ନୂଆଦିଲ୍ଲୀ: ଶସ୍ତା ମୋବାଇଲ ପାଇଁ ଜିଏସଟି କମାଇବାକୁ ମୋବାଇଲ ଫୋନ ନିର୍ମାତା ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ ଅଫ ଇଣ୍ଡିଆ (ଆଇସିଇଏ) ର ଦାବି । ପ୍ରାଥମିକ ସ୍ତରର ମୋବାଇଲ ହ୍ୟାଣ୍ଡସେଟ ଉପରେ ଜିଏସଟି 5 ପ୍ରତିଶତ କମାଇବାକୁ କୁହାଯାଇଛି । ବର୍ତ୍ତମାନ ଏହା ଉପରେ ଜିଏସଟି ବାବଦରେ 12 ପ୍ରତିଶତ ଦେବାକୁ ପଡୁଛି । ଫଳରେ ମୋବାଇଲ ଦାମ ମଧ୍ୟ ବଢୁଛି ।
ଉପଭୋକ୍ତାଙ୍କୁ ସର୍ବନିମ୍ନ 1200 ଟଙ୍କାରେ ମୋବାଇଲ ଉପଲବ୍ଧ କରିବାକୁ ଏହି ଦର(ଜିଏସଟି)କୁ କମ କରିବା ପାଇଁ ଅପିଲ କରୁଛନ୍ତି । ଡିସେମ୍ବର18ରେ ହେବାକୁ ଥିବା ଜିଏସଟି ପରିଷଦର 38 ତମ ବୈଠକରେ ଏ ନେଇ ସମୀକ୍ଷା ହେବ ।
ଆଇସିଇଏ କହିଛି ଯେ, ଆରମ୍ଭ ସ୍ତରର (ଏଣ୍ଟ୍ରି ଲେବଲ) ମୋବାଇଲ ହ୍ୟାଣ୍ଡସେଟ ଉପରେ ଟିକସ ଦର ହ୍ରାସ ଦ୍ବାରା ଭାରତୀୟ ଉପଭୋକ୍ତା 50 ପ୍ରତିଶତ ଫାଇଦା ପାଇବେ ।
ଉଦ୍ୟୋଗ ସେକ୍ଟର କହିଛି ଯେ, ଏଣ୍ଟ୍ରି ଲେବଲର ମୋବାଇଲ ହ୍ୟାଣ୍ଡସେଟକୁ ପୁସ ବଟନ କ୍ଷମତା ଥିବା ଫିଚର ଫୋନ ରୂପେ ମଧ୍ୟ ଜଣାଯାଏ । ଏବେ ବି ଭାରତରେ ମୋଟ ଘରୋଇ ବଜାର ଚାହିଦା 50 ପ୍ରତିଶତ(2019ରେ 12-15 କୋଟି ୟୁନିଟ) ରହିଛି । ଏହି ମୋବାଇଲର ନିର୍ମାଣ ସାଧାରଣତଃ ଲାଭା, ଜିଓମି, ଓପୋ ଓ ଭିଭୋ ଭଳି କମ୍ପାନୀ କରିଥାନ୍ତି ।