ETV Bharat / business

ବୈଶ୍ବିକ ବିନିର୍ମାଣ ହବ୍‌ ହେବ ଭାରତ, ପ୍ରୟାସ କରୁଛନ୍ତି ସରକାର

author img

By

Published : Oct 13, 2020, 9:16 PM IST

ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ପିଏଲଆଇ ଯୋଜନାର ବିସ୍ତାର ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିସହ ରପ୍ତାନୀ ବଢାଇବାକୁ ମଧ୍ୟ ପ୍ରଚେଷ୍ଟା ହେଉଛି । ଏଭଳି ଭାବେ ସରକାର ଦେଶକୁ ବିନିର୍ମାଣ ହବ କରିବାକୁ ଜୋରସୋରରେ ଲାଗିପଡିଛନ୍ତି । ଅଧିକ ପଢନ୍ତୁ..

ବୈଶ୍ବିକ ବିନିର୍ମାଣ ହବ୍‌ ହେବ ଭାରତ , ପ୍ରୟାସ କରୁଛନ୍ତି ସରକାର

ନୂଆଦିଲ୍ଲୀ: ଭାରତକୁ ଏକ ବୈଶ୍ବିକ ବିନିର୍ମାଣ କେନ୍ଦ୍ର (ମ୍ୟାନୁଫ୍ୟାକ୍ଚରିଂ ହବ୍‌) କରିବା ପାଇଁ ସରକାର ବିଭିନ୍ନ ଦିଗରୁ କାମ କରୁଛନ୍ତି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ଏ ନେଇ କହିଛନ୍ତି ।

ମଙ୍ଗଳବାର ଉଦ୍ୟୋଗ ସଂଘ ଫିକ୍କିର ଏକ ଭର୍ଚୁଆଲ୍ ପ୍ରୋଗ୍ରାମକୁ ସମ୍ବୋଧିତ କରି କାନ୍ତ କହିଛନ୍ତି କି ସରକାର ବିଶେଷ କରି ରପ୍ତାନୀ ଉପରେ ଧ୍ୟାନ ଦେଉଛନ୍ତି । ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ପିଏଲଆଇ ଯୋଜନାର ବିସ୍ତାର ଅଧିକ ଅଞ୍ଚଳ ଯାଏଁ କରିବାକୁ ସରକାର ନିଜ ଯୋଜନାକୁ ଅନ୍ତିମ ରୂପ ଦେଉଛନ୍ତି ।

କାନ୍ତ କହିଛନ୍ତି ଯେ, ଭାରତକୁ ଏକ ବାସ୍ତବିକ ଉତ୍ପାଦନ ହବ ଭାବରେ ପ୍ରୋଜେକ୍ଟ କରିବାକୁ ସରକାର ଅନେକ ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିରେ ରପ୍ତାନି ଉପରେ ଏକ ବିଶେଷ ଧ୍ୟାନ ଦିଆଯାଇଛି | ଆତ୍ମନିର୍ଭରଶୀଳ ଭାରତ ଅର୍ଥ ନିଜକୁ ପୃଥକ କରିବା ପାଇଁ ନୁହେଁ, ବରଂ ବୈଶ୍ବିକ ମୂଲ୍ୟ ଶୃଙ୍ଖଳା ସହିତ ଗଭୀର ଏକୀକରଣ ତଥା ଦେଶର ଉତ୍ପାଦନ ଶକ୍ତି ବ୍ୟବହାର କରି ଏକ ପ୍ରମୁଖ ବୈଶ୍ବିକ ରପ୍ତାନିକାରୀ ହେବା ଦରକାର ।

କାନ୍ତ କହିଛନ୍ତି କି, ନିବେଶ ଓ ଅଭିନବତା ଦ୍ବାରା ଭାରତରେ ଉତ୍ପାଦନ ବୃଦ୍ଧି ହେବ । ଦେଶ ଏବଂ କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦନ ରଣନୀତିକୁ ପୁନଃ ମୂଲ୍ୟାଙ୍କନ କରୁଛନ୍ତି । ଯାହା ଦେଶର ଅଭିବୃଦ୍ଧିରେ ଏକ ନୂତନ ମାର୍ଗ ହୋଇପାରେ ।

ସେହିଭଳି ମୋବାଇଲ ଓ ସିଲେକ୍ଟିଭ ଇଲୋକ୍ଟ୍ରୋନିକ୍ସ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଉଭୟ ପ୍ରକ୍ରିୟାରେ ରୋଜଗାର ଲାଭ ମିଳିଛି । ‘‘ 22 ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିନିର୍ମାଣ କମ୍ପାନୀ ଆସନ୍ତା 5 ବର୍ଷ ମଧ୍ୟରେ 11 ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ ଉତ୍ପାଦନ ପ୍ରସ୍ତାବ ଦେଇଛନ୍ତି । ଏହି କମ୍ପାନୀରେ ଆଇଫୋନ କମ୍ପାନୀ ଆପଲ ପାଇଁ ଚୁକ୍ତି ଉପରେ ବିନିର୍ମାଣ କରୁଥିବା କମ୍ପାନୀ ବ୍ୟତିତ ସାମସଙ୍ଗ, ଲାଭା ଓ ଡିକ୍ସନ ସାମିଲ ଅଛି । ’’

ନୀତି ଆୟୋଗର ସିଇଓ କହିଛନ୍ତି ଯେ ମୋବାଇଲ୍ ଉତ୍ପାଦନ ସହିତ ଫାର୍ମାସ୍ୟୁଟିକାଲ ଏବଂ ମେଡିକାଲ୍ ଡିଭାଇସ୍ ସେକ୍ଟରରେ ମଧ୍ୟ ଏହି ଯୋଜନା ପ୍ରଣୟନ କରାଯାଇଛି । ବର୍ତ୍ତମାନ ଆମେ ଯାନ, ନେଟୱାର୍କିଂ ଉତ୍ପାଦ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସୌର PV ବିନିର୍ମାଣ ପରି କ୍ଷେତ୍ରଗୁଡିକ ପାଇଁ ଯୋଜନା ଚୂଡାନ୍ତ କରୁଛୁ |

ସେ କହିଛନ୍ତି ଯେ 2025 ସୁଦ୍ଧା ଉତ୍ପାଦନ, ମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ଫାର୍ମାସ୍ୟୁଟିକାଲ୍ସ, ଟେକ୍ସଟାଇଲ୍, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଦେଶର ରପ୍ତାନି ଲକ୍ଷ୍ୟକୁ ଆଗେଇ ନେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.