ETV Bharat / business

ଆହୁରି 5 ମାସ ମହଙ୍ଗା ମାଡ, ଟେଲିକମ ଦର ବଢାଇବ ବୋଝ

author img

By

Published : Dec 5, 2019, 4:37 PM IST

ମହଙ୍ଗା ଚାପରୁ ନିସ୍ତାର ନାହିଁ । ଆହୁରି 5 ମାସ ଲାଗିରହିବ ମୁଦ୍ରାସ୍ପୀତି । ଖାଦ୍ୟସାମଗ୍ରୀ ଠାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆହୁରି ବଢିବ ଆକାଶଛୁଆଁ । ବିଶେଷ କରି ମହଙ୍ଗା ମୋବାଇଲ ସେବା ଅର୍ଥବ୍ୟବସ୍ଥା ଉପରେ ବୋଝ ଲଦିବ ବୋଲି ଅନୁମାନ କରିଛି ଆରବିଆଇ ।

inflation will increase from january to march 2020 says rbi
ଆହୁରି 5 ମାସ ମହଙ୍ଗା ମାଡ, ଟେଲିକମ ଦର ବଢାଇବ ବୋଝ

ନୂଆଦିଲ୍ଲୀ: ମହଙ୍ଗା ମାଡରେ ଦବିଗଲେଣି ସାଧାରଣ ଲୋକ । ଖାଦ୍ୟ ସାମଗ୍ରୀ ଠାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଏବେ ଆକାଶଛୁଆଁ । ଏପଟେ ଆହୁରି 3 ମାସ ଏପରି ମୁଦ୍ରାସ୍ପୀତି ଲାଗି ରହିବ ବୋଲି ଅନୁମାନ କରିଛି ଆରବିଆଇ ।

ଗୁରୁବାର 6 ଜଣ ସଦସ୍ୟ ବିଶିଷ୍ଟ ଆରବିଆଇର ମୁଦ୍ରାନୀତି ବୈଠକରେ ରେପୋ ରେଟକୁ ଅପରିବର୍ତ୍ତିତ ରଖାଯାଇଛି । ଫଳରେ ଶସ୍ତା ସୁଧହାର ନେଇ ସାଧାରଣ ଲୋକଙ୍କ ଯେଉଁ ଆଶା ଥିଲା ସେ ବି ମଉଳିଯାଇଛି । ଏଭଳି ସ୍ଥିତି ଦରଦାମକୁ ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଛି କି, 2020 ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ମୁଦ୍ରାସ୍ପୀତି ବଢିବ । ଏହା ବ୍ୟତିତ ମହଙ୍ଗା ମୋବାଇଲ ସେବା ମଧ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ ।

ଆଗାମୀ ଦିନରେ ମହଙ୍ଗା ଆଉଟଲୁକ ଉପରେ ଅଧିକ ସ୍ବଚ୍ଛତା ଆସିବ । ଦେଶକୁ ମୁଦ୍ରାସ୍ପୀତିରୁ ମୁକୁଳାଇବା ପାଇଁ ଆରବିଆଇ ବହୁତ ପଦକ୍ଷେପ ନେଉଥିବା ଜଣାପଡିଛି । ଜୁନରୁ ଏବେ ସୁଦ୍ଧା ଲିକ୍ୟୁଡିଟିରେ କୌଣସି ସମସ୍ୟା ଉପୁଜିନାହିଁ । ସେହିଭଳି ଦେଶର ଜିଡିପି ବୃଦ୍ଧି ନେଇ ସଙ୍କେତ ରହିଛି ବୋଲି କୁହାଯାଇଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.