ETV Bharat / business

ସହଜରେ ITR ଦାଖଲ କରିବେ କରଦାତା, ଆଜି ଆସିବ ନୂଆ ପୋର୍ଟାଲ - ITR Form 1

ଆୟକର ବିଭାଗ ଅନୁସାରେ ନୂଆ ପୋର୍ଟାଲ ଅଧିକ ୟୁଜର ଫ୍ରେଣ୍ଡଲି । ଏଥିରେ ଅନେକ ନୂଆ ଫିଚର ଯୋଡା ଯାଇଛି । ଏହା ଦ୍ବାରା ଆଇଟିଆର ରିଟର୍ଣ୍ଣ ଦାଖଲ ସହଜ ହେବ ଆଉ ରିଫଣ୍ଡ ଶୀଘ୍ର ମିଳିବ । ଅଧିକ ପଢନ୍ତୁ...

ସହଜରେ  ITR ଦାଖଲ କରିବେ କରଦାତା, ଆଜି ଆସିବ ନୂଆ ପୋର୍ଟାଲ

author img

By

Published : Jun 7, 2021, 1:25 PM IST

ନୂଆଦିଲ୍ଲୀ: ଏଣିକି ଆୟକର ରିଫଣ୍ଡ ପାଇଁ କରଦାତାଙ୍କୁ କରିବାକୁ ପଡିବ ନାହିଁ ଲମ୍ବା ସମୟ ଧରି ଅପେକ୍ଷା । ସୋମବାର ଅର୍ଥମନ୍ତ୍ରାଳୟ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ ଲଞ୍ଚ କରିବ ।

ଯାହା ଫଳରେ ITR ପେମେଣ୍ଟ ବେଳେ ଟିକସଦାତାଙ୍କୁ ସ୍ବଚ୍ଛ ଓ ନୀରବିଚ୍ଛିନ୍ନ ଅଭିଜ୍ଞତା ମିଳିପାରିବ । ଏଥିସହ ଏଥିରେ ଅନେକ ଆହୁରୀ ଆଧୁନିକ ସୁବିଧା ଯୋଡାଯାଇଛି । ଆୟକର ବିଭାଗର କହିବା ଅନୁସାରେ ନୂଆ ପୋର୍ଟାଲ ଅଧିକ ୟୁଜର ଫ୍ରେଣ୍ଡଲି ଓ ଏଥିରେ ଅନେକ ନୂଆ ଫିଚର ଯୋଡାଯାଇଛି । ଏହା ଦ୍ବାରା ଆଇଟିଆର ରିଟର୍ଣ୍ଣ ଦାଖଲ ସହଜ ହେବ ଆଉ ରିଫଣ୍ଡ ଶୀଘ୍ର ମିଳିବ । ସମସ୍ତ ଟ୍ରାଞ୍ଜାକ୍ସନ , ଅପଲୋଡ ଓ ପେଣ୍ଡି ଆକ୍ସନ ଗୋଟିଏ ଡ୍ୟାସବୋର୍ଡରେ ଦେଖା ହେବ । ଫଳରେ ଉପଭୋକ୍ତା ତାକୁ ସମୀକ୍ଷା କରିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଅର୍ଥାତ ଏହା ଦ୍ବାରା ଆଇଟିଆର ଫାଇଲ କରିବା, ତାକୁ ସମୀକ୍ଷା କରିବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ ।

ଗତ ମାସରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଦ୍ବାରା ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ନୂଆ ପୋର୍ଟାଲ www.incometax.gov.in ଶୀଘ୍ର ଆୟକର ରିଟର୍ଣ୍ଣ (ITR) ପ୍ରକ୍ରିୟାକରଣ ପ୍ରଣାଳୀ ସହିତ ଯୋଡି ହେବ ।

ଅନଲାଇନ ଓ ଅଫଲାଇନ ଉଭୟ ସ୍ଥିତିରେ ଆଇଟିଆର ଦାଖଲ ସଫ୍ଟୱେର ମାଗଣାରେ ଉପଲବ୍ଧ ହେବ । ଏଥିରେ କରଦାତାଙ୍କୁ ଆସିଷ୍ଟ କରିବା ସୁବିଧା ରହିବ । ଆଉ ପ୍ରି ଫାଇଲିଂର ବି ବିକଳ୍ପ ମିଳିବ । ଯେପରି କମ ଡାଟା ଏଣ୍ଟ୍ରି କରିବାକୁ ପଡିବ । ନୂଆ ପୋର୍ଟାଲରେ ଏକ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ ଅଣାଯିବ । ଯେଉଁଥିରେ ପେମେଣ୍ଟର ଅନେକ ବିକଳ୍ପ, ଯେପରିକି ନେଟ ବ୍ୟାଙ୍କିଙ୍ଗ , ୟୁପିଆଇ, ଆରଟିଜିଏସ, ଏନଇଏଫଟି ଆଦି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.