ETV Bharat / business

41 କୋଲ ବ୍ଲକର ନିଲାମୀ ପ୍ରକ୍ରିୟା ଆରମ୍ଭ, ଆମଦାନୀରେ କମିବ ନିର୍ଭରଶୀଳତା - commercial mining

ଆଗାମୀ ଦିନରେ ଦେଶ ଯେଉଁ ସବୁ ଜିନିଷ ଆମଦାନୀ କରୁଥିଲା ଏବେ ତାହାର ରପ୍ତାନୀ କରିବ । ଦେଶକୁ ଏକ କରି ଆତ୍ମନିର୍ଭର କରିବା ଜରୁରୀ । ଏଭଳି ନୂଆ ସୁଧାର ଦ୍ବାରା ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ପିଏମ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ..

india to reduce its dependence on imports and will be self reliant says pm modi
ମୋଦିଙ୍କ ଆତ୍ମନିର୍ଭର ମନ୍ତ୍ର, କହିଲେ ଶୀଘ୍ର ଦେଶ ହେବ ବଡ ରପ୍ତାନିକାରୀ
author img

By

Published : Jun 18, 2020, 2:41 PM IST

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 41 କୋଇଲା ଖଣିର କମର୍ସିଆଲ ମାଇନିଂ ନିଲାମୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି କି ଆଗାମୀ ଦିନରେ ଦେଶ ଯେଉଁ ସବୁ ଜିନିଷ ଆମଦାନୀ କରୁଥିଲା ଏବେ ତାହାର ରପ୍ତାନୀ କରିବ । ଦେଶକୁ ଏକ କରି ଆତ୍ମନିର୍ଭର କରିବା ଜରୁରୀ । ଏଭଳି ନୂଆ ସୁଧାର ଦ୍ବାରା ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ପିଏମ ଆହ୍ବାନ ଦେଇଛନ୍ତି ।

ମୋଦି କହିଛନ୍ତି କି, ଆଜିର ଏହି ଶୁଭାରମ୍ଭ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ପଦକ୍ଷେପ । ଗ୍ରାମାଞ୍ଚଳର ଅର୍ଥନୀତି ମଧ୍ୟ ଗତିଶୀଳ ହେବାରେ ଲାଗିଛି। ତେବେ ଆମଦାନୀ ଉପରେ ହେଉଥିବା ଖର୍ଚ୍ଚକୁ ହ୍ରାସ କରିବାକୁ ପଡିବ ବୋଲି ସେ କହିଛନ୍ତି।

କୋଇଲା ଖଣି ସହ ଜଡିତ ସଂସ୍କାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, 130 କୋଟି ଲୋକଙ୍କ ଆଶା ପୂରଣ କରିବାର ସମୟ ଆସିଛି।

‘କୋରୋନା ସଙ୍କଟ ଆମକୁ ଆତ୍ମନିର୍ଭର ହେବା ପାଇଁ ସୁଯୋଗ ଦେଇଛି । ଆମେ ଆତ୍ମନିର୍ଭର ହେଇପାରିବା । ଯଦି ମନେପକାଇବା ତେବେ କିଛି ସପ୍ତାହ ଆଗରୁ ଆମେ N-95 ମାସ୍କ, କୋରୋନା ଟେଷ୍ଟିଂ, ପିପିଇ ଭେଣ୍ଟିଲେଟର ସମେତ ବହୁତ ଆବଶ୍ୟକତ ଜିନିଷ ଆମଦାନୀ କରୁଥିଲେ । ହେଲେ ଏବେ ଭାରତ ଏବେ ନିଜ ଚାହିଦାକୁ ନିଜେ ହିଁ ପୂରଣ କରିପାରୁଛି । ବହୁତ ଶୀଘ୍ର ଆମେ ଗୁରୁତ୍ବପୂର୍ଣ୍ଣ ମେଡିକାଲ ପ୍ରଡକ୍ଟ ରପ୍ତାନୀକାରୀ ମଧ୍ୟ ହେବ । ଆମେ ଭାରତକୁ ‘ଆତ୍ମନିର୍ଭର ଭାରତ’ ଭାବେ ଗଢିତୋଳିବା ବୋଲି ମୋଦି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.