ETV Bharat / business

2019-20ରେ 5 ପ୍ରତିଶତକୁ ଖସିବ ଜିଡିପି: ରିପୋର୍ଟ

author img

By

Published : Jan 7, 2020, 7:53 PM IST

କମିବ ଦେଶର ଅଭିବୃଦ୍ଧି ହାର । ଏହା କୌଣସି ଆର୍ଥିକ ସଂସ୍ଥା ନୁହେଁ ବରଂ ଆକଳନ କରିଛି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ । ପ୍ରମୁଖ ସେକ୍ଟରର ସ୍ଥିତିକୁ ଦେଖିବାକୁ ଗଲେ ବିକାଶ ଦର କମିବ ବୋଲି ସଫା ସଫା ଦୃଶ୍ୟମାନ ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

5% GDP growth in 2019-20
2019-20ରେ 5 ପ୍ରତିଶତକୁ ଖସିବ ଜିଡିପି

ନୂଆଦିଲ୍ଲୀ: ଅଭିବୃଦ୍ଧି ହାର ଆକଳନରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ସହ ସହମତ ହେଲେ କେନ୍ଦ୍ର ସରକାର । 2019-20 ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) 5 ପ୍ରତିଶତକୁ ଖସିବ ବୋଲି ସରକାରୀ ଗଣନାରୁ ଜଣାପଡିଛି ।

ଏହା ଗତବର୍ଷ ଅର୍ଥାତ 2018-19 ଆର୍ଥିକ ବର୍ଷରେ ବିକାଶ ହାର 6.8 ପ୍ରତିଶତ ରହିଥିଲା । ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସଓ) ରାଷ୍ଟ୍ରୀୟ ଆୟର ପ୍ରଥମ ଅଗ୍ରୀମ ଅନୁମାନ ଜାରି କରିଛି । ଏଥିରେ କୁହାଯାଇଛି ଯେ, ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ଦର ଖସୁଥିବାରୁ ଦେଶର ଜିଡିପି ହ୍ରାସ ପାଇବ ।

ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷ ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଦର ହ୍ରାସ ପାଇ 2 ପ୍ରତିଶତ ରହିବ ବୋଲି ଅନୁମାନ ରହିଛି । ଯେତେବେଳେ କି ଗତ ଆର୍ଥିକ ବର୍ଷରେ ଏହା 6.2 ପ୍ରତିଶତ ରହିଥିଲା । ସେହିପରି କୃଷି, ନିର୍ମାଣ, ବିଦ୍ୟୁତ, ଗ୍ୟାସ ଓ ଜଳଯୋଗଣ ଭଳି ପ୍ରମୁଖ କ୍ଷେତ୍ରରେ ବୃଦ୍ଧି ଦର କମିବ । ସେପଟେ ଖନନ, ଲୋକ ପ୍ରଶାସନ ଓ ରକ୍ଷା ଭଳି କ୍ଷେତ୍ରରେ ସାମାନ୍ୟ ସୁଧାର ଆସିବ ବୋଲି ଅନୁମାନ ରହିଛି ।

ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୧୯-୨୦ ଜିଡିପିକୁ 5 ପ୍ରତିଶତକୁ ଖସାଇଥିଲା । ପୂର୍ବରୁ ଏହି ଅନୁମାନ 6.1 ପ୍ରତିଶତ ରହିବ ବୋଲି ଗଣନା ରହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.