ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟଫର୍ମ ଜିଓରେ 1,894.50 କୋଟି ଟଙ୍କା ନିବେଶ କରିବ ଇଲେକ୍ଟ୍ରନିକ ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ କ୍ୟାପିଟାଲ । ଏହି ନିବେଶ ସହ ଇଣ୍ଟେଲ କ୍ୟାପିଟାଲ ଜିଓର 0.39 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ । ଶୁକ୍ରବାର ରିଲାଏନ୍ସ ଜିଓ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ଡିଜିଟାଲ ସେବା ବଜାରରେ ଦ୍ରୁତ ବେଗରେ ଗତିକରୁଥିବା ଜିଓରେ ଏହା ଦ୍ବାଦଶ ଚୁକ୍ତି । ଏଥିସହ ଜିଓ ପ୍ଲାର୍ଟଫର୍ମକୁ ମିଳିଥିବା ମୋଟ ପୁଞ୍ଜି ନିବେଶ 1,17,588.45 କୋଟି ଟଙ୍କାରେ ପହଞ୍ଚିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଜିଓ ପ୍ଲାର୍ଟଫର୍ମ ଏକ ମିଶ୍ରିତ ବିବୃତ୍ତିରେ କହିଛନ୍ତି କି, ‘‘ ଇଣ୍ଟେଲ କ୍ୟାପିଟାଲ ଜିଓ ପ୍ଲାର୍ଟଫର୍ମରେ 1,894.50 କୋଟି ଟଙ୍କା ନିବେଶ କରିବ । ଯାହାକି କମ୍ପାନୀର ସେୟାର ମୁଲ୍ୟ ହିସାବରେ 0.39 ପ୍ରତିଶତ ଅଂଶଧନ ସହ ସମାନ ।
ବିବୃତ୍ତି ଅନୁସାରେ, ଏହି ନିବେଶରେ ସେୟାର ମୂଲ୍ୟ ହିସାବରେ କମ୍ପାନୀର ମୂଲ୍ୟାଙ୍କନ 4.91 ଲକ୍ଷ କୋଟି ଟଙ୍କା ଓ ଉଦ୍ୟୋଗ ହିସାବରେ ମୂଲ୍ୟାଙ୍କନ 5.16 ଲକ୍ଷ କୋଟି ଟଙ୍କା ସ୍ଥିର କରାଯାଇଛି ।