜଣ ବେକାରୀ ଓ 36 ସ୍ବନିୟୋଜିତ ଲୋକ ଜୀବନ ହାରିଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ରିପୋର୍ଟରେ ଏନେଇ ଦର୍ଶାଯାଇଛି।

ଏହି ରିପୋର୍ଟ ମୁତାବକ ଏହି 2 ଶ୍ରେଣୀରୁ ଗୋଟିଏ ଥରରେ 26,085 ଲୋକ ଆତ୍ମହତ୍ୟା କରିଛନ୍ତି। ଏଥିରେ ବେକାରୀ 12,936 ଜଣ ରହିଥିଲା ବେଳେ ସ୍ବରୋଜଗାର ବ୍ୟକ୍ତି 13,149 ଅଛନ୍ତି। ଏହି ମୃତ୍ୟୁ ହାର 2018ରେ ଆତ୍ମହତ୍ୟା କରିଥିବା 10,349 କୃଷକଙ୍କ ଠାରୁ ମଧ୍ୟ ଅଧିକ ରହିଛି। ଏହା ଦେଶର ମୋଟ ଆତ୍ମହତ୍ୟା ମଧ୍ୟରୁ 7 ପ୍ରତିଶତ। 2018ରେ ମୋଟ 1,34,516 ଲୋକ ପ୍ରାଣ ହରାଇଥିଲେ।

ପ୍ରକାଶ ଯେ, 2016ରେ ତୁଳନାରେ 2018ରେ କୃଷକଙ୍କ ଆତ୍ମହତ୍ୟା ମାମଲା ହ୍ରାସ ପାଇଥିଲା । 2016ରେ 11,379 କୃଷକଙ୍କ ଆତ୍ମହତ୍ୟା କରିଥିଲେ ।

ମୋଟ ଆତ୍ମହତ୍ୟାର ସର୍ବାଧିକ ମାମଲା ମହାରାଷ୍ଟ୍ର(17,972)ରେ ରେକର୍ଡ ହୋଇଛି। ସେହିପରି ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ତାମିଲନାଡୁ(13,896) ପଶ୍ଚିମବଙ୍ଗ (13,255), ମଧ୍ୟପ୍ରଦେଶ (11,775) ଓ କର୍ଣ୍ଣାଟକ (11,561) ରହିଛି। ଏହି 5ଟି ରାଜ୍ୟରେ 50.9 ପ୍ରତିଶତ ଆତ୍ମହତ୍ୟା ମାମଲା ଦାଏର ହୋଇଛି। ସେପଟେ ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ମୋଟ 3.6 ପ୍ରତିଶତ ଆତ୍ମହତ୍ୟା ମାମଲା ରହିଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଦିଲ୍ଲୀରେ 2526ଟି ଆତ୍ମହତ୍ୟା ମାମଲା ଦାଏର ହୋଇଛି। ଏହାସହ 500ଟି ଆତ୍ମହତ୍ୟା ମାମଲା ସହ ପଣ୍ଡିଚେରୀ ଦ୍ବିତୀୟ ସ୍ଥାନରେ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.