ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ଚାହିଦା ବୃଦ୍ଧି ହେଉଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଏପ୍ରିଲ ପ୍ରଥମ ସପ୍ତାହରେ 47 ପ୍ରତିଶତ ବିଦ୍ୟୁତ ଚାହିଦା ବଢି 28.34 ବିଲିୟନ ୟୁନିଟ(BU)ରେ ପହଞ୍ଚିଛି । ବିଦ୍ୟୁତ ମନ୍ତ୍ରାଳୟର ତଥ୍ୟରୁ ଏ ନେଇ ସୂଚନା ମିଳିଛି ।
ଏହି ତଥ୍ୟରୁ ଜଣାପଡିଛି କି ଦେଶରେ ଔଦ୍ୟୋଗି ଗତିବିଧି ସୁଧୁରୁଛି । ଏଥିସହ ବିଦ୍ୟୁତର କମର୍ସିଆଲ ଚାହିଦା ବଢୁଛି । ଗତ ବର୍ଷ ଏପ୍ରିଲର ପ୍ରଥମ ସପ୍ତାହରେ ( 2020 ଏପ୍ରିଲ ପହିଲାରୁ 7 ) ମଧ୍ୟରେ ବିଦ୍ୟୁତ ଉପଯୋଗୀତା 19.33 ଅରବ ୟୁନିଟ ରହିଥିଲା ।
ସେହିଭଳି ଏପ୍ରିଲର ପ୍ରଥମ ସପ୍ତାହ ମଧ୍ୟରେ ଶିଖର ବିଦ୍ୟୁତ୍ ଚାହିଦା (ଗୋଟିଏ ଦିନରେ ସର୍ବାଧିକ ଯୋଗାଣ) ଗତ ବର୍ଷ ସମାନ ଅବଧିର 132.20 ମେଗାୱାଟରୁ ବହୁତ ଅଧିକ ଥିଲା ।
ଚଳିତ ମାସର ପ୍ରଥମ ସପ୍ତାହରେ 2021 ଏପ୍ରିଲ 7 କୁ ଶିଖର ବିଦ୍ୟୁତ ଚାହିଦା 181.05 ମେଗାୱାଟର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଏହା ଗତ ବର୍ଷ ଏପ୍ରିଲର ପୂରା ମାସ ରେକର୍ଡ ହୋଇଥିବା 132.20 ମେଗାୱାଟ ଠାରୁ 27 ପ୍ରତିଶତ ଅଧିକ ଅଟେ ।
ଗତ ବର୍ଷ ଏପ୍ରିଲରେ ବିଦ୍ୟୁତ ଚାହିଦା 2019 ର ସମାନ ମାସର 110.11 ବିଲିୟନ ୟୁନିଟ୍ ତୁଳନାରେ 84.55 ବିଲିୟନ ୟୁନିଟକୁ ଖସିଆସିଛି । ଏହାର ମୁଖ୍ୟ କାରଣ ହେଉଛି କୋରୋନା ଭାଇରସ ପ୍ରତିହିତ ପାଇଁ ମାର୍ଚ୍ଚ ଶେଷ ସପ୍ତାହରେ ଲାଗୁ ଲକଡାଉନ ।