ETV Bharat / business

ପଢନ୍ତୁ, ଭାରତରେ ମେଗା ଫୁଡ ପାର୍କର କଣ ରହିଛି ଗୁରୁତ୍ବ ? - ମେଗା ଫୁଡ ପାର୍କର ଗୁରୁତ୍ବ

ବିନା ଖାଦ୍ୟରେ ବଞ୍ଚିବା କଷ୍ଟକର । କେବଳ ବଞ୍ଚିବାର ମାଧ୍ୟମ ନୁହେଁ ରୋଜଗାରରେ ମଧ୍ୟ ଏହାର ଗୁରୁତ୍ବ ଅଧିକ ରହିଛି । କିନ୍ତୁ ବର୍ତ୍ତମାନର ସ୍ଥିତିରେ ସେପରି କୌଣସି ଖାଦ୍ୟ ସଂରକ୍ଷଣ ଭଣ୍ଡାର ନଥିବାରୁ କୋଟି କୋଟି ଟଙ୍କାର ଖାଦ୍ୟ ନଷ୍ଟ ହେଉଛି । ଏପଟେ ଚଢା ଦରରେ ଖାଦ୍ୟ ସାମଗ୍ରୀ କିଣି ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଖାଉଟି । ଜାଣନ୍ତୁ ଏଥିପାଇଁ ମୋଗା ଫୁଡ ପାର୍କ କେତେ ଜରୁରୀ...?

ପଢନ୍ତୁ, ଭାରତରେ ମେଗା ଫୁଡ ପାର୍କର କଣ ରହିଛି ଗୁରୁତ୍ବ ?
author img

By

Published : Nov 8, 2019, 5:00 AM IST

Updated : Nov 8, 2019, 3:36 PM IST

ହାଇଦ୍ରାବାଦ: ବିଶ୍ବ ଆର୍ଥିକ ଅଭିବୃଦ୍ଧିରେ ଖାଦ୍ୟ ପ୍ରକ୍ରିୟାକରଣ ଏକ ଅଭିନ୍ନ ଭାଗ । ଭାରତରେ ବିଗତ କିଛି ବର୍ଷ ଧରି ଏହି କ୍ଷେତ୍ରରେ ବିଶେଷ ବୃଦ୍ଧି ଦେଖିବାକୁ ମିଳିଛି । ଏହି ସେକ୍ଟରରେ କୃଷିରେ 11 ପ୍ରତିଶତ ଓ ବିନିର୍ମାଣ ମୁଲ୍ୟରେ 9 ପ୍ରତିଶତ ଯୋଗଦାନ ରହିଛି ।

ଉଦ୍ୟୋଗ ମନ୍ତ୍ରାଣଳୟର ବାର୍ଷିକ ରିପୋର୍ଟ 2018-19 ଅନୁଯାୟୀ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସଙ୍ଗଠିତ କାର୍ଯ୍ୟବଳର 12.8 ପ୍ରତିଶତ ଓ ଅସାଙ୍ଗଠିକତାର 13.7% କର୍ମଚାରୀ କାର୍ଯ୍ୟରତ । କୃଷି ଓ ଖାଦ୍ୟ ଉତ୍ପାଦନରେ ଭାରତ ବହୁତ ବଡ ଉତ୍ପାଦକ ହୋଇଥିଲେ ବି ଏହା ବିଶ୍ବ ଖାଦ୍ୟ ପ୍ରକ୍ରିୟାକରଣ ମୁଲ୍ୟ ଶୃଙ୍ଖଳାରେ ବହୁ ପଛରେ ରହିଛି । କାରଣ ଏହି ସେକ୍ଟର ବହୁତ ଅସଙ୍ଗଠିତ ଓ ଔନପଚାରିକ ଭାବେ ରହିଛି ।

Mega Food Parks in India - Importance and Way Forward
ସଂରକ୍ଷିତ ହେବ ଖାଦ୍ୟ , ସ୍ବାଦିଷ୍ଟ ହେବ ଖାଇବା

ଖାଦ୍ୟ ପ୍ରକ୍ରିୟାକରଣର ବର୍ଗୀକରଣ

ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରାଥମିକ ଓ ମାଧ୍ୟମିକ ପ୍ରକ୍ରିୟାକରଣରେ ବଣ୍ଟାଯାଇପାରିବ । ଚାଉଳ , ଚିନି, ଖାଇବା ତେଲ, ଅଟା ପେଶା ମିଲ ଆଦି ପ୍ରାତମିକ ପ୍ରକ୍ରିୟାକରଣର ଉଦାହରଣ । ସେହିପରି ମାଧ୍ୟମିକ ପ୍ରକ୍ରିୟାକରଣରେ ଫଳ , ପରିବା, ଦୁଗ୍ଦ ଜାତୀୟ ଉତ୍ପାଦ, ଚକୋଲେଟ, ବେକରୀ ଆଦି ସାମିଲ ରହିଛି ।

ତେବେ ଭାରତରେ ପ୍ରକ୍ରିୟାକରଣ କେଳ ପ୍ରାଥମିକ ବର୍ଗରେ ସୀମିତ ରହିଯାଇଛି । ଯେଉଁଥିଲେ ଦ୍ବିତୀୟତଃ ପ୍ରକ୍ରିୟାକରଣ ତୁଳନାରେ କମ ମୁଲ୍ୟ-ବୃଦ୍ଧି ହୋଇଥାଏ । ବିଶେଷ କରି କୃଷକଙ୍କ ଆୟ ବୃଦ୍ଧି ପାଇଁ ଭାରତକୁ ଏହି ଖାଦ୍ୟ ପ୍ରକ୍ରିୟାରଣ ତାଲିକାରେ ଆଗକୁ ବଢିବାକୁ ହେବ ।

ଖାଦ୍ୟ ପ୍ରକ୍ରିୟାକରଣର ମହତ୍ବ

ଖାଦ୍ୟ ପ୍ରକ୍ରିୟାକରଣ ଅତିରିକ୍ତ ଉତ୍ପାଦନର କୁଶଳତାକୁ ବ୍ୟବହାରର କରିବାର ସୁଯୋଗ ଦେଇଥାଏ । ଏହାକୁ କେବଳ ଅଭିବୃଦ୍ଧି ଦୃଷ୍ଟିକୋଣରୁ ନୁହେଁ ,ବରଂ ଖାଦ୍ୟ ଅପଚୟକୁ ହ୍ରାସ କରିବା ପାଇଁ ଜରୁରୀ ହୋଇପଡିଛି । ସଯୁକ୍ତ ରାଷ୍ଟ୍ରର ଅନୁମାନ ଅନୁଯାୟୀ ଉତ୍ପାଦନର କେବଳ 40 ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଥାଏ । ସେପଟେ ନୀତି ଆୟୋଗର ରିପୋର୍ଟରେ କୁହାଯାଇଛି ଯେ, ଫସଲ ଅମଳ ପରେ ବାର୍ଷିକ ପ୍ରାୟ 90,000 କୋଟି ଟଙ୍କା କ୍ଷତି ସହିବାକୁ ପଡେ ।

ମେଗା ଫୁଡ ପାର୍କର କନସେପ୍ଟ

କୃଷକ, ପ୍ରୋସେସର(ଅମଳକାରୀ), ଖୁଚୁରା ବିକ୍ରିତାକୁ ଏକ ସାଙ୍ଗରେ ନେଇ ବଜାରରେ କୃଷି ଉତ୍ପାଦନକୁ ଯୋଡି ରଖିବା ଲାଗି ଏକ ମେସିନ ପ୍ରଦାନ କରିବା ଏହି ମେଗା ଫୁଡ ପାର୍କ ସ୍କିମର ଲକ୍ଷ୍ୟ । ଯେପରି ଅପଚୟକୁ କମାଇବା ସହ କୃଷକଙ୍କ ଆୟ ବୃଦ୍ଧି କରାଯାଇପାରିବ । ଏଥିସହ ବିଶେଷ ରୂପରେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।

ଗୋଟିଏ ମେଗା ଫୁଡ ପାର୍କରେ ସାଧାରଣତଃ ଏକ ସ୍ବତନ୍ତ୍ର ଯୋଗାଣ ଶୃଙ୍ଖଳାରେ ଆଧାରିତ ସରଞ୍ଚନା ହୋଇଥାଏ । ଯେଉଁଥିରେ ସଂଗ୍ରହ କେନ୍ଦ୍ର , ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର, କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର, କୋଲ୍ଡ ଚେନ ସମେତ 25ରୁ 30 ସମ୍ପୂର୍ଣ୍ଣ ବିକଶିତ ପ୍ଲଟ ଆଦି ରହିବ । ଯାହା ଶିଳ୍ପପତିଙ୍କ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟର ସ୍ଥାପନା କରିବାରେ ସହଯୋଗ କରିବ ।

ମେଗା ଫୁଡ ପାର୍କ ସ୍କିମର କାର୍ଯ୍ୟକାରୀ

ସ୍ବତନ୍ତ୍ର ଭେଇକିଲ(SPV) ଯନ୍ତ୍ର ମାଧ୍ୟମରେ ମେଗା ଫୁଡ ପାର୍କ ଯୋଜନାର କାର୍ଯ୍ୟକାରୀ କରାଯାଉଛି । ଯେଉଁଥିରେ ସରକାରୀ ଏଜେନ୍ସି, ଆର୍ଥିକ ସଂସ୍ଥାନ ବା ବ୍ୟାଙ୍କ, ସଙ୍ଗଠିତ ଖୁଚୁରା ବିକ୍ରେତାସ, ଖ୍ୟାଦ୍ୟ ପ୍ରୋସେସର, ସେବା ପ୍ରଦାନ, ଉତ୍ପାଦକ, କୃଷକ ସଂଗଠନର ଭାଗୀଦାର ରହିଛି ।

ଏହି ଯୋଜନା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରାଣଳୟ ଅଧିନରେ ଆସିଥାଏ । ପ୍ରତ୍ୟେକ ଫୁଡ ପାର୍କରେ ପାଖାପାଖୀ 30-35 ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ମୋଟ 250 କୋଟି ଟଙ୍କାର ନିବେଶ କରାଯିବ । ସେହିପରି ପାଖାପାଖୀ 450-500 କୋଟି ଟଙ୍କାର ବାର୍ଷିକ କାରବାରରେ ପ୍ରାୟ 30,000 ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟେକ୍ଷ ଓ ପରୋକ୍ଷ ରୋଜଗାର ନେଇ ଆଶା ରହିଛି ।

ତେବେ ଏହି ଯୋଜନା 2008ରେ ଆରମ୍ଭ ହୋଇଥିଲା । କିନ୍ତୁ 2014 ପର୍ଯ୍ୟନ୍ତ କେବଲ 2 ମେଗା ଫୁଡ ପାର୍କକୁ ଚାଲୁ କରାଯାଇଛି । ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର 42 ମେଗା ଫୁଡ ପାର୍କକୁ ଆର୍ଥିକ ସହାୟତା ଦେଇଥିବା ବେଳେ 14 ଫୁଡ ପାର୍କକୁ ଚାଲୁ କରାଯାଇଛି ।

କେଉଁ ରାଜ୍ୟରେ କିପରି ରହିଛି ମେଗା ଫୁଡ ପାର୍କର ସ୍ଥିତି ...

ଏହି ପରିଯୋଜନା ପାଇଁ 10 କୋଟି ଟଙ୍କାର ଅନୁଦାନ ରାଶି ନିର୍ଦ୍ଧାରଣ କରାଯାଇଛି । ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆହୁରୀ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ସମଗ୍ର ଦେଶରେ 500 କୋଲ୍ଡ ଚେନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ଗତ ବର୍ଷ 7 ପ୍ରତିଶତ ଅଧିକ ବୃଦ୍ଧି ହୋଇଥିଲା । ଗତ ବର୍ଷ ସରକାରଙ୍କ ଦ୍ବାରା ମୋଟ 299 ଏକିକୃତ (ଗୋଟିଏ ସହ ଅନ୍ୟଟି ଜଡିତ) କୋଲ୍ଡ ଚେନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଯେଉଁଥିରୁ ଏବେ ସୁଦ୍ଧା 91ଟି କାର୍ଯ୍ୟକାରୀ ହୋଇଯାଇଛି ।

ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ଉପାୟ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ବଢାଇବା ପାଇଁ ଆଧାରଭୂମି ସରଞ୍ଚନାର ନିର୍ମାଣ ଆବଶ୍ୟକ । କିନ୍ତୁ ସେହି କ୍ଷମତାର ଉପଯୋଗ କରିବାକୁ ସକ୍ଷମ ହେବାକୁ କୁଶଳ ହେବା ମଧ୍ୟ ଅଧିକ ଜରୁରୀ । କୃଷକଙ୍କୁ ବୁଷ୍ଟର ଦେବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ । କାରଣ କୃଷି ଏହି ଦିଗରେ ଏକ ବଡ ଆକର୍ଷକ ଆୟ ।

Intro:Body:

BLANK FOR LINK 

Conclusion:
Last Updated : Nov 8, 2019, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.