ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ ପଦକ୍ଷେପ । ଆହୁରୀ 43 ମୋବାଇଲ ଆପ୍ସକୁ ବ୍ୟାନ କଲେ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା 69(କ) ଅନୁସାରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସବୁ ଆପକୁ ଭାରତରେ ବ୍ୟବହାର କରାଯାଉଥିଲା ।
ଏହି ସବୁ ଆପରେ ଏଭଳି ଇନପୁଟସ ରହିଥିଲା , ଯାହା ଦ୍ବାରା ଭାରତର ସାର୍ବଭୌମତ୍ବ, ଏକତା ଓ ସୁରକ୍ଷା ପ୍ରତି ବିପଦ ରହିଥିଲା । ଏଥିଯୋଗୁଁ କେନ୍ଦ୍ର ସରକାର ପୁଣି ଥରେ ଓ ବିପଦ ସୃଷ୍ଟିକାରୀ ଆପ ଉପରେ ରୋକ ଲଗାଇଛନ୍ତି ।
ପ୍ରକାଶ ଯେ, ଏହା ପୂର୍ବରୁ ଜୁନ 29ରେ ଚୀନ ମୋବାଇଲ ଆପ ଟିକକଟ ଓ ୟୁସି ସମେତ 59 ଆପକୁ ବ୍ୟାନ କରାଯାଇଥିଲା । ଏହା ପରେ ପୁଣି ସେପ୍ଟେମ୍ବର 2 ରେ ସୂଚନା ପ୍ରଯୁକ୍ତି ଆଇନର ଧାରା 69(କ) ଅଧିନରେ 118 ଆପକୁ ବ୍ୟାନ କରାାଇଛି । ଭାରତ-ଚୀନ୍ ସୀମାରେ ହୋଇଥିବା ସଂଘର୍ଷ ପରେ ସୁରକ୍ଷା ଓ ଏକତା ପ୍ରତି ବିପଦ ଦର୍ଶାଇ ଭାରତ ସରକାର ଚୀନ ଆପ ଉପରେ କଟକଣା ଲଗାଇଥିଲେ ।
ଭାରତ ସରକାର ସବୁ ଦିଗରୁ ଭାରତର ନାଗରିକ, ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ବଜାୟ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ । ଆଉ ଏହାକୁ ସୁନିଶ୍ଚିତ ପାଇଁ ସରକାର ପର୍ଯ୍ୟାୟ କ୍ରମେ ଆପ ଉପରେ ଲଗାଇଛନ୍ତି ରୋକ ।