ETV Bharat / business

ବ୍ୟାଙ୍କକୁ ବଳ ଦେବ ବଜେଟ, ମିଳିବ 30 ହଜାର କୋଟି !

ସାର୍ବଜନୀନ ବ୍ୟାଙ୍କଙ୍କୁ ଆର୍ଥିକ ଆଶ୍ବସ୍ତି ଦେବାକୁ ବଜେଟରେ ନିଆଯିବ ବଡ ପଦକ୍ଷେପ। ନୂଆ ସରକାର ବ୍ୟାଙ୍କଗୁଡିକୁ ବଜେଟରେ ହଜାର ହଜାର କୋଟିର ଟଙ୍କା ଆବଣ୍ଟନ ନେଇ ଅନୁମାନ କରାଯାଉଛି।

author img

By

Published : Jun 18, 2019, 11:42 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନାଦେୟ ଋଣ(ଏନପିଏ) ସମସ୍ୟାର ସମାଧାନ ପାଇଁ ଦୃଢ ସଙ୍କଳ୍ପବଦ୍ଧ ଅର୍ଥ ମନ୍ତ୍ରଣାଳୟ। ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ କ୍ଷମତାକୁ ପ୍ରସାରିତ କରିବା ଆର୍ଥିକ ଭାବରେ ସୁଦୃଢୀକରଣ ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି । ତେବେ ଆଗମୀ ବଜେଟରେ ସରକାର ବ୍ୟାଙ୍କ ଗୁଡିକୁ ପ୍ରାୟ 30 ହଜାର କୋଟି ଟଙ୍କା ଦେଇପାରନ୍ତି ।

ବ୍ୟାଙ୍କ ଗୁଡିକୁ ସୁଧାରିବା ପାଇଁ ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କୁ ଫଣ୍ଡ ଜାରି କରିବା ନିହାତି ଆବଶ୍ୟକ । ଫସିରହିଥିବା ଋଣ, ଜାଲିଆତି ମାମଲା , ନଗଦ ସଙ୍କଟ ମଧ୍ୟରେ ବ୍ୟାଙ୍କ ଫସି ଚାଲିଛି । ଏଣୁ ବ୍ୟାଙ୍କଗୁଡିକୁ ପୁଣି ମଜବୁତ ହେବାକୁ ତେତେ ପୁଞ୍ଜି ଆବଶ୍ୟକ ସେ ନେଇ ହିସାବ କରି କିଭଳି ଅଭିବୃଦ୍ଧି ହେବ ତା ପ୍ରତି ଚେଷ୍ଟା କରିବାକୁ ପଡିବ।

ତେବେ ବର୍ତ୍ତମାନ ସମୟରେ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା 5 ବ୍ୟାଙ୍କକୁ ଆରବିଆଇର ପ୍ରମ୍ପଟ କରେକ୍ଟିଭ ଆକ୍ସନ(PCA) ଅଧିନରେ ଅଣାଯିବ। ଯେଉଁଥିରେ 3 ମାନକ ମୁତାବକ ଏକ ନ୍ୟୁନତମ ନିୟାମକ ପୁଞ୍ଜି ଅନୁପାତର ଆବଶ୍ୟକତା ରହିଛି । କାରଣ ସରକାରୀ ଅଧିନସ୍ଥ ବ୍ୟାଙ୍କ ଗୁଡିକୁ ଋଣ ପାଇଁ ଫଣ୍ଡର ଦରକାର ରହିଥାଏ ।2018-19 ଆର୍ଥିକ ବର୍ଷରେ ସରକାର ରାଷ୍ଟ୍ରାୟାତ ବ୍ୟାଙ୍କକୁ 1,06,000 ଟଙ୍କା ଦେଇଥିଲେ । ଯାହାକି ପୂର୍ବ ବର୍ଷ ତୁଳନା ବହୁ ଅଧିକା ।

ଗତ 17ରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଜୁଲାଇ 5ରେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ତେବେ ଏହି ବଜେଟରେ ସରକାର ନିଯୁକ୍ତି, କୃଷି, ଭିତ୍ତିଭୂମି, ଶିଳ୍ପ, କର୍ପୋରେଟ ପ୍ରତିଟି କ୍ଷେତ୍ରରେ ସଂସ୍କାର ଆଣିବାକୁ କରୁଛନ୍ତି ଘନ ଘନ ବୈଠକ । ତେବେ ଚଳତ ଥର ଆସିଥିବା ଜିଡିପି ଓ ବେକାରୀ ରିପୋର୍ଟ ସରକାରଙ୍କ ପାଇଁ ବଜେଟ ତିଆରିରେ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

 ରଜ ପରେ ଯେ କୌଣସି ଦିନ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବ। ଆସନ୍ତା 17 କିମ୍ବା 18 ତାରିଖରେ ବାହାରିବାର ସମ୍ବବନା ରହିଛି। ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।ସଚିବାଳୟରେ ନିଜ ଅଫିସ ଦାୟୀତ୍ୱ ନେବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପ୍ରତିକ୍ରିୟା।ପୂଜା ପାଠ କରି ସଚିବାଳୟରେ କାର୍ଯ୍ୟ ଆରମ୍ଭ କଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.