ETV Bharat / business

ଆଇଏମଏଫର ଆକଳନ, ଆଗକୁ କମିବ ଭାରତର ଜିଡିପି

author img

By

Published : Jul 24, 2019, 7:58 PM IST

ଗୋଟିଏ ପଟେ ସରକାର 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ଦେଖୁଛନ୍ତି । ଅନ୍ୟପଟେ ବିଭିନ୍ନ କାରଣ ଯୋଗୁଁ ଦେଶ ଅଭିବୃଦ୍ଧି ହାର ଖସିବା ନେଇ ଆନୁମାନିକ ରିପୋର୍ଟ ପ୍ରକାଶ ପାଉଛି । ତେବେ ଆସନ୍ତା 2 ବର୍ଷରେ ଭାରତ ଅଭିବୃଦ୍ଧି ହାର 0.3 ପ୍ରତିଶତ କମିବ ବେଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ କରିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସରକାରଙ୍କ ମୁଣ୍ଡରେ ଆର୍ଥିକ ଚଡକ । ବଡ ବଡ ସଂସ୍ଥା ଭାରତର ଜିଡିପି ସ୍ତର ଖସିବା ନେଇ ଆକଳନ କରୁଛନ୍ତି । ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତର ମୋଟ ଘରୋଉ ଉତ୍ପାଦ ହ୍ରାସ ଘଟିବା ନେଇ ଅନୁମାନ କରିଛି ।

ଘରୋଇ ଚାହିଦା କମିବା ଯୋଗୁଁ ଆଗମୀ 2 ବର୍ଷରେ ଦେଶର ବିକାଶ ଦର 0.3 ପ୍ରତିଶତ ଖସି ଯଥାକ୍ରମେ 7 ଓ 7.2 ପ୍ରତିଶତ ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଏପଟେ ୱାଶିଂଟନର ଆର୍ଥିକ ସଂସ୍ଥାନ ପକ୍ଷରୁ କୁହାଯାଇଛି ଯେ, ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶାଳୀ ରାଷ୍ଟ୍ର । ଏପରିକି ଟେକ୍ନୋଲୋଜି ରାଷ୍ଟ୍ର ଚୀନକୁ ମଧ୍ୟ ପଛରେ ପକାଇ ଏହା ବହୁତ ଆଗରେ ରହିବ । ଏଥିସହ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ସଂଶୋଧନ କରାଯାଇଛି । 2019ରେ ଗ୍ଲୋବାଲ ଅର୍ଥନୀତିର ଆକାର 3.2 ପ୍ରତିଶତ ଏବଂ 2020ରେ 3.5 ପ୍ରତିଶତ ସହ ବୃଦ୍ଧି ପାଇବ ବୋଲି ଆଇଏମଏଫର ମୁଖ୍ୟ ତଥା ଭାରତୀୟ ବଂଶୋଭବ ଗୀତା ଗୋପୀନାଥ କହିଛନ୍ତି ।

ଟ୍ରେଡୱାର ପ୍ରଭାବରେ ଚୀନର ଅର୍ଥବ୍ୟବସ୍ଥା ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଦେଶର ରପ୍ତାନୀ ଓ ଆମଦାନୀ କମିଛି । ନୀତିଗତ ସମର୍ଥନ ଯୋଗୁଁ ଚୀନର ବିକାଶ ଦର 2019ରେ 6.2 ପ୍ରତିଶତ ଓ 2020ରେ 6 ପ୍ରତିଶତ ରହିବ ବୋଲି ଆଇଏମଏଫ ଅନୁମାନ କରିଛି ।

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.