ନୂଆଦିଲ୍ଲୀ: ଦେଶ ଅର୍ଥନୀତିର ଆକାର 5 ଟ୍ରିଲିୟନ ଡଲାର ଲକ୍ଷ୍ୟ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି ସରକାର । ରଣନୀତିର ପ୍ରଥମ ପର୍ଯ୍ୟାୟରେ ଭିତ୍ତିଭୂମି ଉପରେ ଗୁରୁତ୍ବ ରହିଛି । ଦେଶର ଢାଞ୍ଚାଗତ ପରିବର୍ତ୍ତନ ପାଇଁ 2024-25 ସୁଦ୍ଧା 100ଲକ୍ଷ କୋଟିର ନିବେଶ ହେବ । ଏ ନେଇ ଶନିବାର ଉଚ୍ଚସ୍ତରୀୟ ଟାକ୍ସଫୋର୍ସ ଗଠନ କରାଯାଇଛି ।
ଆର୍ଥିକ ବ୍ୟାପର ସଚିବଙ୍କ ତତ୍ତ୍ବବଧାନରେ ଏହି ଟିମ ‘ନ୍ୟାସନାଲ ଇନଫ୍ରାଷ୍ଟ୍ରଚର ପାଇପଲାଇନ’ ଟାଣିବ । ଏଥିରେ ନୂଆ ସହ ପୁରୁଣା ପରିଯୋଜନାର ସମସ୍ତ ତଥ୍ୟ ସାମିଲ ରହିବ । ପ୍ରତ୍ୟେକ ଯୋଜନାର ଖର୍ଚ୍ଚ ପ୍ରାୟ 100କୋଟିରୁ ଉର୍ଦ୍ଧ୍ବ ଆକଳନ ହୋଇଛି । ଏହି ଟାକ୍ସଫୋର୍ସରେ ବିଭିନ୍ନ ମନ୍ତ୍ରାଣଳୟର ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ତଥା ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରହିବେ । ଏହି ଦଳ ସେହିସବୁ ଯୋଜନାର ଆରମ୍ଭ କରିବେ ଯାହା ବୈଷୟିକ ଭାବେ ବ୍ୟବହାରଯୋଗ୍ୟ ଓ ଆର୍ଥିକ ରୂପରେ ଉପଯୋଗୀ ହେବ । ଯେପରି ଏହାକୁ 2029-20 ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ ସେ ଉପରେ ସେମାନେ ଗୁରୁତ୍ବ ଦେବେ । ଏହା ବ୍ୟତିତ ଆଗାମୀ 5 ବର୍ଷ ପାଇଁ ଯେଉଁ ସବୁ ପରିଯୋଜନାର ଆରମ୍ଭ ନେଇ ଟାକ୍ସଫୋର୍ସ ସୂଚୀ ପ୍ରସ୍ତୁତ କରିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଗଠିତ ଏହି ଟାକ୍ସଫୋର୍ସ2019-20ରେ ନିବେଶ ପାଇଁ ଅକ୍ଟୋବର 31ରେ ଓ ଆଗାମୀ 5 ବର୍ଷ ପାଇଁ ଡିସେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ମନ୍ତ୍ରାଳୟ କହିଛି ଯେ, ଦେଶରେ 2024-25ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଆସନ୍ତା 5 ବର୍ଷରେ 100 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।